କେବେ, କେମିତି କିଣିପାରିବେ ଆଇପିଏଲ୍‌ ଟିକେଟ୍‌, ଜାଣନ୍ତୁ କେତେ ରହିବ ଦାମ୍‌ ?

ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନ ଅର୍ଥାତ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି । ୨୨ ମାର୍ଚ୍ଚରୁ ୨୫ ମେ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୧୦ଟି ଦଳ ଅଂଶଗ୍ରହଣ କରିବେ ଏବଂ ମ୍ୟାଚ ପାଇଁ ୧୩ଟି ପଡ଼ିଆ ଚୟନ କରାଯାଇଛି। ସିଜିନର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (କେକେଆର ବନାମ ଆରସିବି) ମଧ୍ୟରେ ଇଡେନ ଗାର୍ଡେନରେ ଖେଳାଯିବ।

ଆଇପିଏଲ୍‌ ୨୦୨୫ ଆରମ୍ଭ ହେବାକୁ ଆହୁରି ଅନେକ ସପ୍ତାହ ବାକି ଅଛି, କିନ୍ତୁ ଟିକେଟ କିଣିବା ପାଇଁ ପ୍ରଶଂସକଙ୍କ ଉତ୍ସାହ ବଢ଼ିବା ଆରମ୍ଭ କରିସାରିଛି। ଏପର୍ଯ୍ୟନ୍ତ ବିସିସିଆଇ ଟିକେଟ ବୁକିଂ ପ୍ରକ୍ରିୟା ସମ୍ପର୍କରେ କୌଣସି ବିବରଣୀ ପ୍ରକାଶ କରିନାହିଁ, କିନ୍ତୁ ପୂର୍ବ ସିଜନ ପରି, ଅଧିକାଂଶ ଟିକେଟ ଇଣ୍ଟରନେଟ ମାଧ୍ୟମରେ ଅର୍ଥାତ୍‌ ଅନଲାଇନରେ ବିକ୍ରି ହେବ। ପ୍ରଶଂସକମାନେ ଦଳଗୁଡ଼ିକର ଅଫିସିଆଲ ୱେବସାଇଟ କିମ୍ବା Paytm, BookMyShow ଭଳି ପ୍ଲାଟଫର୍ମରୁ ଟିକେଟ କିଣିପାରିବେ।

IPL Ticket Booking

ପୂର୍ବରୁ ମଧ୍ୟ ବିସିସିଆଇ ଏହି ସମୟରେ ଟିକେଟ ଉପଲବ୍ଧ କରାଇଥିବାରୁ ଆଇପିଏଲ ୨୦୨୫ ପାଇଁ ଟିକେଟ ବିକ୍ରି ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ଆରମ୍ଭରେ ଆରମ୍ଭ ହୋଇପାରେ। ଅନେକ ଦଳ ସେମାନଙ୍କ ମ୍ୟାଚ ପାଇଁ ପ୍ରାକ-ପଞ୍ଜିକରଣ ଆରମ୍ଭ କରିସାରିଛନ୍ତି। ଉଦାହରଣ ସ୍ବରୂପ, ରାଜସ୍ଥାନ ରୟାଲ୍ସ ସମର୍ଥକମାନେ ଫେବୃଆରୀ ୭ରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ, ଯାହା ଦ୍ୱାରା ଟିକେଟ ବିକ୍ରି ହେବା ସମୟରେ ସେମାନଙ୍କ ପାଇଁ ସହଜ ହୋଇପାରିବ।

ଷ୍ଟାଡିୟମ ଏବଂ ଏଥିରେ ଥିବା ଷ୍ଟାଣ୍ଡ ଅନୁସାରେ ଟିକେଟର ମୂଲ୍ୟ ନିର୍ଣ୍ଣୟ କରାଯିବ। କୁହାଯାଉଛି ଯେ, ଜେନେରାଲ ଷ୍ଟାଣ୍ଡରେ ସିଟ୍‌ରେ ମୂଲ୍ୟ ୮୦୦-୧୫୦୦ ଟଙ୍କା ମଧ୍ୟରେ ହୋଇପାରେ। ପ୍ରିମିୟମ ସିଟ୍‌ର ମୂଲ୍ୟ ୨୦୦୦-୫୦୦୦ ଟଙ୍କା ମଧ୍ୟରେ ରହିବ। ଭିଆଇପି ଏବଂ ଏକଜିକ୍ୟୁଟିଭ ବକ୍ସରେ ଗୋଟିଏ ସିଟ୍‌ର ମୂଲ୍ୟ ୬୦୦୦-୨୦,୦୦୦ ଟଙ୍କା ମଧ୍ୟରେ ରହିବ। କର୍ପୋରେଟ ବାକ୍ସରେ ବସିବା ପାଇଁ, ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସିଟ ପାଇଁ ୨୫,୦୦୦ ରୁ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+