ଆଇପିଏଲ 2021: ଫାଇନାଲ ଟିକେଟ୍ ପାଇଁ ଚେନ୍ନାଇ ସାମ୍ନାରେ 173 ରନର ଟାର୍ଗେଟ୍
ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ 172 ରନରେ ରୋକିଛି ।
ଦୁବାଇ: ଆଇପିଏଲ 2021ର ପ୍ରଥମ କ୍ୱାଲିଫାୟର ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବିଜେତା ଦଳ ସିଧାସଳଖ ଫାଇନାଲ ଟିକେଟ୍ ପାଇବ । ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ 172 ରନରେ ରୋକିଛି ।

ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହାରାଇ 172 ରନ କରିଛି ଯୁବ ଦିଲ୍ଲୀ ଦଳ । ଡିସି ପାଇଁ ସର୍ବାଧିକ 60 ରନ ପାଳି ଖେଳିଛନ୍ତି ଓପନର ପୃଥ୍ବୀ ଶ । ଇଂନିସ ଆରମ୍ଭ କରିଥିବା ଅନ୍ୟତମ ଓପନର ଶିଖର ଧୱନ କିନ୍ତୁ ଫେଲ ମାରିଛନ୍ତି । ସେ 7 ବଲରୁ 7 ରନ ସଂଗ୍ରହ କରି ହେଜଲହୁଡଙ୍କ ଶୀକାର ହୋଇଥିଲେ । ପରେ ପରେ ମଧ୍ୟକ୍ରମ ଭରସା ସାଜିଥିବା ଶ୍ରେୟସ ଆୟର ମଧ୍ୟ ବଡ ସଟ୍ ଖେଳିବାର ପ୍ରୟାସରେ ଋତୁରାଜଙ୍କ ହାତରେ ୱିକେଟ ଦେଇ ବସିଥିଲେ । ପଣ୍ଟିଂଙ୍କ ଆଶ୍ଚର୍ଯକର ରଣନୀତି ଦ୍ବାରା 4 ନମ୍ୱରରେ ବ୍ୟାଟିଂ ଆସିଥିବା ଅକ୍ସର ପଟେଲ ମଧ୍ୟ କିଛି ଖାସ କରି ପାରି ନଥିଲେ ।

କିନ୍ତୁ ପରେ ଅଧିନାୟକ ଋଷବ ପନ୍ତ ( ଅପରାଜିତ 51 ) ଓ ଶ ପାଳିକୁ ଆଗକୁ ବଢିଥିଲେ । ଶ ଆଉଟ ହେବା ପରେ ଶିମ୍ରନ ହେଟମାୟର (ଅପରାଜିତ 37) ପନ୍ତଙ୍କ ସହ ମିଶି ଦଳିୟୀ ପାଳିକୁ ଦୃତ ଗତିରେ ଆଗକୁ ନେଇଥିଲେ । ଦୁଇଙ୍କ ଧୁଆଁଧାର ପାଳି ବଳରେ ପ୍ରଥମ କ୍ୱାଲିଫାୟରରେ 172ରନ ସ୍କୋର କରିଛି ଦିଲ୍ଲୀ ଦଳ ।
ଚେନ୍ନାଇ ପାଇଁ ଜସ୍ ହେଜଲହୁଡ୍ ଦୁଇଟି, ରବିନ୍ଦ୍ର ଜାଡେଜା, ମୋଇନ ଅଲ୍ଲୀ ଓ ଡାଏନ ବ୍ରାଭୋ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications