ଆଇପିଏଲ: ରାଜସ୍ଥାନ ରୟାଲ୍ସକୁ ୯ ଓ୍ବିକେଟରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ଆଇପିଏଲ ୨୦୨୫ର ୨୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୯ ଓ୍ବିକେଟରେ ହରାଇଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ।
ଆରସିବି ଆଗରେ ୧୭୪ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୭.୩ ଓଭରରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ୧୭୫ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଫିଲିପ ସଲ୍ଟ ୬୫ ରନ କରିଥିବାବେଳେ ବିରାଟ କୋହଲି ୬୨ ରନ ଓ ଦେବଦତ୍ତ ପଡ଼ିକଲ୍ଲ ୪୦ ରନ କରିଥିଲେ ।
ଆରସିବି ଆଗରେ ୧୭୪ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୭.୩ ଓଭରରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ୧୭୫ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଫିଲିପ ସଲ୍ଟ ୬୫ ରନ କରିଥିବାବେଳେ ବିରାଟ କୋହଲି ୬୨ ରନ ଓ ଦେବଦତ୍ତ ପଡ଼ିକଲ୍ଲ ୪୦ ରନ କରିଥିଲେ ।

ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୪ ଓ୍ବିକେଟ ହରାଇ ୧୭୩ ରନ କରିଥିଲା । ସେ ମାତ୍ର ୪୭ଟି ବଲ ଖେଳି ୨ ଛକା ଓ ୧୦ ଚୌକା ସହ ଏହି ସ୍କୋର କରିଥିଲେ ।
ସେହିପରି ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୭୫ ରନ କରିଥିବାବେଳେ ଧ୍ରୁବ ଜୁରେଲ ୩୫ ରନ ଓ ରିୟାନ ପରାଗ ୩୦ ରନ କରିଥିଲେ । ଅଧିନାୟକ ସଂଜୁ ସାମସନ ୧୫ ରନ କରିଥିଲେ । ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ବର କୁମାର, ୟଶ ଦୟାଲ, କ୍ରୁନାଲ ପାଣ୍ଡ୍ୟା ଓ ଜସ ହଜେଲଉଡ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Click it and Unblock the Notifications