ବଦଳିବ ଆଇପିଏଲ ଖେଳସୂଚୀ !
ବିସିସିଆଇ ଆଇପିଏଲ ପାଇଁ ଖେଳସୂଚୀ ଜାରି କରିଛି । ନିର୍ବାଚନକୁ ନଜରରେ ରଖି ଏପ୍ରିଲ୧୨ତାରିଖ ଯାଏଁ ବିସିସିଆଇ ଖେଳସୂଚୀରେ ବିଭିନ୍ନ ମ୍ୟାଚ୍ ରହିଛି । ଯେଉଁଥିରେ୨୦ଟି ମୁକାବିଲା ଖେଳାଯିବ । ତେବେ ରବିବାର୪ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତିପ୍ରକାଶ ପାଇଛି। ଯାହାକୁ ଦେଖି ବିସିସିଆଇ ନିଜ ଆଇପିଏଲ ଖେଳସୂଚୀରେ ପୁଣି ଥରେ ପରିବର୍ତ୍ତନ କରିପାରେ ବୋଲି ଆଶଙ୍କା କରାଯାଉଛି ।

ଆସାମ ନିର୍ବାଚନ ଏବଂ ଆଇପିଏଲ
ନିର୍ବାଚନ ଆୟୋଗ ଆସାମରେ ଏପ୍ରିଲ୯ତାରିଖରେ ମତଦାନ ହେବା ନେଇ ଘୋଷଣା କରିଛନ୍ତି । ଆସାମର୧୨୬ବିଧାନସଭା ସିଟ୍ ପାଇଁ ଏପ୍ରିଲ୯ତାରିଖରେ ଭୋଟ୍ ହେବ । ଗୋଟିଏ ପର୍ଯ୍ୟାୟରେ ଏଠାରେ ଭୋଟ୍ ହେବ । ଯଦି ଆଇପିଏଲର ଖେଳସୂଚୀ ଉପରେ ନଜର ପକାଯାଏ ତେବେ ଗୌହାଟୀରେ ଏପ୍ରିଲ୭ତାରିଖରେ ମ୍ୟାଚ୍ ହେବା ନେଇ କୁହାଯାଇଛି ।
ଏବେ ପ୍ରଶ୍ନ ଉଠୁଛି ଯେ ଏପ୍ରିଲ୯ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଆଇପିଏଲର ଖେଳସୂଚୀ ବଦଳିବ ନା ନାହିଁ । ଏବେ କିନ୍ତୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ଆଶଙ୍କା କରାଯାଉଛି ଯେ, ବିସିସିଆଇ ନୂଆ ଖେଳସୂଚୀ ଜାରି କରିବା ଆଗରୁ ପ୍ରଶାସନ ସହ ଆଲୋଚନା କରିଥିବ ।
ଆସାମରେ ଏପ୍ରିଲ୯ତାରିଖରେ ଭୋଟ୍ ଥିବାରୁ୭ତାରିଖ ଦିନ ପ୍ରଚାର ବନ୍ଦ ହୋଇଯିବ । ପୋଲିସ ପ୍ରଶାସନକୁ ମଧ୍ୟ୭ତାରିଖରେ ମୁତୟନ କରାଯିବ ।୭ତାରିଖ ସନ୍ଧ୍ୟାରେ ମ୍ୟାଚ୍ ଥିବାରୁ୯ଏବଂ୧୦ତାରିଖରେ ଅର୍ଥାତ ଭୋଟ୍ ଏବଂ ତା ପରଦିନ ପୋଲିସ ପାଇଁ ଅନେକ ଚ୍ୟାଲେଞ୍ଜ୍ ରହିବ ।
ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ । ସାଧାରଣ ଭାବେ ମତଦାନ ପାଇଁ ସପ୍ତାହେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଫଳରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଦାୟିତ୍ୱ ବଢିଯାଏ । ଆସାମର ସୀମା ବାଂଲାଦେଶ ସହ ଲାଗି ଥିବାରୁ ଏହା ଅଧିକ ଚ୍ୟାଲେଞ୍ଜ୍ ଦେଇଥାଏ । ତେଣୁ ଖେଳାଳି ଏବଂ ଅନ୍ୟ ସପୋର୍ଟ ଷ୍ଟାଫ୍ ଙ୍କୁ ସୁରକ୍ଷାକୁ ସୁନିଶ୍ଚିତ କରିବା ସହଜ ନୁହେଁ ।
ଶୀଘ୍ର ପୂର୍ଣ୍ଣ ଖେଳସୂଚୀ
ବିସିସିଆଇ ଶୀଘ୍ର୨୦୨୬ଆଇପିଏଲ ପାଇଁ ଖେଳସୂଚୀ ଜାରି କରିବ । ଏଥିରୁ ଗୌହାଟୀରେ ହେବାକୁ ଥିବା ମ୍ୟାଚ୍ ପରିବର୍ତ୍ତନ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।
-
୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ନିର୍ବାଚନ ପାଇଁ ତାରିଖ ଘୋଷଣା, ଭାଗ ନେବେ ୧୭.୪ କୋଟି ଭୋଟର -
୩ ଏୟାରପୋର୍ଟକୁ ବନ୍ଦ ଘୋଷଣା କଲା ଆମେରିକା -
ପିଆଜ ଖାଇବା ଦ୍ୱାରା ମିଳିଥାଏ ଚମତ୍କାର ଫାଇଦା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ











Click it and Unblock the Notifications