ଆଇପିଏଲ ଷ୍ଟାର ରାହୁଲ ତେୱଟିଆଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ
ଇଣ୍ଡିଆନ୍ ପ୍ରିମିୟର ଲିଗ ବା ଆଇପିଏଲ-13 ତମ ସିଜନର ଷ୍ଟାର ବ୍ୟାଟ୍ସମ୍ୟାନ ରାହୁଲ ତେୱଟିଆଙ୍କ ଗୁରୁବାର ନିର୍ବନ୍ଧ ହୋଇଛି ।
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ ବା ଆଇପିଏଲ-13 ତମ ସିଜନର ଷ୍ଟାର ବ୍ୟାଟ୍ସମ୍ୟାନ ରାହୁଲ ତେୱଟିଆଙ୍କ ଗୁରୁବାର ନିର୍ବନ୍ଧ ହୋଇଛି । ରାହୁଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଭାବି ପତ୍ନୀ ରିଦ୍ଧି ପନ୍ନୁଙ୍କ ସହ ନଜର ଆସିଛନ୍ତି।

ପ୍ରକାଶଥାଉ କି, ରାହୁଲ ତେୱାଟିଆ ଆଇପିଏଲ 2020 ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ବେଳେ ଗୋଟିଏ ଓଭରରେ 5 ଟି ଛକା ମାରିଥିଲେ । ତାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପାଇଁ କିଙ୍ଗ୍ସ ଏକାଦଶ ପଞ୍ଜାବ ମ୍ୟାଚ୍ ହାରାଥିଲା । ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ ହରିୟାନୀଙ୍କ ପାଇଁ ଖେଳୁଥିଲେ । ଯେଉଁଠାରେ ତାଙ୍କ ଦଳ ବରୋଦା କ୍ୱାର୍ଟର ଫାଇନାଲରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
3.2.2021 💍❤️ pic.twitter.com/ERRbWbWuOk
— Rahul Tewatia (@rahultewatia02) February 4, 2021
ରାହୁଲ ତେୱାଟିଆଙ୍କ ପାଇଁ ଆଇପିଏଲର 13 ତମ ସିଜିନ ଏକ ସ୍ୱପ୍ନ ଠାରୁ କମ୍ ନୁହେଁ । ଯେଉଁଠାରେ ସେ 14 ଟି ମ୍ୟାଚ୍ ଖେଳିଥିଲେ। 10 ଟି ୱିକେଟ୍ ନେଇବା ସହ 139.34 ର ଷ୍ଟ୍ରାଇକ୍ ରେଟ୍ ସହିତ ବ୍ୟାଟରେ 255 ରନ୍ ସ୍କୋର କରିଥିଲେ ।
ତେବେ ରାହୁଲଙ୍କ ନିର୍ବନ୍ଧ ଉତ୍ସବରେ ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଏବଂ ତାଙ୍କ ସାଥୀ ହରିୟାଣା କ୍ରିକେଟର ଜୟନ୍ଦ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।












Click it and Unblock the Notifications