ଟେଷ୍ଟ କ୍ରିକେଟ୍ରେ ଛକା; ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଜାଡ଼େଜା
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । କେଏଲ୍ ରାହୁଲ, ଧ୍ରୁବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୫ ୱିକେଟ ହରାଇ ୪୪୮ ରନ କରିଛି । ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ ଠାରୁ ଭାରତ ୨୮୬ ରନର ଅଗ୍ରଣୀ ଅଛି ।

ଦ୍ୱିତୀୟ ଦିନର ଖେଳ ଶେଷରେ ରବିନ୍ଦ୍ର ଜାଡେଜା (୧୦୪) ଏବଂ ୱାଶିଂଟନ ସୁନ୍ଦର (୯) ଅପରାଜିତ ଫେରିଛନ୍ତି । ଘରୋଇ ଦଳ ୨ ୱିକେଟ ହରାଇ ୧୨୧ ରନରୁ ଦିନର ଖେଳ ଆରମ୍ଭ କରିଥିଲା । ପ୍ରଥମ ସେସନରେ ଦଳ ୯୭ ରନ ଯୋଡିଥିଲା । ରାହୁଲ ୧୯୭ ବଲରୁ ୧୦୦ ରନ କରି, ୯ ବର୍ଷ ପରେ ଘରୋଇ ମାଟିରେ ଦ୍ୱିତୀୟ ଟେଷ୍ଟ ଶତକ ମାରିଥିଲେ । ରାହୁଲ ୧୦୦, ଗିଲ୍ ୫୦ ରନ୍ କରି ଆଉଟ୍ ହୋଇଥିଲେ । ଧ୍ରୁବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜା ପଞ୍ଚମ ୱିକେଟ ପାଇଁ ୨୦୬ ରନର ପାର୍ଟନରସିପ୍ କରିଥିଲେ । ଧ୍ରୁବ ୧୧୬ତମ ଓଭରର ଶେଷ ବଲରେ ଚୌକା ମାରି କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ପୂରଣ କରିଥିଲେ । ଧ୍ରୁବ ଜୁରେଲଙ୍କୁ ଆଉଟ୍ କରି ଖାରି ପିଏରେ ୱେଷ୍ଟଇଣ୍ଡିଜକୁ ପଞ୍ଚମ ସଫଳତା ଦେଇଥିଲେ । ଏହାପରେ ରବିନ୍ଦ୍ର ଜାଡେଜା ତାଙ୍କର ଷଷ୍ଠ ଶତକ ପୂରଣ କରିଥିଲେ ।
ଏହି ଟେଷ୍ଟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଖେଳାଳି ପ୍ରଥମ ଦିନର ଦୁଇଟି ସେସନ ମଧ୍ୟ ତିଷ୍ଠି ପାରି ନଥିଲେ । ଭ୍ରମଣକାରୀ ଦଳ ୧୬୨ ରନ୍ରେ ଅଲଆଉଟ୍ ହୋଇଥିଲା । ଭାରତ ପାଇଁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ବୁମରା ତିନୋଟି ଏବଂ କୁଲଦୀପ ଯାଦବ ଦୁଇଟି ୱିକେଟ୍ ନେଇଥିଲେ ।












Click it and Unblock the Notifications