ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

FIFA World Cup

ଦେଶର ସୁପ୍ରିମ ଲିଡରଙ୍କୁ ହତ୍ୟା କରାଯାଇଥିବାରୁ କୌଣସି ପରସ୍ଥିତିରେ ଇରାନ ଫିଫା ବିଶ୍ୱକପ୍‌ ଖେଳିବ ନାହିଁ। ଏପରିକ ଦେଶରେ ଶିଶୁମାନେ ସୁରକ୍ଷିତ ନ ଥିବାରୁ ଇରାନ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବ ନାହିଁ ବୋଲି ଡୋନିଆମାଲି ସ୍ପଷ୍ଟ କରିଛନ୍ତି।

ସୂଚନା ଯୋଗ୍ୟ, ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଜାରି ରହଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ ପକ୍ଷ ଟାର୍ଗେଟ କରି ଆକ୍ରମଣ କରିଥିଲେ। ପରେ ଉପସାଗରୀୟ ଦେଶଗୁଡିକରେ ରହିଥିବା ପ୍ରାୟ ୪୦୦ ଓ୍ବାଟର ଡି-ସାଲାଇନେଶନ୍‌ ପ୍ଲାଣ୍ଟଗୁଡିକୁ ଉଭୟ ପକ୍ଷ ଟାର୍ଗେଟ କରି ଆକ୍ରମଣ କରିଥିଲେ।

ଏବେ ଆମେରିକା ଇରାନ୍‌ର ବ୍ୟାଙ୍କ ଉପରେ ଆକ୍ରମଣ କରିବା ପରେ ଇରାନ୍‌ର ଆଇଆର୍‌ଜିସି ମଧ୍ୟପ୍ରାଚ୍ୟରେ ରହିଥିବା ଆମେରିକାର ବିଭିନ୍ନ ଆର୍ଥିକ ଅନୁଷ୍ଠାନ ଓ ବ୍ୟାଙ୍କଗୁଡିକୁ ଟାର୍ଗେଟ କରି ବୁଧବାର ଆକ୍ରମଣ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+