Get Updates
Get notified of breaking news, exclusive insights, and must-see stories!

ଇଶାନ୍ତ ଆଉଟ, ଡିସେମ୍ବର 11ରେ ରୋହିତଙ୍କୁ ନେଇ ନିଷ୍ପତି; କୋହିଲ କହିଲେ ଜାଣିନି ନଆସିବାର କାରଣ

ଭାରତୀୟ ଦଳର ଅଷ୍ଟ୍ରେଲିଆ ଯାତ୍ରାଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଦଳରେ ଦେଖା ଦେଇଛି ଓପନର ରୋହିତ ଶର୍ମାଙ୍କ ଅନୁପସ୍ଥିତ ବିବାଦ ।

ସିଡନୀ: ଦୀର୍ଘ 8 ମାସର ବ୍ୟବାଧାନ ପରେ ଆଜି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ପାଇଁ ପଡିଆକୁ ଓହ୍ଲାଇଛି ଭାରତୀୟ ଦଳ । ଭାରତର ଚଳିତ ଅଷ୍ଟ୍ରେଲିଆ ଗସ୍ତର ଆଜି ଖେଳାଯାଉଛି ପ୍ରଥମ ମ୍ୟାଚ । ତେବେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଯାତ୍ରାଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଦଳରେ ଦେଖା ଦେଇଛି ଓପନର ରୋହିତ ଶର୍ମାଙ୍କ ଅନୁପସ୍ଥିତ ବିବାଦ ।

ତେବେ ଗତକାଲି (ଗୁରୁବାର) ମ୍ୟାଚ ପୂର୍ବବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି କହିଥିଲେ ଯେ ରୋହିତ ଶର୍ମାଙ୍କ ଆଘାତ ଜନିତ ସମସ୍ୟାକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି। ଏମିତିକି ରୋହିତଙ୍କ ଆଘାତ ସମସ୍ୟା ସଂପର୍କିତ ସବିଶେଷ ସୂଚନା ତାଙ୍କ ପାଖରେ ନାହିଁ। ଏହା ସହିତ ଆଇପିଏଲ୍ ପରେ ରୋହିତ କାହିଁକି ଅଷ୍ଟ୍ରେଲିଆ ନଯାଇ ଭାରତ ଫେରି ଆସିଲେ, ସେ ସଂପର୍କରେ ବି ତାଙ୍କୁ ଜଣାନାହିଁ ବୋଲି କୋହଲି କହିଥିଲେ।

ରୋହିତ ଶର୍ମା

କୋହିଲଙ୍କ ଏହି ବୟାନ ପରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାସ ପାଇଛି । ବିଭିନ୍ନ ମହାମଲରୁ ଭାରତୀୟ କ୍ରିକେଟ ବୋର୍ଡ ଓ ଚୟନ କମିଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହା ପରେ ଆଜି ବୋର୍ଡ ଏକ ବୟାନ ଜାରି କରି କହିଛି ଯେ, ଚଳିତ ଅଷ୍ଟ୍ରେଲିଆ ଗସ୍ତରୁ ଆହାତ ଜନିତ ସମସ୍ୟା ପାଇଁ ଇଶାନ୍ତ ଶର୍ମା ବାଦ ପଡିଛନ୍ତି । ଅନ୍ୟପଟେ ହାମଷ୍ଟ୍ରିଂ ସମସ୍ୟା ଦେଇ ଗତି କରୁଥିବା ଓପନର ରୋହିତ ଶର୍ମାଙ୍କ ଚୁଡାନ୍ତି ଫିଟନେଶ ଟେଷ୍ଟ ପରେ ଆସନ୍ତ ଡିସେମ୍ବର 11ରେ ନିଷ୍ପତି ନିଆଯିବା ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଯାହାର ପ୍ରଥମ ମ୍ୟାଚ ଆଜି ଖେଳାଯାଉଛି । ସେହିପରି 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜି, ଯାହା ଡିସେମ୍ବର 4ରୁ ଆରମ୍ଭ ହେବ । ଶେଷରେ 4 ମ୍ୟାଚ ଶୃଙ୍ଖଳାର ଟେଷ୍ଟ ସିରିଜି ଯାହା ଡିସେମ୍ବର 17ରୁ ଜାନୁୟାରୀ 4 ପର୍ଯ୍ୟନ୍ତ ଖେଳାଯିବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+