ଆଇପିଏଲ ଫାଇନାଲ: ଯଦି ବର୍ଷାରେ ମ୍ୟାଚ ଧୋଇଯାଏ ? କିଏ ହେବ ଚାମ୍ପିୟନ ? ଜାଣନ୍ତୁ, କଣ ରହିଛି ନିୟମ...
IPL 2023 Final, GT vs CSK: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇ ଫାଇନାଲିଷ୍ଟ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମହାଲଢେଇ ।
ଏହି ମ୍ୟାଚ୍ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା ରହିଛି । କିନ୍ତୁ ଏହି ଫାଇନାଲ ମୁକାବିଲାକୁ ଫିକା କରିପାରେ ବର୍ଷା । ଏଭଳି ସମ୍ଭାବନା ମଧ୍ୟ ରହିଛି । କାରଣ ଅହମ୍ମଦାବାଦରେ ଆଜି ସନ୍ଧ୍ୟାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଗୁଜୁରାଟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ତେଣୁ ଫାଇନାଲ ମ୍ୟାଚର ରୋମାଞ୍ଚକୁ ବର୍ଷା ପ୍ରଭାବିତ କରିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଯଦି ବର୍ଷା ହୁଏ ଏବଂ ମ୍ୟାଚ୍ ରଦ୍ଦ ହୁଏ, ତେବେ କିଏ ହେବ ଆଇପିଏଲ ଚାମ୍ପିୟନ ଏବଂ କଣ ରହିଛି ଆଇପିଏଲ ନିୟମ । ଆସନ୍ତୁ ଜାଣିବା...

ଆଇପିଏଲ ନିୟମ- ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ' ରଖାଯାଇଥିବା ବେଳେ ଏଥର ରଖାଯାଇ ନାହିଁ । ତେଣୁ ଫାଇନାଲର ବିଜେତାଙ୍କ ନାମ ଆଜି ହିଁ ଘୋଷଣା କରାଯିବ । ମ୍ୟାଚ ୭.୩୦ରୁ ଆରମ୍ଭ ହେବାର ଅଛି । ମାତ୍ର ଯଦି ମ୍ୟାଚ ୯.୪୦ ପର୍ଯ୍ୟନ୍ତ ହୋଇ ନ ପାରିବ, ତେବେ ଓଭର କଟ୍ ହେବ ନାହିଁ । ଯଦି ବର୍ଷା ହୁଏ ତେବେ ୫-୫୦ ଓଭର ଲେଖାଏଁ ସୁପର ଓଭର ଦିଆଯିବ । ୧୧.୫୬ ପର୍ଯ୍ୟନ୍ତ ଯଦି ଖେଳ ହୋଇ ନ ପାରିବ ତେବେ ସୁପର ଓଭରର ବିକଳ୍ପ ଲାଗୁ କରାଯିବ ।
ଯଦି ଆଜିର ମ୍ୟାଚରେ ଗୋଟିଏ ବି ବଲ ନ ପଡ଼ିପାରିବ ତେବେ ଗୁଜରାଟକୁ ବିଜେତା ଘୋଷଣା କରାଯିବ । କାରଣ ଆଇପିଏଲ ନିୟମ ଅନୁସାରେ ଯେଉଁ ଦଳ ଲିଗ୍ ପର୍ଯ୍ୟାୟରେ ପଏଣ୍ଟ ତାଲିକାରେ ଭଲ ପ୍ରଦର୍ଶନ କରିଥାଏ, ତାକୁ ହିଁ ଘୋଷିତ କରାଯିବ ଚାମ୍ପିଅନ । ପଏଣ୍ଟ ଟେବୁଲରେ ଗୁଜରାଟ ଟପରେ ରହିଥିବା ବେଳେ ଚେନ୍ନାଇ ୨ୟ ସ୍ଥାନରେ ରହିଥିଲା । ଗୁଜରାଟ ୧୪ଟି ମ୍ୟାଚରୁ ୧୦ଟିରେ ଜିତି ୨୦ ପଏଣ୍ଟ ପାଇଥିବା ବେଳେ ତା'ର ରନରେଟ ୦.୮୦୯ ରହିଥିଲା । ସେହିପରି ୧୪ଟି ମ୍ୟାଚରୁ ଚେନ୍ନାଇ ୮ଟିରେ ଜିତି ୧୭ ପଏଣ୍ଟ ପାଇଥିବା ବେଳେ ତା'ର ରନରେଟ୍ ୦.୬୫୨ ରହିଥିଲା ।
ଯଦି ମ୍ୟାଚ ଟାଇ ରହିବ ତେବେ ଦୁଇ ଟିମ୍ ମଧ୍ୟରେ ସୁପର ଓଭର ହେବ । ଯଦି ସୁପର ଓଭରରେ ବିଜେତା ଘୋଷଣା ହୋଇ ନ ପାରିବ ତେବେ ପ୍ଲେଇଂ କଣ୍ଡିସନର ଆପେଣ୍ଡିକ୍ସ-ଏଫ ନିୟମ ଲାଗୁ ହେବ । ଏହି ନିୟମ ଅନୁସାରେ ଲିଗର ଅନ୍ତିମ ପର୍ଯ୍ୟାୟରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଟିମକୁ ବିଜେତା ଭାବେ ଘୋଷଣା କରାଯିବ ।
ଉଲ୍ଲେଖଥାଉ କି, ଗୁଜରାଟକୁ ପରାସ୍ତ କରି ଚେନ୍ନାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଗତ ଶୁକ୍ରବାର ଖେଳା ଯାଇଥିବା ଆଇପିଏଲ କ୍ୱାଲିଫାୟର-2 ରେ ଗୁଜୁରାଟ 5ଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ 62 ରନରେ ପରାସ୍ତ କରି ଲଗାତର ଭାବେ ଦ୍ବିତୀୟ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରିଥିଲା ।












Click it and Unblock the Notifications