ଜାଡେଜାଙ୍କ ଲଢ଼ୁଆ ଅର୍ଦ୍ଧଶତକ: ରୋମାଞ୍ଚକ ମ୍ୟାଚ୍ରେ ହାରିଲା ଭାରତ, ଇଂଲଣ୍ଡ ୨-୧ରେ ଅଗ୍ରଣୀ
ଭଲ ଖେଳି ହାରିଲା ଭାରତ । ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଦ୍ୱିତୀୟ ଇନିଂସରେ ୧୯୩ ରନ କରିପାରିଲାନି ଭାରତ । ଫଳରେ ଇଂଲଣ୍ଡ ୨୨ ରନରେ ବିଜୟୀ ହୋଇଛି। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ଲାଭ କରିଛି।
ଗୋଟିଏ ପଟରେ ଏକାକୀ ଲଢ଼େଇ କରି ଜାଡେଜା ୬୧ ରନରେ ଅପରାଜିତ ରହିଥିଲେ ମଧ୍ୟ ଭାରତର ଦ୍ୱିତୀୟ ଇନିଂସ ୧୭୦ ରନରେ ସୀମିତ ରହି ଯାଇଥିଲା।

ଚତୁର୍ଥ ଦିବସର ଅସମାପ୍ତ ସ୍କୋର ୫୮/୪ରୁ ଖେଳ ଆରମ୍ଭ କରିଥିବା ଭାରତ ଶୀଘ୍ର ରିଷଭ ପନ୍ତ, ଲୋକେଶ ରାହୁଲ ଓ ଓ୍ବାଶିଂଟନ ସୁନ୍ଦରଙ୍କ ଉଇକେଟ ହରାଇଥିଲା। ପନ୍ତ ୯, ରାହୁଲ ୩୯ ରନ କରିଥିବାବେଳେ ସୁନ୍ଦର ଖାତାଖୋଲି ପାରି ନ ଥିଲେ। ଫଳରେ ୨୫ ଓଭର ବେଳକୁ ସ୍କୋର ୮୨/୭ ହୋଇ ଯାଇଥିଲା। ରବୀନ୍ଦ୍ର ଜାଡେଜା ଓ ନୀତୀଶ କୁମାର ରେଡ୍ଡୀ ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳି ନେବାକୁ ଚେଷ୍ଟା କରିଥିଲେ।
ତେବେ ୮ମ ଉଇକେଟରେ ୩୦ ରନ ଯୋଗ ହେବାପରେ ନୀତୀଶ ୫୩ ବଲ୍ରୁ ୧୩ ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଏକାକୀ ଲଢ଼େଇ ଜାରି ରଖିଥିଲେ ଜାଡେଜା। ଯଶପ୍ରୀତ୍ ବୁମ୍ରା ମାତ୍ର ୫ ରନ କରିଥିଲେ ହେଁ ସେ ତାଙ୍କ ସହିତ ୯ମ ଉଇକେଟରେ ୧୩୨ ବଲ୍ରୁ ୩୫ ରନ ଯୋଗକରି ଭାରତକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ।
ବୁମ୍ରା ୫୪ଟି ବଲ୍ର ସମ୍ମୁଖୀନ ହେବାପରେ ଧୈର୍ଯ୍ୟହରା ହୋଇ ବେନ୍ ଷ୍ଟୋକ୍ସଙ୍କ ଏକ ବଲ୍କୁ ପୁଲ୍ କରିବାକୁ ଯାଇ ମିଡ୍-ଅନ୍ରେ ସବ୍ଷ୍ଟିଚ୍ୟୁଟ ଖେଳାଳି ସାମ୍ କୁକ୍ଙ୍କୁ କ୍ୟାଚ ଦେଇଥିଲେ। ଶେଷ ଉଇକେଟରେ ମଧ୍ୟ ମହମ୍ମଦ ସିରାଜଙ୍କ ସହ ଲଢ଼ିଥିଲେ ଜାଡେଜା। ସେ ୧୫୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାଥିଲା ତାଙ୍କ କ୍ୟାରିୟରର ଏବଂ ଚଳିତ ସିରିଜର ସବୁଠାରୁ ଧିମା ଅର୍ଦ୍ଧଶତକ ।
ଚଳିତ ସିରଜରେ ସେ ୪ ଅର୍ଦ୍ଧଶତକ ହାସଲ କରି ନିଜ ଫର୍ମର ପରିଚୟ ଦେଇଥିଲେ। ଅନ୍ତିମ ଉଇକେଟରେ ୨୩ ରନ ସଂଗ୍ରହ ପରେ ମହମ୍ମଦ ସିରାଜ ୪ ରନକରି ଆଉଟ ହେବା ସହ ଭାରତ ଇନିଂସ ଶେଷ ହୋଇ ଯାଇଥିଲା। ଜାଡେଜା ୧୮୧ଟି ବଲ୍ର ସମ୍ମୁଖୀନ ହୋଇ ୪ ଚୌକା ଓ ୧ ଛକା ସହାୟତାରେ ୬୧ ରନକରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ଓ ବେନ୍ ଷ୍ଟୋକ୍ସ ୩ଟି ଲେଖାଏ, ବ୍ରାଇଡନ କାର୍ସ ୨ଟି ଏବଂ କ୍ରିସ୍ ଓ୍ବକ୍ସ ଓ ଶୋଏବ ବଶିର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications