Get Updates
Get notified of breaking news, exclusive insights, and must-see stories!

ଆଇପିଏଲ ପଏଣ୍ଟ ଟେବୁଲ: ଶୀର୍ଷରେ କିଏ ? କାହା ପାଖରେ ଅରେଞ୍ଜ କ୍ୟାପ ଓ ପର୍ପଲ୍ କ୍ୟାପ୍ ?

ଗତକାଲି ମ୍ୟାଚରେ ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏହିପରି ରାଜସ୍ଥାନ ରୟାଲ୍ସ ସିଜିନ୍‌ର ପ୍ରଥମ ପରାଜୟ ପାଇଛି । ଶୁବମନ ଗିଲଙ୍କ ଅଧିନାୟକତ୍ୱ ଗୁଜରାଟ ଟାଇଟାନ୍ସ ତୃତୀୟ ବିଜୟ ହାସଲ କରିଛି ।

ତେବେ ପରାଜୟ ପରେ ମଧ୍ୟ ରାଜସ୍ଥାନ ରୟାଲ୍ସର ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ୫ଟି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୪ଟି ବିଜୟ ୮ ପଏଣ୍ଟ ପାଇଛି। ଏହା ପରେ କୋଲକାତା ନାଇଟ ରାଇଡର୍ସ ୪ଟି ମ୍ୟାଚରେ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

କେକେଆର ବ୍ୟତୀତ ଲକ୍ଷ୍ନୌ ସୁପର ଜିଆଣ୍ଟସ, ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟ ତିନୋଟି ଲେଖାଏଁ ବିଜୟ ସହ ୬-୬ ପଏଣ୍ଟ ପାଇଛନ୍ତି । ଲକ୍ଷ୍ନୌ ତୃତୀୟ, ଚେନ୍ନାଇ ଚତୁର୍ଥ, ହାଇଦ୍ରାବାଦ ପଞ୍ଚମ ଓ ଗୁଜରାଟ ଟାଇଟାନ୍ସ ଷଷ୍ଠ ସ୍ଥାନରେ ରହିଛି ।

ଆମେ ଯଦି ଦେଖିବା ପଞ୍ଜାବ କିଙ୍ଗସ୍ ଦୁଇଟି ମ୍ୟାଚ ଜିତି ଚାରି ପଏଣ୍ଟ ସହ ସପ୍ତମ ସ୍ଥାନରେ ଅଛି ସେହିପରି ମୁମ୍ବାଇ ଦୁଇ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ଅଛି । ଆରସିବି ଦୁଇ ପଏଣ୍ଟ ସହ ନବମ ସ୍ଥାନରେ ଅଛି । ଦିଲ୍ଲୀ ଦୁଇ ପଏଣ୍ଟ ସହ ଦଶମ ସ୍ଥାନରେ ଅଛି ।

Ipl point table

ତେବେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ପରାଜୟ ସତ୍ତ୍ୱେ ରାଜସ୍ଥାନ ରୟାଲ୍ସ ଏକ ନମ୍ବରରେ ରହିଛି। ୫ଟି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୮ ପଏଣ୍ଟ ପାଇଛି। ସେହିପରି ବିରାଟ କୋହଲି ଅରେଞ୍ଜ କ୍ୟାପ ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ପର୍ପଲ କ୍ୟାପ ରେସରେ ଚହଳ ଆଗରେ ଅଛନ୍ତି । ବିରାଟ ୩୧୬ ରନ କରିଥିବା ବେଳେ, ଚହଲ ୧୦ ଟି ୱିକେଟ ନେଇଛନ୍ତି ।

କୋହଲି ଏ ପର୍ଯ୍ୟନ୍ତ ୫ ମ୍ୟାଚ୍‌ରେ ୧୦୫.୩୩ ହାରରେ ୩୧୬ ରନ ସଂଗ୍ରହ କରିଛନ୍ତି ଏବଂ ଷ୍ଟ୍ରାଇକ ରେଟ୍‌ ୧୪୬.୩୦ ରହିଛି। ସେ ଗୋଟିଏ ଶତକ ଏବଂ ୨ ଅର୍ଦ୍ଧଶତକ ହାସଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+