ବିବାହର ୮ ବର୍ଷ ପରେ ପତ୍ନୀଙ୍କ ଫଟୋ ସେୟାର କରି ଟ୍ରୋଲ ହେଲେ ଇରଫାନ ପଠାନ୍

Irfan Pathan Wife photos Viral: ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଖେଳାଳି ଇରଫାନ ପଠାନ ବର୍ତ୍ତମାନ ଲାଇମଲାଇଟରେ ଅଛନ୍ତି । ଇରଫାନ୍ ନିଜର ଅଷ୍ଟମ ବିବାହ ବାର୍ଷିକୀ ଫେବ୍ରୁଆରୀ ୪ ତାରିଖ ଅର୍ଖାତ୍ ରବିବାର ଦିନ ସେଲିବ୍ରେଟ୍ କରିଛନ୍ତି । ପ୍ରଶଂସକମାନେ ସୋସିଆଲ ମିଡିଆରେ ଇରଫାନଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି ସେହିପରି କ୍ରିକେଟ୍ ପ୍ରଶଂସକମାନେ ଇରଫାନ୍ ପଠାନଙ୍କୁ ତାଙ୍କର 8ତମ ବାର୍ଷିକୀ ଅବସରରେ ଅଭିନନ୍ଦନ ଜଣାଇଛନ୍ତି।

ବିବାହ ବାର୍ଷିକୀରେ ଅବସରରେ ଇରଫାନ ପଠାନ ସୋସିଆଲ ମିଡିଆରେ ତାଙ୍କ ପତ୍ନୀଙ୍କ ଫଟୋ ସେୟାର କରିଛନ୍ତି । ତେବେ ଦୀର୍ଘ ଆଠ ବର୍ଷ ପରେ ଫ୍ୟାନ୍ସଙ୍କୁ ଇରଫାନ ନିଜ ପତ୍ନୀଙ୍କ ସମ୍ପୂର୍ଣ୍ଣ ଚେହେରା ଦେଖାଇଛନ୍ତି । ଏହାପୂର୍ବରୁ ଇରଫାନ ପଠାନ ତାଙ୍କ ପତ୍ନୀଙ୍କ ଫଟୋ ପୋଷ୍ଟ ତ କରନ୍ତି ହେଲେ ସର୍ବଦା ଅଧା ଢଙ୍କା ଯାଇଥିବା ଫଟୋ ହିଁ ପୋଷ୍ଟ କରନ୍ତି । ଯେଉଁଥି ପାଇଁ ତାଙ୍କୁ ଅନେକ ଥର ସମାଲୋଚନାର ଶିକାହ ମଧ୍ୟ ହେବା ପାଇଁ ପଡିଥାଏ ।

ହେଲେ ଏଥର ସେ ପ୍ରଥମ ଥର ନିଜ ପତ୍ନୀଙ୍କ ସମ୍ପୂର୍ଣ୍ଣ ମୁହଁ ଦେଖାଯାଉଥିବା ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସଫା ଜଣେ ମଡେଲ୍ ଥିଲେ ହେଲେ ଇରଫାନ ପଠାନଙ୍କୁ ବିବାହ କରିବା ପରେ ସେ ମଡେଲିଂ ଛାଡି ଦେଇଥିସଲେ ।

Irfan Pathan

ଇରଫାନ୍ ପଠାନ୍ 2016 ରେ ଦୁବାଇରେ ସଫା ବାଗଙ୍କୁ ବିବାହ କରିଥିଲେ । ସାଫା 28 ଫେବୃଆରୀ 1994 ରେ ସାଉଦି ଆରବରେ ଜନ୍ମଗ୍ରହଣ କରିଥିଲେ । ଯାହା ପରେ ସେ ମଡେଲିଂରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସଫାଙ୍କ ପିତାମାତା ମଧ୍ୟ ତାଙ୍କ କ୍ୟାରିଅର୍ ଅନୁସରଣ କରିବାରେ ତାଙ୍କୁ ସମର୍ଥନ କରିଥିଲେ । ହେଲେ 2016 ରେ ଇରଫାନ ପଠାନଙ୍କୁ ବିବାହ କରିବା ପରେ ସଫା ବାଗ ତାଙ୍କ ମଡେଲିଂ କ୍ୟାରିୟର ଛାଡି ଜଣେ ଗୃହିଣୀ ହୋଇଥିଲେ। ଇରଫାନଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି।

ଇରଫାନ ନିଜ ପତ୍ନୀଙ୍କ ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ ତାଙ୍କର ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଲୋକେ ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରୁଛନ୍ତି । ହେଲେ କିଛି ଲୋକେ ଏଥିପାଇଁ ଇରଫାନ ଖାନଙ୍କୁ ସମାଲୋଚନା ମଧ୍ୟ କରୁଥିବାର ଦେଖିବା ପାଇଁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+