ମାର୍ଚ୍ଚ ୨୨'ରୁ ଆରମ୍ଭ ହେବ IPL, ଏଠାରେ ଖେଳାଯିବ ପ୍ରଥମ ମ୍ୟାଚ୍
IPL 2025: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଇଣ୍ତିଆନ୍ ପ୍ରିମିୟକ ଲିଗ'ର ୧୮ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି ଏବଂ ଏହାର କାର୍ଯ୍ୟସୂଚୀ ଖୁବଶୀଘ୍ର ପ୍ରକାଶ ପାଇବା ପାଇଁ ଯାଉଛି । ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଇଡେନ୍ ଗାର୍ଡେନରେ ଖେଳା ଯିବ ଏବଂ ଏହି ମ୍ୟାଚର ଫାଇନାଲ ମ୍ୟାଚ୍ ମେ ୨୫ ତାରିଖରେ ଶେଷ ହେବ ।

BCCI IPLର ନୂତନ ସିଜିନ୍ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ହିଁ IPL ଆରମ୍ଭ ହେବା ନେଇ ସୂଚନା ରହିଛି । ଏହି ଇଭେଣ୍ଟର ପ୍ରଥମ ମ୍ୟାଚ୍ IPL 2025 ମାର୍ଚ୍ଚ 22 ରେ ଆରମ୍ଭ ହେବ ।
ଡିଫେଣ୍ଡିଂ ଚାମ୍ପିଅନ KKR ନିଜ ଘରୋଇ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଖେଳିବାର ମୌକା ପାଇବ । ସୂଚନା ଅନୁସାରେ, KKR ଏବଂ RCB ମଧ୍ୟରେ ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ। RCB ରଜତ ପାଟିଦାରଙ୍କ ଅଧିନାୟକତ୍ୱରେ ଖେଳିବାକୁ ଯାଉଛି।
ରିପୋର୍ଟ ଅନୁସାରେ, ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ଏହାର ପ୍ରଥମ ମ୍ୟାଚ୍ ନିଜ ଘରୋଇ ଗ୍ରାଉଣ୍ଡ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳିବ। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସେମାନଙ୍କର ମ୍ୟାଚ୍ 23 ମାର୍ଚ୍ଚରୁ ହେବ। ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ କିଛି ଦିନ ମଧ୍ୟରେ ବିସିସିଆଇ ପକ୍ଷରୁ ଘୋଷଣା କରାଯିବା ନେଇ ସୂଚନା ରହିଛି । IPL 2025 ଫାଇନାଲ ଫାଇନାଲ ମ୍ୟାଚ୍25 ମେ'ରେ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବ।












Click it and Unblock the Notifications