ପ୍ଯାଭିଲିୟନରେ ଧୋନୀଙ୍କ କୁଲ୍ ଅବତାରକୁ ନେଇ ଚର୍ଚ୍ଚା
ଅହମଦାବାଦ: ସୁପର କିଙ୍ଗସର ସୁପର କୁଲ କ୍ଯାପଟେନ୍ ଧୋନୀ। ଆଇପିଏଲ ମ୍ଯାଚର ଶେଷ ଓଭର ଅତ୍ୟନ୍ତ ଅପ୍ରତ୍ଯାଶିତ ଥିଲା। ୪ଟି ବଲରେ ୧୦ ରନର ଟାର୍ଗେଟ ବିଜୟ-ପରାଜୟର ଚାନସ ଉଭୟ ଦଳ ପାଇଁ ଥିଲା ୫୦-୫୦ ଅନୁପାତରେ। କ୍ୟାମେରା ବାରମ୍ବାର ଦର୍ଶାଉଥିଲା କ୍ଯାପଟେନ ଧୋନୀଙ୍କ ବଡି ଲାଙ୍ଗୁଏଜକୁ। ତେବେ ଅପେକ୍ଷାକୃତ କୁଲ୍ ଦେଖା ଯାଉଥିଲେ ମାହି। ମୁହଁରେ ତିଳେ ବି ଚାପଗ୍ରସ୍ତ ଦେଖା ଯାଉନଥିଲେ ମାହି।

ଅହମଦାବାଦରେ ନାଟକୀୟ ଫାଇନାଲ ମ୍ଯାଚ ଆଜି ରୋମାଞ୍ଚରେ ଭରପୁର ଥିଲା। ପ୍ରେସର ମଧ୍ୟରେ ତଥା ପ୍ରତିକୂଳ ପରିସ୍ଥିତି ଆରମ୍ଭ ମ୍ଯାଚରେ ପ୍ରଥମ ଦୁଇଟି ୱିକେଟ ପତନ ପରେ ନିରାଶ ହୋଇଥିଲେ ଧୋନୀଙ୍କ ଫ୍ୟାନ। ତେବେ ରାୟଡୁ, ଅଜିଙ୍କ୍ୟ ରାହାଣେ ଏବଂ ଦୁବେଙ୍କ ଧୂଆଁଧାର ରନ ବର୍ଷା ଚେନ୍ନାଇ ସୁପର କିଙ୍ଗସର ବିଜୟକୁ ଗତି ଦେଇଥିଲା।












Click it and Unblock the Notifications