ISL-7: ଆଜିଠୁ ଓଡିଶା ଏଫସିର ଅଭିଯାନ ଆରମ୍ଭ, ଲୋକାଲ୍‌ ବୟ ଶୁଭମଙ୍କ ଉପରେ ସମସ୍ତଙ୍କ ନଜର

ଆଜିଠାରୁ ଆରମ୍ଭ ହେଉଛି ଓଡିଆ ଫ୍ରାଞ୍ଚାଇଜ୍ ଓଡିଶା ଏଫସିର ଆଇଏସଏଲ ଅଭିଯାନ ।

ପଣଜୀ: ଗୋଆରେ ଚାଳିଥିବା ଇଣ୍ଡିଆନ ସୁପର ଲିଗର 7ମ ସଂସ୍କରଣ ଆଜି 4ର୍ଥ ମ୍ୟାଚ । ତେବେ ଆଜିଠାରୁ ଆରମ୍ଭ ହେଉଛି ଓଡିଆ ଫ୍ରାଞ୍ଚାଇଜ୍ ଓଡିଶା ଏଫସିର ଆଇଏସଏଲ ଅଭିଯାନ । ହାଇଦ୍ରବାଦ ଏଫସି ବିପକ୍ଷରେ ସିଜିନର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି ଦଳ । ବାମ୍ବୋଲିଅମ ସ୍ଥିତ ଏମଜି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

ଓଡିଶା ଏଫସି

ଯଦି ଦୁଇ ଦଳର ବିଗତ ଦିନର ପ୍ରଦର୍ଶନ କଥା କହିବା, ତେବେ ଆଜି ମ୍ୟାଚ ପାଇଁ ଓଡିଶା ଦଳର ପଲ୍ଲା ଭାରୀ ନଜର ଆସୁଛି । କାରଣ ଗତ ସଂସ୍କରଣରେ ହାଇଦ୍ରବାଦ ଦଳର ପ୍ରଦର୍ଶନ ଅତି ନିମ୍ନମାନର ଥିଲା । ଦଳ ଖେଳିଥିବା 18ଟି ମ୍ୟାଚରୁ ମାତ୍ର ଦୁଇଟି ମ୍ୟାଚରେ ବିଜୟ ପାଇଥିଲା। ଅନ୍ୟପଟେ ଓଡିଆ ଦର୍ଶକଙ୍କ ଆଶାମୁତାବକ୍ ପ୍ରଦର୍ଶନ କରି ନଥିଲେ ମଧ୍ୟ ଓଡିଶା ଏଫସି ଖେଳିଥିବା 18ଟି ମ୍ୟାଚରୁ 7ଟି ବିଜୟ ପାଇ ପଏଣ୍ଟ ତାଲିକାର 6ଷ୍ଠରେ ରହି ଅଭିଯାନ ଶେଷ କରିଥିଲା । ସେହିପରି ଗତ ବର୍ଷ ପୂରା ଟୁର୍ଣ୍ଣାମେଣ୍ଟରେ 28ଟି ଗୋଲ ଦେଇଥିବା ବେଳେ 31ଟି ଗୋଲ ବରଣ କରିଥିଲା ।

ତେବେ ଚଳିତ ସିଜିନ ପାଇଁ ଦଳରେ ରହିଛନ୍ତି ନୂଆ ପ୍ରଶିକ୍ଷକ ଓ ଅଧିନାୟକ । ଇଂଲଣ୍ଡର ଡିଫେଣ୍ଡର ଷ୍ଟିଭେନ ଟେଲରଙ୍କ ନେତୃତ୍ବରେ ଦଳ ଚଳିତ ସିଜିନ ଖେଳିବ । ସେହିପରି ଦଳରେ ରହିଛନ୍ତି ଜଣେ ଓଡିଆ ଖେଳାଳି ଶୁଭମ ଷଡଙ୍ଗୀ, ଯାହାଙ୍କ ଉପୁରେ ରହିଛି ସାରା ଓଡିଶା ଫୁଟବଲ ପ୍ରେମୀଙ୍କ ନଜର ।

କୋରୋନା କଟକଣା ଯୋଗୁଁ ଚଳିତ ଆଇଏସଏଲ କେବଳ ଗୋଆରେ ହିଁ ସୀମିତ ରହିଛି । ଦଳକୁ ଭରପୂର ସମର୍ଥନ ଜଣାଇବାକୁ ଶୁଭମ ଅନୁରୋଧ କରିଛନ୍ତି । ଏଥିସହ ସେ କହିଛନ୍ତି, ଆମେ ଷ୍ଟାଡିୟମକୁ ଓ ଫ୍ୟାନ୍ସଙ୍କ ଚିୟର୍ସକୁ ମିସ୍‌ କରିବୁ ।ଏଥିସହ ସେ କହିଛନ୍ତି, ପ୍ରସ୍ତୁତି ଭଲ ରହିଛି । କୋରୋନା କଟକଣା ମଧ୍ୟରେ ମ୍ୟାଚ ଖେଳିବା ବେଶ୍‌ ରୋମାଞ୍ଚକର ରହିବ । ପ୍ରଥମ ମ୍ୟାଚରେ ଭଲ ଆରମ୍ଭ କରିବା ଆମର ଲକ୍ଷ୍ୟ । ଆଜି ସନ୍ଧ୍ୟା 7ଟା 30ରେ ଉଭୟ ଦଳ ମୁହାଁମୁହିଁ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+