ଆଇପିଏଲ୨୦୨୩:ମୁମ୍ବାଇ ବିପକ୍ଷରେ ଆରସିବିର ଜବରଦସ୍ତ ବିଜୟ

IPL2023

ଆଇପିଏଲ୨୦୨୩: ଇଣ୍ଡିଆନ୍ ପ୍ରିମିୟର ଲିଗର ପଞ୍ଚମ ମ୍ୟାଚ୍ ଏପ୍ରିଲ ୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା । ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚରେ ଆରସିବି ନିଜର ପ୍ରଥମ ମ୍ୟାଚ୍ ଜିତି ବିଜୟର ଅଭିଯାନ ଆରମ୍ଭ କରିଛି । ରବିବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚରେ ଘରୋଇ ଟିମ୍ ମୁମ୍ବାଇ ଇଣ୍ତିଆନ୍ସକୁ ଏକତରଫା ଭାବେ ପରାସ୍ତ କରିଛି ।

ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ସାତ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । ୧୭୨ ରନର ଟାର୍ଗେଟ୍ ପାଇଥିବା ଆରସିବି ପ୍ରଥମ ୨ ଓଭର ବେଶ ସତର୍କତାର ସହ ଖେଳିଥିଲା । ବିରାଟ ଏବଂ ଡୁପ୍ଲେସିସିଙ୍କର ଯୋଡି ମ୍ୟାଚର ମୋଡ ବଦଳାଇଥିଲା । ମୁମ୍ବାଇ ଅଧିନାୟକ ରୋହିତ ଏହି ଯୋଡିକୁ ଭାଙ୍ଗିବା ପାଇଁ ବାରମ୍ବାର ବୋଲିଂରେ ପରିବର୍ତ୍ତନ କରିଥିଲେ ହେଲେ କୌଣସି ଫରକ ପଡି ନଥିଲା ।

ଆରସିବିକୁ ମ୍ୟାଚ୍ ଜିତାଇବାରେ ବିରାଟ କୋହଲି ଏବଂ ଡୁପ୍ଲେସିସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଉଭୟ ଖେଳାଳି ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ମ୍ୟାଚରେ ଡୁପ୍ଲେସିସି ୩୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ କୋହଲି ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ କରିଥିଲେ । ସେ ୩୮ ବଲରେ ୫୦ ରନ୍ ସଂଗ୍ରହ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ବିରାଟ କୋହଲି ୪୯ ବଲରେ ୮୨ ରନ ସଂଗ୍ରହ କରିଥିଲେ। ତାଙ୍କ ଇନିଂସ ସମୟରେ ବିରାଟ ୬ ଚୌକା ଓ ୫ ଛକା ମାରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+