• search
For Quick Alerts
Turn On Notification  
For Daily Alerts

Ind vs Eng: ମାଇଲ ଖୁଣ୍ଟ ଅତିକ୍ରମ କଲେ ଇଶାନ୍ତ ଶର୍ମା

|

ଚେନ୍ନାଇ: ସ୍ଥାନୀୟ ଏମ ଚିଦାମ୍ୱରମ ଷ୍ଟାଡିମୟରେ ଚାଲିଥିବା ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଏକ ନୂଆ କୀର୍ତ୍ତିମାନ ରଚିଛନ୍ତି ଭାରତୀୟ ଦୃତ ବୋଲର ଇଶାନ୍ତ ଶର୍ମା । ସେ 300 ଟେଷ୍ଟ ୱିକେଟ୍ ନେଇ ଟେଷ୍ଟ ସ୍ପେସାଲିଷ୍ଟଙ୍କ ଏଲିଟ କ୍ଲବରେ ସାମିଲ ହୋଇଛନ୍ତି ।

ishant sharma

ରେଡ-ବଲ କ୍ରିକେଟରେ ଷଷ୍ଠ ଭାରତୀୟ ବୋଲର ଭାବେ ସେ ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଆଜି ମ୍ୟାଚରେ ଇଶାନ୍ତ ଇଂଲଣ୍ଡର ଦ୍ୱିତୀୟ ଇନିଂସର 16 ତମ ଓଭରରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଡାନ ଲରେନ୍ସଙ୍କୁ ଆଉଟ କରି ଏହି ସଫଳତା ହାସଲ କରିଛନ୍ତି । ତେବେ ଏମିତି କରିବାରେ ସେ କେବଳ 3ୟ ଭାରତୀୟ ଦୃତ ବୋଲର ହୋଇଛନ୍ତି । ଆଉ ସବୁଠି ଧିମା ବୋଲର ଭାବେ ସେ ଏହି ରେକର୍ଡ କରିଛନ୍ତି ।

ପୂର୍ବତନ ଲେଗ ସ୍ପିନର ଅନିଲ କୁମ୍ବଲେ (619) କପିଲ ଦେବ (434), ହରଭଜନ ସିଂ (417), ରବିଚନ୍ଦ୍ରନ ଅଶ୍ୱିନ (382), ଜାହିର ଖାନ (311) ଏହି ତାଲିକାରେ ପୂର୍ବରୁ ସାମିଲ ଅଛନ୍ତି । ପିଠିରେ ଆଘାତ ହେତୁ ଅଷ୍ଟ୍ରେଲିୟ ଗସ୍ତରୁ ବଞ୍ଚିତ ହେବା ପରେ ଇଶାନ୍ତ ଏହି ସିରିଜ୍ ପାଇଁ ଟେଷ୍ଟ ଦଳକୁ ଫେରିଥିଲେ । ସେହିପରି ସେ ଆଇପିଏଲ୍ 2020 ରେ ଦିଲ୍ଲୀ ରାଜଧାନୀ ପାଇଁ କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
ishant sharma becomes the 3rd Indian pacer to get 300 Test wickets
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X