For Quick Alerts
Turn On Notification  
For Daily Alerts
Oneindia App Download

ଆଇପିଏଲ 2021: ଫାଇନାଲ ଟିକେଟ୍ ପାଇଁ ଚେନ୍ନାଇ ସାମ୍ନାରେ 173 ରନର ଟାର୍ଗେଟ୍

ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ 172 ରନରେ ରୋକିଛି ।

|

ଦୁବାଇ: ଆଇପିଏଲ 2021ର ପ୍ରଥମ କ୍ୱାଲିଫାୟର ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବିଜେତା ଦଳ ସିଧାସଳଖ ଫାଇନାଲ ଟିକେଟ୍ ପାଇବ । ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ 172 ରନରେ ରୋକିଛି ।

IPL 2021

ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହାରାଇ 172 ରନ କରିଛି ଯୁବ ଦିଲ୍ଲୀ ଦଳ । ଡିସି ପାଇଁ ସର୍ବାଧିକ 60 ରନ ପାଳି ଖେଳିଛନ୍ତି ଓପନର ପୃଥ୍ବୀ ଶ । ଇଂନିସ ଆରମ୍ଭ କରିଥିବା ଅନ୍ୟତମ ଓପନର ଶିଖର ଧୱନ କିନ୍ତୁ ଫେଲ ମାରିଛନ୍ତି । ସେ 7 ବଲରୁ 7 ରନ ସଂଗ୍ରହ କରି ହେଜଲହୁଡଙ୍କ ଶୀକାର ହୋଇଥିଲେ । ପରେ ପରେ ମଧ୍ୟକ୍ରମ ଭରସା ସାଜିଥିବା ଶ୍ରେୟସ ଆୟର ମଧ୍ୟ ବଡ ସଟ୍ ଖେଳିବାର ପ୍ରୟାସରେ ଋତୁରାଜଙ୍କ ହାତରେ ୱିକେଟ ଦେଇ ବସିଥିଲେ । ପଣ୍ଟିଂଙ୍କ ଆଶ୍ଚର୍ଯକର ରଣନୀତି ଦ୍ବାରା 4 ନମ୍ୱରରେ ବ୍ୟାଟିଂ ଆସିଥିବା ଅକ୍ସର ପଟେଲ ମଧ୍ୟ କିଛି ଖାସ କରି ପାରି ନଥିଲେ ।

IPL 2021

କିନ୍ତୁ ପରେ ଅଧିନାୟକ ଋଷବ ପନ୍ତ ( ଅପରାଜିତ 51 ) ଓ ଶ ପାଳିକୁ ଆଗକୁ ବଢିଥିଲେ । ଶ ଆଉଟ ହେବା ପରେ ଶିମ୍ରନ ହେଟମାୟର (ଅପରାଜିତ 37) ପନ୍ତଙ୍କ ସହ ମିଶି ଦଳିୟୀ ପାଳିକୁ ଦୃତ ଗତିରେ ଆଗକୁ ନେଇଥିଲେ । ଦୁଇଙ୍କ ଧୁଆଁଧାର ପାଳି ବଳରେ ପ୍ରଥମ କ୍ୱାଲିଫାୟରରେ 172ରନ ସ୍କୋର କରିଛି ଦିଲ୍ଲୀ ଦଳ ।

ଚେନ୍ନାଇ ପାଇଁ ଜସ୍ ହେଜଲହୁଡ୍ ଦୁଇଟି, ରବିନ୍ଦ୍ର ଜାଡେଜା, ମୋଇନ ଅଲ୍ଲୀ ଓ ଡାଏନ ବ୍ରାଭୋ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL Playoffs 2021: Qualifier 1, 173 runs Target For CSK
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X