ଆଇପିଏଲ୍ ଏଲିମିନେଟର: ଆଜି କୋହଲି ବନାମ କେକେଆର, ପରାଜୟ ଦେଖାଇବ ବାହାର ରାସ୍ତା
ଆଜି ଆଇପିଏଲ୍ 2021 ର ଏଲିମିନେଟର ମ୍ୟାଚ୍ ଖେଳାଯିବ । ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ପ୍ରତିଦ୍ୱନ୍ଦ୍ୱିତା କରିବେ ।
IPL Eliminator: ଆଜି ଆଇପିଏଲ୍ 2021 ର ଏଲିମିନେଟର ମ୍ୟାଚ୍ ଖେଳାଯିବ । ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ପ୍ରତିଦ୍ୱନ୍ଦ୍ୱିତା କରିବେ । ଉଭୟ ଦଳ ରାତି 7.30 ରୁ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଉଭୟ ଦଳ ପାଇଁ ଏହା ଏକ 'କର ବା ମର' ମ୍ୟାଚ୍, କାରଣ ହାରିଯାଉଥିବା ଦଳ ଫାଇନାଲ ଦୌଡ଼ରୁ ହଟାଯିବ । ଏଥି ସହିତ ବିଜେତା ଦଳ କ୍ୱାଲିଫାୟର ୨ରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ମୁକାବିଲା କରିବ।

ଲିଗ୍ ପର୍ଯ୍ୟାୟରେ ଏକ ଚମତ୍କାର ପ୍ରଦର୍ଶନ ପରେ ଆରସିବି 18 ପଏଣ୍ଟ ସହ ପ୍ଲେ ଅଫରେ ସ୍ଥାନ ପାଇଥିଲା । ପଏଣ୍ଟ ଟେବୁଲରେ ବିରାଟ ସେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ପର୍ଯ୍ୟାୟ ତୁଳନାରେ କେକେଆର ଦ୍ୱିତୀୟ ପର୍ଯ୍ୟାୟ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲା । କୋଲକାତା 14 ପଏଣ୍ଟ ସହ ଟେବୁଲରେ ଚତୁର୍ଥ ସ୍ଥାନ ହାସଲ କରିଛି ।
ବାଙ୍ଗାଲୋର ବିପକ୍ଷରେ କୋଲକାତା ପଲ୍ଲା ଭାରୀ
ଚଳିତ ସିଜନରେ ତୃତୀୟ ଥର ପାଇଁ ବାଙ୍ଗାଲୋର ଏବଂ କୋଲକାତା ମୁହାଁମୁହିଁ ହେବେ। ଯେତେବେଳେ ଉଭୟ ଲିଗ୍ ପର୍ଯ୍ୟାୟରେ ସାକ୍ଷାତ ହୋଇଥିଲେ, ସେମାନେ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ । ଏଥି ସହିତ, ଯେତେବେଳେ ଆରସିବି ଏବଂ କେକେଆର୍ ମଧ୍ୟରେ ଆଇପିଏଲରେ ଖେଳାଯାଇଥିବା ମୋଟ 29 ଟି ମ୍ୟାଚ୍ କଥା ଆସେ, କୋଲକାତା ଏଥିରେ ଆଗରେ ରହିଥିବା ଦେଖିବାକୁ ମିଳେ । କେକେଆର୍ 16 ଟି ମ୍ୟାଚ୍ ଜିତିଥିବାବେଳେ ଆରସିବି 13 ଥର ବିଜୟର ପତାକା ଉତ୍ତୋଳନ କରିଛି ।
ତେବେ ଉଭୟଙ୍କ ମଧ୍ୟରେ ଗତ ପାଞ୍ଚଟି ମ୍ୟାଚ୍ରେ ବାଙ୍ଗାଲୋର ଦଳ ପ୍ରାଧାନ୍ୟ ବିସ୍ତାର କରିଛି। ଏହି ସମୟରେ ଆରସିବି 4 ଏବଂ କୋଲକାତା 1 ମ୍ୟାଚ୍ ଜିତିଥିଲା । କେକେଆର୍ 2012 ଏବଂ 2014 ରେ ଟାଇଟଲ୍ ଜିତିଥିବାବେଳେ ବାଙ୍ଗାଲୋର ଏପର୍ଯ୍ୟନ୍ତ ଟ୍ରଫି ହାସଲ କରିବାରେ ସକ୍ଷମ ହୋଇ ନାହିଁ।
ଉଭୟର ଖେଳୁଥିବା ଏକାଦଶରେ ପରିବର୍ତ୍ତନ ହେବ କି ?
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସେମାନଙ୍କର ଶେଷ ଲିଗ୍ ମ୍ୟାଚ୍ 7 ୱିକେଟ୍ ଜିତିଥିଲା । ଶେଷ ବଲରେ ବାଙ୍ଗାଲୋର ଦିଲ୍ଲୀକୁ ପରାସ୍ତ କରିଥିଲା । ଆରସିବି ଏଲିମିନେଟରରେ ଏହି ଗତି ବଜାୟ ରଖିବାକୁ ଚାହିଁବ । RCBର ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ବିରାଟ କୋହଲି ଏକ ବିଜୟ ମିଶ୍ରଣ ସହିତ ଯିବାକୁ ପସନ୍ଦ କରିବେ ।
ଅନ୍ୟପକ୍ଷରେ ଗତ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ କୋଲକାତା 86 ରନ୍ ବିଜୟ ହାସଲ କରିଥିଲା। ତଥାପି ଏହା ସତ୍ତ୍ବେ କେକେଆର ଦଳରେ ପରିବର୍ତ୍ତନ ହୋଇପାରେ । ଆହତ ଥିବା ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ଏକାଦଶକୁ ଫେରିପାରନ୍ତି । ନିକଟରେ କେକେଆରର ମୁଖ୍ୟ ପରାମର୍ଶଦାତା ଡେଭିଡ ହୁସେ କହିଥିଲେ ଯେ, ପ୍ଲେ ଅଫ୍ ପର୍ଯ୍ୟନ୍ତ ରସେଲ ଫିଟ୍ ହେବାର ସମ୍ଭାବନା ରହିଛି।
- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ଭାବ୍ୟ ଏକାଦଶ-
ବିରାଟ କୋହଲି (କ୍ୟାପ୍ଟେନ), ଦେବଦତ୍ତ ପାଦିକଲ, ଶ୍ରୀକର ଭାରତ (ୱିକେଟକିପର), ଡାନିଏଲ ଖ୍ରୀଷ୍ଟିଆନ, ଗ୍ଲେନ ମ୍ୟାକ୍ସୱେଲ, ଏବି ଡି ଭିଲିୟର୍ସ, ଶାହବାଜ ଅହମ୍ମଦ, ହର୍ଷଲ ପଟେଲ, ଜର୍ଜ ଗାର୍ଟେନ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ।
- କୋଲକାତା ନାଇଟ୍ ରାଇଡର୍ସ ସମ୍ଭାବ୍ୟ ଏକାଦଶ-
ଇଏନ୍ ମୋର୍ଗାନ୍ (କ୍ୟାପ୍ଟେନ), ଶୁବମାନ ଗିଲ, ଭେଙ୍କଟେଶ ଆୟର, ନୀତୀଶ ରାଣା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ (ୱିକେଟକିପର), ଶାକିବ ଅଲ ହାସନ / ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଲକି ଫର୍ଗୁସନ, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications