କିଛି ସମୟ ପରେ ଆଇପିଏଲ ଓପନିଂ ସେରିମନି: ଭାରତରେ ଆରମ୍ଭ ହେବ କ୍ରିକେଟର ମହାପର୍ବ

IPL Opening Ceremony 2023

IPL Opening Ceremony 2023: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2023 (ଆଇପିଏଲ 2023) ର ଉତ୍ସବ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । କ୍ରିକେଟ୍ ପ୍ରେମୀମାନେ ଉତ୍ସାହର ସହିତ ଏହି ଉତ୍ସବକୁ ଅପେକ୍ଷା କରିଛନ୍ତି । ତେବେ ଆଉ କିଛି ସମୟର ଅପେକ୍ଷା ଭାରତରେ ଆରମ୍ଭ ହେବ କ୍ରିକେଟର ମହାପର୍ବ ।

ଆଜି ମାର୍ଚ୍ଚ 31 ରେ ଗୁଜୁରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ତେବେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଏହି ଷ୍ଟାଡିୟମରେ ଏକ ଉଦଘାଟନୀ ସମାରୋହ ହେବ । ଯେଉଁଥିରେ ଅନେକ ବଲିଉଡ ସେଲିବ୍ରେଟ୍ ନିଜର ଜବରଦସ୍ତ ପ୍ରଦର୍ଶନ କରିବେ ।

ଗୋଟିଏ ପଟେ ବଲିଉଡର ପ୍ରସିଦ୍ଧ ଗାୟକ ଅରିଜିତ ସିଂଙ୍କ ସ୍ୱର ସହିତ ନରେନ୍ଦ୍ର ମୋଦି ଷ୍ଟାଡିୟମ ସନ୍ଧ୍ୟାରେ ଝୁମିବ । ଅନ୍ୟପଟେ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ ତମନ୍ନା ଭାଟ୍ଟିଆଙ୍କ ଜବରଦସ୍ତ ଠୁମକାରେ ସନ୍ଧ୍ୟା ରଙ୍ଗୀନ ହେବ । ଏହା ବ୍ୟତୀତ କ୍ୟାଟ୍ରିନା କୈଫ ଏବଂ ଟାଇଗର ଶ୍ରଫ ମଧ୍ୟ ଷ୍ଟେଜରେ ନିଆଁ ଲଗାଇବାକୁ ପୁରା ପ୍ରସ୍ତୁତ ଅଛନ୍ତି ।

ଉଲ୍ଲେଖଥାଉ କି, ଆଇପିଏଲର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତମନ୍ନା ଭାଟିଆ ଏବଂ ରଶ୍ମିକା ମନ୍ଦନାଙ୍କ ଏକ ଭିଡିଓ ସେୟାର କରାଯାଇଛି । ଏହି ଭିଡିଓରେ ତମନ୍ନା ଭାଟିଆ ମଞ୍ଚରେ ରିହର୍ସାଲ୍ କରୁଥିବା ଦେଖିବାକୁ ମିଳିଛି । ଏହା ସହିତ, ସେ ତାଙ୍କ ଅଭିଜ୍ଞତା ଏବଂ ଉତ୍ସାହକୁ ଲୋକଙ୍କୁ ଜଣାଉଛନ୍ତି । ଭିଡିଓରେ ରଶ୍ମିକା ମନ୍ଦନା ମଧ୍ୟ ବହୁତ ଖୁସି ଥିବା ଦେଖିବାକୁ ମିଳିଛି। ଭିଡିଓରେ ଉଭୟ କହିଛନ୍ତି ଯେ ଏମଏସ ଧୋନି ଏବଂ ବିରାଟ କୋହଲି ସେମାନଙ୍କର ପ୍ରିୟ କ୍ରିକେଟର ।

ସୂଚନାନୁସାରେ, ଆଇପିଏଲର ପ୍ରଥମ ମ୍ୟାଚ୍ ଆଜି ସନ୍ଧ୍ୟା 7.30 ରୁ ଆରମ୍ଭ ହେବ । କିନ୍ତୁ ଏହା ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନ୍ଧ୍ୟା 6 ଟାରୁ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ।

କହିରଖୁ କି, 2018 ମସିହାରେ ଶେଷଥର ପାଇଁ ଆଇପିଏଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହା ପରେ 2019 ରେ ପୁଲୱାମା ଆକ୍ରମଣରେ ଶହିଦ୍ ହୋଇଥିବା ଜବାନଙ୍କ ସ୍ମୃତିରେ ଉଦଘାଟନୀ ସମାରୋହ ବାତିଲ କରା ଯାଇଥିଲା । ଏହା ପରେ 2020 ମସିହାରେ ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ହେତୁ ଆଇପିଏଲ୍ ନିଜେ ବାତିଲ ହୋଇଗଲା । ବର୍ତ୍ତମାନ 4 ବର୍ଷ ପରେ ପୁଣି ଥରେ ଆଇପିଏଲର ଗ୍ରାଣ୍ଡ ଉଦଘାଟନୀ ସମାରୋହ ଆୟୋଜିତ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+