Get Updates
Get notified of breaking news, exclusive insights, and must-see stories!

ଆଇପିଏଲ ମେଗା ଅକ୍ସନ: ଚୂଡ଼ାନ୍ତ ତାଲିକାରେ ୫୭୪ ଜଣ ଖେଳାଳି, କାହାର କେତେ ବେସ ପ୍ରାଇସ ?

ଆଇପିଏଲ ମେଗା ଅକ୍ସନରେ ସାମିଲ ହେବାକୁ ଥିବା ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ଆଜି ଜାରି କରାଯାଇଛି । ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଧରି ଅକ୍ସନ ଜାରି ରହିବ। ଭାରତୀୟ ସମୟ ଦିନ ୩ଟା ବେଳକୁ ଏହାକୁ ଆରମ୍ଭ ହେବ। ଆଇପିଏଲର ଗଭର୍ଣ୍ଣିଂ କାଉସିଲ ପକ୍ଷରୁ ଜାରି ଚୂଡ଼ାନ୍ତ ତାଲିକାରେ ମୋଟ ୫୭୪ ଜଣ ଖେଳାଳି ରହିଛନ୍ତି।

ଭାରତୀୟ କ୍ରିକେଟ ଟିମର ଷ୍ଟାର ଋଷଭ ପନ୍ତ, ଶ୍ରେୟସ ଆୟର ଓ ମହମ୍ମଦ ଶାମି ଏଥର ଅକ୍ସନରେ ସାମିଲ ହେବେ। ଏମାନେ ମରକ୍ୟୁ ତାଲିକାରେ ରହିଛନ୍ତି।

ପନ୍ତ ଓ ଆୟର ମରକ୍ୟୁ ଲିଷ୍ଟ ୧ରେ ସ୍ଥାନ ପାଇଥିବା ବେଳେ ରାହୁଲ ଓ ଶାମି ଦ୍ୱିତୀୟ ତାଲିକାର ଷ୍ଟାର ଖେଳାଳି ଭାବେ ରହିଛନ୍ତି। ବେନ ଷ୍ଟୋକ୍ସ ଓ ଜୋର୍ଫା ଆର୍ଚରଙ୍କ ଭଳି ଖେଳାଳି ଏଥର ଆଇପିଏଲରେ ନଜର ଆସିବେ ନାହିଁ। ସେମାନଙ୍କ ନାଁ ଅକ୍ସନରେ ନାହିଁ।

ଅକ୍ସନ ପାଇଁ ମୋଟ ୧୫୭୪ ଜଣ ଖେଳାଳି ପଞ୍ଜିକରଣ କରିଥିଲେ। ଏମାନଙ୍କ ମଧ୍ୟରେ ୧୧୬୫ ଜଣ ଭାରତୀୟ ଓ ୪୦୯ ଜଣ ବିଦେଶୀ ଖେଳାଳି ରହିଥିଲେ।

ସେହିପରି କ୍ୟାପଡ ଖେଳାଳିଙ୍କ ସଂଖ୍ୟା ୩୨୦, ଅନକ୍ୟାପଡ ଖେଳାଳିଙ୍କ ସଂଖ୍ୟା ୧୨୨୪ ଓ ଆସୋସିଏଟ ଦେଶର ଖେଳାଳିଙ୍କ ସଂଖ୍ୟା ୩୦ ରହିଥିଲା। ସମସ୍ତ ନାଁକୁ ତର୍ଜମା କରିବା ପରେ ୫୭୪ ଜଣ ଖେଳାଳି ଅକ୍ସନରେ ସାମିଲ ହୋଇଛନ୍ତି।

IPL Mega Auction

ଏମାନଙ୍କ ମଧ୍ୟରେ ୩୬୬ ଜଣ ଭାରତୀୟ ଓ ୨୦୮ ଜଣ ବିଦେଶୀ ଖେଳାଳି ରହିଛନ୍ତି। ଏହି ବିଦେଶୀଙ୍କ ମଧ୍ୟରେ ୩ ଜଣ ଏମିତି ରହିଛନ୍ତି, ଯେଉଁମାନେ ଆସୋସିଏଟ ଦେଶର ଖେଳାଳି। ସେହିପରି ଚୂଡ଼ାନ୍ତ ତାଲିକାରେ ୩୧୮ ଜଣ ଭାରତୀୟ ଅନକ୍ୟାପଡ ଓ ୧୨ ଜଣ ବିଦେଶୀ ଅନକ୍ୟାପଡ ପ୍ଲେୟାର ରହିଛନ୍ତି। ୫୭୪ ଜଣ ଖେଳାଳିଙ୍କ ମଧ୍ୟରୁ ଅତି ବେଶୀରେ ୨୦୪ ଜଣ ବିକ୍ରି ହୋଇପାରିବେ। ଏମାନଙ୍କ ମଧ୍ୟରେ ୭୦ ଜଣ ବିଦେଶୀ ଖେଳାଳି ରହିପାରିବେ।

