IPLଏହି ଟିମ୍ ଉପରେ ଲାଗିଲା ମ୍ୟାଚଫିକ୍ସିଂ ଅଭିଯୋଗ
IPL 2025: ଆପିଏଲରେ ମ୍ୟାଚଫିକ୍ସିଂ । ଏକ ମ୍ୟାଚ୍ ହାରିବା ପରେ ଗୋଟିଏ ଦଳ ଉପରେ ଲାଗିଛି ଏପରି ଅଭିଯୋଗ । ଯାହା ପରେ ଚର୍ଚ୍ଚା ଜୋର ଧରିଛି । ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷରେ ଜିତୁଥିବା ମ୍ୟାଚ୍ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଲାଗିଛି ।

ଏହି ମ୍ୟାଚ୍ରେ ରାଜସ୍ଥାନକୁ ଜିତିବା ପାଇଁ ଶେଷ ଓଭରରେ 9 ରନ୍ ଆବଶ୍ୟକ ଥିଲା, କିନ୍ତୁ ଓଭେଶ ଖାନଙ୍କ ଏହି ଓଭରରେ ଦଳ କେବଳ 6 ରନ୍ କରିପାରିଲା। ଏହା କ୍ରମାଗତ ଦ୍ୱିତୀୟ ଥର ଥିଲା ଯେତେବେଳେ ରାଜସ୍ଥାନ ଜିତୁଥିବା ମ୍ୟାଚ୍ ହାରିଥିଲା। ଯାହା ପରେ ରାଜସ୍ଥାନ କ୍ରିକେଟ୍ ଆସୋସିଏସନର ଆଡ୍-ହକ୍ କମିଟିର ସଂଯୋଜକ ଜୟଦୀପ ବିହାନୀ ସଞ୍ଜୁ ସାମସନଙ୍କ ଦ୍ୱାରା ପରିଚାଳିତ ରାଜସ୍ଥାନ ଦଳକୁ ମ୍ୟାଚ୍ ଫିକ୍ସିଂ ଅଭିଯୋଗ କରିଛନ୍ତି। ଜୟଦୀପ ବିହାନୀଙ୍କ ଅଭିଯୋଗ ପରେ ଏବେ IPLରେ ମ୍ୟାଚଫିକ୍ସିଂକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏହି ମ୍ୟାଚ୍ରେ ଆଘାତ ଯୋଗୁଁ ବାହାରକୁ ଯାଇଥିବା ସଞ୍ଜୁ ସାମସନଙ୍କ ସ୍ଥାନରେ ରିୟାନ ପରାଗ ଅଧିନାୟକ ଥିଲେ। ଏହି ମ୍ୟାଚ୍ରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ । 181 ରନ ଲକ୍ଷରେ ରାଜସ୍ଥାନର ଆରମ୍ଭ ଭଲ ଥିଲା ଏବଂ ବୈଭବ ଏବଂ ଯଶସ୍ୱୀ ଜୟସୱାଲ ପ୍ରଥମ ୱିକେଟ ପାଇଁ 85 ରନ ଯୋଡ଼ିଥିଲେ। 9 ଓଭରର ଚତୁର୍ଥ ବଲ୍ରେ ବୈଭବଙ୍କ ଆଉଟ୍ ହୋଇଯାଇଥିଲେ । ବୈଭବ ତାଙ୍କର ଡେବ୍ୟୁ ମ୍ୟାଚ୍ରେ 20 ବଲ୍ରେ 34 ରନ୍ କରିଥିଲେ।












Click it and Unblock the Notifications