ଆଇପିଏଲ ଫାଇନାଲ: ପାଣ୍ଡ୍ୟାଙ୍କ ପ୍ରଥମ ଆଇପିଏଲ ଟ୍ରଫି ପାଇଁ 131ରନ ଧାର୍ଯ୍ୟ
ଆଜି ଆଇପିଏଲ 2022 ଫାଇନାଲରେ ରାଜସ୍ଥାନ ରୟାଲ୍ସ ବନାମ ଗୁଜରାଟ ଟାଇଟନ୍ସ ଲଢେଇ ଚାଲିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ଦଳ ନିଜ ସ୍କୋର ବୋର୍ଡରେ ମାତ୍ର 130 ରନ ଯୋଡିବାକୁ ସକ୍ଷମ ହୋଇଛି ।
ଅହମଦାବାଦ: ଆଜି ଆଇପିଏଲ 2022 ଫାଇନାଲରେ ରାଜସ୍ଥାନ ରୟାଲ୍ସ ବନାମ ଗୁଜରାଟ ଟାଇଟନ୍ସ ଲଢେଇ ଚାଲିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ଦଳ ନିଜ ସ୍କୋର ବୋର୍ଡରେ ମାତ୍ର 130 ରନ ଯୋଡିବାକୁ ସକ୍ଷମ ହୋଇଛି ।
ଗୁଜୁରାଟର ଶକ୍ତିଶାଳୀ ବୋଲିଂ ଆଟାକ ଆଗରେ ଫେଲ ମାରିଛି ରାଜସ୍ଥାନର ବ୍ୟାଟିଂ ଲାଇନ ଅର୍ଡର ।

ଦଳ ପାଇଁ ଓପନିଂ କରିବାକୁ ଆସିଥିବା ବଟଲର ଓ ଜସୱାଲ ଭଲ ଆରମ୍ଭ କରିଥିଲେ । ମାତ୍ର ଉଭୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । 31 ରନରେ ପ୍ରଥମ ଝଟକା ଖାଇଥିଲା ରାଜସ୍ଥାନ । ପରେ ଦଳୟୀ ସ୍କୋର 60 ରନ ବେଳକୁ ଅଧିନାୟକ ସଞ୍ଜୁ ସାମସନ ପାଣ୍ଡ୍ୟାଙ୍କ ବଲରେ ଆଉଟ୍ ହୋଇ ପାଭିଲିଅନ ଫେରିଥିଲେ । ସେହିପରି ପାଡିକ୍କଲ, ହେଟମାୟର ଓ ଅଶ୍ୱିନ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଚଲିତ ସିଜିନ ସର୍ବାଧିକ ରନ ସ୍କୋରର ତଥା ରାଜସ୍ଥାନର ମେରୁଦଣ୍ଡ କୁହାଯାଉଥିବା ଓପନର ଜସ ବଟଲ 39 ବଲରୁ ମାତ୍ର 35 ସରନ ସ୍କୋର କରି ପାରିଥିଲେ ।
ତେବେ ଗୁଜୁରାଟ ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ 3ଟି ୱିକେଟ ନେଇଥିବା ବେଳେ ଶେଷ ଆଡକୁ ସାଇ କିଶୋର ଦୁଇଟି ଓ ଶାମୀ-ଦୟାଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।












Click it and Unblock the Notifications