Get Updates
Get notified of breaking news, exclusive insights, and must-see stories!

ଆଇପିଏଲ ଏଲିମିନେଟର: ଲକ୍ଷ୍ନୌକୁ ୮୧ ରନ‌ରେ ପରାସ୍ତ କରି ଦ୍ୱିତୀୟ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ: ଆଜି (ବୁଧବାର) ସ୍ଥାନୀୟ ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ କୁ ୮୧ ରନ‌ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏମଆଇ ପରବର୍ତ୍ତି ମ୍ୟାଚ୍ ଅର୍ଥାତ୍ ଦ୍ୱିତୀୟ କ୍ୱାଲିଫାୟରରେ ଗୁଜରାଟ ଟାଇଟନ୍ସକୁ ଭେଟିବ ।

ଆଜିର ମୁକାବିଲାରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍‌ ବିନିମୟରେ ୧୮୨ ରନ୍ କରିଥିଲା । ଜାବାବରେ ଲକ୍ଷ୍ନୌ ମାତ୍ର ୧୬.୩ ଓଭରରେ ୧୦୧ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଛି । ଲକ୍ଷ୍ନୌ ପକ୍ଷରୁ ମାର୍କସ ଟୋଇନ୍ସ ସର୍ବାଧିକ ୪୦ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ୨୦ ରନ୍ ପୂରା କରିପାରି ନଥିଲେ ।

IPL Eliminator, Mumbai vs Lucknow

ଦଳର ଦୁଇ ଓପନର ଭଲ ଆରମ୍ଭ କରିଥିଲେ ବି ପରେ ବିପର୍ଯ୍ୟୟର ସାମ୍ନା କରିଥିଲା ଟିମ୍‌। ରୋହିତ ଶର୍ମା ମାତ୍ର ୧୧ରନ ଓ ଇଶାନ କିଷନ ୧୫ ରନ କରି ଆଉଟ ହୋଇଥିଲେ । ତେବେ ଦଳର ମିଡିଲ୍‌ ଅର୍ଡର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ ।

କାମେରୁନ ଗ୍ରୀନ ୪୧ରନ ଓ ସୂର୍ଯ୍ୟକୁମାର ଯାଦବ ୩୩ ରନ କରିଥିଲେ । ସେହିପରି ତିଳକ ବର୍ମା ୨୬ ଓ ନିଲାହ ଓ୍ବାଧେରା ୨୩ରନର ଯୋଗଦାନ ଦେଇଥିଲେ । ଫଳରେ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୨ରନ କରିଥିଲା । ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ ୪ଟି ଓ ଯଶ ଠାକୁର ୩ଟି ