ମାର୍ଚ୍ଚ ୨୮ରୁ ଆଇପିଏଲ୍, ମେ’ ୩୧ରେ ଫାଇନାଲ୍
ଆଇପିଏଲ୍-୨୦୨୬ ଆସନ୍ତା ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ମେ ୩୧ରେ ଏହି ଚର୍ଚ୍ଚିତ ତଥା ଲୋକପ୍ରିୟ ଲିଗ୍ର ଫାଇନାଲ୍ ଖେଳାଯିବ । ପୂର୍ବରୁ ଆଇପିଏଲ୍ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଥିଲା । ତେବେ କେତେକ ଅନିର୍ବାଜ୍ୟ କାରଣ ପାଇଁ ଏହାକୁ କିନ୍ତୁ ଦୁଇ ଦିନ ଆଗକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି । ଏବେ ସୁଦ୍ଧା କିନ୍ତୁ ବିସିସିଆଇ ଆଇପିଏଲ୍ର ସମ୍ଭାବ୍ୟ ସୂଚୀକୁ ନେଇ କୌଣସି ଅନୁଷ୍ଠାନିକ ସୂଚନା ଦେଇନାହିଁ ।













Click it and Unblock the Notifications