ଆଇପିଏଲ ଫାଇନାଲ: ଗୁଜୁରାଟ ଟାଇଟନ୍ସର ପରାଜୟ ପାଇଁ ସାରା ଅଲ୍ଲୀ ଖାନଙ୍କୁ ଦାୟୀ କଲେ ଫ୍ୟାନ୍ସ
ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ 16 ତମ ସଂସ୍କରଣ ବା ଆଇପିଏଲ 2023 ଫାଇନାଲ ମ୍ୟାଚରେ DLS ପଦ୍ଧତି ଦ୍ୱାରା 5 ୱିକେଟରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରି ପଞ୍ଚମଥର ପାଇଁ ଚାମ୍ପିୟନ ବନିଛି ଏମଏସ୍ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ମ୍ୟାଚ ହାରିବା ପରେ ଗୁଜୁରାଟ ଟାଇଟନ୍ସର ପରାଜୟ ପାଇଁ ସାରା ଅଲ୍ଲୀ ଖାନଙ୍କୁ ଦାୟୀ କରିଛନ୍ତି ଫ୍ୟାନ୍ସ ।
ପ୍ରକାଶଥାଉ କି, ଆଇପିଏଲ ଫାଇନାଲ ମ୍ୟାଚ୍ ଦେଖିବା ଲାଗି ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଁଞ୍ଚିଥିଲେ । ଏଠାରେ ଦୁହେଁ ନିଜର ଅପକମିଙ୍ଗ ଫିଲ୍ମ "ଜରା ହଟକେ ଜରା ବଚକେ"ର ପ୍ରମୋସନ କରିବା ଲାଗି ଷ୍ଟାଡିୟମରେ ପହଁଞ୍ଚିଥିଲେ । ଷ୍ଟାଡିୟମରେ ସାରାଙ୍କୁ ଦେଖି ଟ୍ରୋଲର୍ସ ମାନେ ଶୁଭମନ ଗିଲଙ୍କ ସହ ତାଙ୍କୁ ଯୋଡ଼ି ଚର୍ଚ୍ଚା ଆରମ୍ଭ କରିଥିଲେ ।

କୁଆଡ଼େ ସାରାଙ୍କୁ ଦେଖି ଶୁଭମନ ଗିଲଙ୍କ ଆଉଟ ହୋଇଗଲେ ବୋଲି ଚର୍ଚ୍ଚା ହେଉଛି । ମ୍ୟାଚ ପରେ ଏକ ଭିଡ଼ିଓରେ ସାରା ଓ ଭିକି ଚେନ୍ନାଇ ସୁପର ଜିତିବା ନେଇ ଖୁସି ମନାଇଥିବା ଦେଖିବାକୁ ମିଳିଥିଲା । ହେଲେ ସାରାଙ୍କୁ ଖୁସି ଦେଖି ଲୋକେ ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି । ଏମିତିକି ଲୋକେ ସାରାଙ୍କ ଓଭରଆକ୍ଟିଂ ପସନ୍ଦ ଆସେନାହିଁ ବୋଲି କହିଛନ୍ତି ।
ତେବେ ସାରା ସିଏସ୍କେ ଜିତିବା ପରେ ଖୁସି ହେଉଥିବାରୁ ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'ସାରା ଦିଦି ପ୍ରତାରକ'। ଅନ୍ୟ ଜଣେ ଲେଖିଛନ୍ତି, 'ପ୍ରଥମରୁ ଗୁଜୁରାଟ ଟାଇଟନ୍ସକୁ ସମର୍ଥନ କରୁଥିଲେ, ସିଏସ୍କେ ଜିତିବା ପରେ ତାହା ପାଇଁ ଚିୟର୍ଅପ୍ କରୁଛନ୍ତି'।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରିଜର୍ଭ ଡେରେ ଖେଳା ଯାଇଥିବା ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ଧୋନି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ 4 ୱିକେଟ୍ ହରାଇ 214 ରନ କରିଥିଲା । ତେବେ 215 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ତାର ଇଂନିସ ଆରମ୍ଭ କରିବା ମାତ୍ରା ବର୍ଷା ମ୍ୟାଚରେ ବାଧକ ସାଜିଥିଲା । ପରେ ବର୍ଷା ଛାଡିବା ପରେ DLS ମେଥର୍ଡ଼ ଅନୁଯାଇ 15 ଓଭରରେ 171 ରନର ଟର୍ଗେଟ୍ ରହିଥିଲା ଚେନ୍ନାଇ ସାମ୍ନାରେ । ଯାହାକୁ 5 ୱିକେଟରେ ହାସଲ କରି ନେଇଥିଲା ସିଏସକେ ।
ଶେଷ ଦୁଇ ବଲରୁ 10 ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ । ଏହି ସମୟରେ ମୋହିତ ଶର୍ମାଙ୍କୁ ମିଳିଥିଲା ବୋଲିଂ ଦାୟିତ୍ୱ ।












Click it and Unblock the Notifications