Rishabh Pant Birthday:ଋଷଭ ପନ୍ଥ ଡେଟ୍ କରୁଛନ୍ତି ଉର୍ବଶୀ ରାଉତେଲା ! ଅଭିନେତ୍ରୀ କହିଲେ ଏପରି କଥା
Rishabh Pant Birthday: ଉର୍ବଶୀ ରାଉତେଲା ଏବଂ କ୍ରିକେଟର ଋଷଭ ପନ୍ଥଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ଲଗାତାର ଏହି ସେଲିବ୍ରିଟିଙ୍କୁ ନେଇ ଆଲୋଚନା ହୋଇଥାଏ । ବର୍ତ୍ତମାନ ପ୍ରଶଂସକମାନେ ଜାଣିବାକୁ ଆଗ୍ରହୀ ଯେ ଏହି ଦମ୍ପତି ପ୍ରକୃତରେ ପରସ୍ପରକୁ ଡେଟ୍ କରୁଛନ୍ତି କି ନାହିଁ ।
ଉର୍ବଶୀ ରାଉତେଲା ବଲିଉଡର ସବୁଠାରୁ ସୁନ୍ଦର ଏବଂ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଅଭିନେତ୍ରୀ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ହେଡଲାଇନରେ ରହିଥାନ୍ତି । କ୍ରିକେଟର ଋଷଭ ପନ୍ଥଙ୍କ ବିଷୟରେ ଗୁଜବ ମଧ୍ୟ ଦୀର୍ଘ ଦିନ ଧରି ଲାଗିରହିଛି । ବର୍ତ୍ତମାନ ଏକ ନୂତନ ସାକ୍ଷାତକାରରେ ଅଭିନେତ୍ରୀ ଏହା ଉପରେ ନୀରବତା ଭାଙ୍ଗିଛନ୍ତି।

ଉର୍ବଶୀ ରାଉତେଲା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ଅନେକ ସମୟରେ ସେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏପରିକି ଅଭିନେତ୍ରୀ ଋଷଭ ପନ୍ଥଙ୍କ ବିଷୟରେ ମଧ୍ୟ ଆଲୋଚନା କରିଥାନ୍ତି । ଅଭିନେତ୍ରୀ ଆରପି ଅର୍ଥାତ୍ କ୍ରିକେଟର ଋଷଭ ପନ୍ଥବିଷୟରେ କଥାବାର୍ତ୍ତା କରନ୍ତି।
ନିକଟରେ NDTV କୁ ଦେଇଥିବା ଏକ ସାକ୍ଷାତକାରରେ ଉର୍ବଶୀ ଋଷଭ ପନ୍ଥଙ୍କୁ ଡେଟ କରିବାର ଗୁଜବ ବିଷୟରେ କହିଥିଲେ। ଏହି ସବୁ ଗୁଜବକୁ ଅଭିନେତ୍ରୀ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଏହି ମେମଗୁଡ଼ିକ ନକଲି ତଥ୍ୟ ଉପରେ ଆଧାରିତ ଏବଂ ଏହା ତାଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି । ଅଭିନେତ୍ରୀ କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଗଣମାଧ୍ୟମଠାରୁ ଦୂରରେ ରଖିବାକୁ ଚାହୁଁଛନ୍ତି।












Click it and Unblock the Notifications