ସର୍ବାଧିକ ବେସ୍ ପ୍ରାଇସ ଅର୍ଥାତ ୨ କୋଟି ଟଙ୍କାର ବ୍ରାକେଟ ମଧ୍ୟରେ ୮୧ ଜଣ ଖେଳାଳି ରହିଛନ୍ତି। ନିଜ ନିଜ ପ୍ରାଞ୍ଚାଇଜ ତରଫରୁ ରିଲିଜ ହୋଇଥିବା ୩ ପୂର୍ବତନ ଅଧିନାୟକ ଋଷଭ ପନ୍ତ, କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ବେସ୍ ପ୍ରାଇସ ବା ମୂଳ ଦର ୨ କୋଟି ଟଙ୍କା ଲେଖାଏ ରହିଛି। ସେହିପରି ରାଜସ୍ଥାନ ରିଲିଜ କରି ଦେଇଥିବା ଦୁଇ ସ୍ପିନର ରବି ଅଶ୍ୱିନ ଓ ୟୁଜି ଚହଲ ମଧ୍ୟ ୨ କୋଟି ଟଙ୍କାର ବେସ୍ ପ୍ରାଇସ ବ୍ରାକେଟରେ ରହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ପ୍ରଥମଥର ପାଇଁ ଆଇପିଏଲ ଅକ୍ସନରେ ନିଜକୁ ସାମିଲ କରିଛନ୍ତି। ତାଙ୍କ ବେସ୍ ପ୍ରାଇସ ୧.୨୫ କୋଟି ଟଙ୍କା ରହିଛି

୨ କୋଟି ବେସ୍ ପ୍ରାଇସ ମଧ୍ୟରେ ଥିବା ଅନ୍ୟ ଭାରତୀୟ ଖେଳାଳିମାନେ ହେଲେ ଖଲୀଲ ଅହମଦ, ଦୀପକ ଚହର, ଭେଙ୍କଟେଶ ଆୟର, ଆବେଶ ଖାନ, ଈଶାନ କିଶନ, ମୁକେଶ କୁମାର, ଭୁବନେଶ୍ୱର କୁମାର, ପ୍ରସିଦ୍ଧ କ୍ରିଷ୍ଣା, ଟି ନଟରାଜନ, ଦେବଦତ୍ତ ପାଡିକ୍କଲ, କୃନାଲ ପାଣ୍ଡ୍ୟା, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ଉମେଶ ଯାଦବ।

ପୃଥ୍ୱୀ ଶ ଓ ସର୍ଫରାଜ ଖାନଙ୍କ ଭଳି ଯୁବ ଖେଳାଳିଙ୍କ ବେସ ପ୍ରାଇସ ମାତ୍ର ୭୫ ଲକ୍ଷ ଟଙ୍କା ରହିଛି। ଏହାବାଦ ୨୦୨୪ରେ ରେକର୍ଡ ୨୪.୫୦ କୋଟି ଟଙ୍କାରେ କୋଲକାତା ପଟୁ ଖେଳୁଥିବା ମିଚେଲ ଷ୍ଟାର୍କଙ୍କ ବେସ ପ୍ରାଇସ ମଧ୍ୟ ୨ କୋଟି ରହିଛି।

ଅନ୍ୟପକ୍ଷରେ ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶରୁ ରଣଜୀ ଖେଳୁଥିବା ଶୁଭ୍ରାଂଶୁ ସେନାପତିଙ୍କ ନାଁ ଅକ୍ସନରେ ନାହିଁ। ସେ ୨୦୨୩ ଯାଏ ଚେନ୍ନାଇ ସହ ରହିଥିଲେ। ହେଲେ ଏବେ ତାଙ୍କ ନାଁ ଅକ୍ସନରେ ସାମିଲ ହୋଇ ନଥିବା ଜଣାପଡ଼ିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+