ଆଇପିଏଲ ଫାଇନାଲ: ବର୍ଷାରେ ନିରାଶ ଫ୍ୟାନ ଏମିତି ଲେଖିଲେ ସୋସିଆଲ ମିଡିଆରେ
ଅହମଦାବାଦ: ବର୍ଷାରେ ବାଧାପ୍ରାପ୍ତ ମ୍ଯାଚ ଆଇପିଏଲ ଫ୍ୟାନମାନଙ୍କୁ ନିରାଶ କରିଛି । ହତାଶ କ୍ରିକେଟ ପ୍ରେମୀ ରାଗ ସୁଝାଇବାକୁ ସହାୟତା ନେଇଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମକୁ। ଅହମଦାବାଦରେ ଷ୍ଟାଡିୟମରେ ଥିବା କିଛି ଦର୍ଶକ ବିସିସିଆଇକୁ ସ୍ପଞ୍ଜର ଫଟୋ ପୋଷ୍ଟ କରି ଏଥିରେ ଷ୍ଟାଡିୟମ ସୁଖାଉଛନ୍ତିକି ବୋଲି ପ୍ରଶ୍ନ କରିଥିବା ବେଳେ କିଛି ଫ୍ୟାନ ଗୁଜରାଟି ଖାଦ୍ଯ ଢୋକଲାକୁ ସେୟାର କରିଛନ୍ତି ସୋସିଆଲ ମିଡିଆରେ ।

ଗତକାଲି ମ୍ଯାଚ ଦେଖିବାରୁ ବଞ୍ଚିତ ଥିବା ଆଇପିଏଲର ଫ୍ୟାନମାନେ ଆଜି ଦିନସାରା ଘଣ୍ଟିଥିଲେ ବିଭିନ୍ନ ପାଣିପାଗ ସାଇଟକୁ। ବର୍ଷା ହେବକି ପାଗ ଶୁଖିଲା ରହିବ, ଅହମଦାବାଦ ପାଣିପାଗ କିପରି ରହିବ, ବର୍ଷାର ଚାନସ କେତେ ପରିମାଣରେ ରହିଛି, ଏହିପରି ବିଭିନ୍ନ ପ୍ରଶ୍ନ ଗୁଗୁଲକୁ ପଚାରିଥିଲେ ଫ୍ୟାନ ମାନେ। ଜଣେ କ୍ରିକେଟ ପ୍ରେମୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ, "ମୁ ମୋର ବାହାଘର ବେଳେ ବି ବର୍ଷା ହେବକି ନାହିଁ, ସେ ନେଇ ଗୁଗୁଲକୁ ପଚାରି ନଥିଲି"।
Hoping the match starts soon.
Just got an order for 500 of these from the stadium #CSKvGT #IPL2023Finals pic.twitter.com/ASFv5U7oW6
— Blinkit (@letsblinkit) May 29, 2023
#IPLFINAL2023 : Ye dukh kahen khatm nhi ho rha, when will #rain stop...
#TejRan #IPL2023Finals #oriele #JungKook #CSKvGT #CSKvsGT #MSDhoni #IPL2023 pic.twitter.com/1gm4pknrDz
— sneha sanatani (@SanataniSneha) May 29, 2023
Just a thought 💭
When Match is cancelled/ delayed due to rainOther Cricket stadium: public "Paisa barbad BC 😭😭😭"
Ahemdabad stadium: Gujarati, "ae DJ gana Baja ni" and turns a cricket match into a Garbha night. Full Paisa wasool BC.
Gujarati rocks#CSKvsGT #IPL2023Final
— Vikramjit Gupta (@VikramjitGupta) May 29, 2023
ଆଉ ଜଣେ ଫ୍ୟାନ ଲେଖିଛନ୍ତି ଯେ, ଏତେ ଟଙ୍କା ଦେଇ ଟିକେଟ କିଣିବା ବ୍ୟର୍ଥ ହୋଇଗଲା, ଚାଲ ସମସ୍ତେ ଷ୍ଟାଡିୟମରେ ଗରବା (ଦାଣ୍ଡିଆ ନାଚ) ଖେଳିବା । ତେବେ କିଛି ଫ୍ୟାନ ଡିଜେ ବଜାଇ ନୃତ୍ୟ କରିବାକୁ ବି ଦେଇଛନ୍ତି ଆଇଡିଆ।












Click it and Unblock the Notifications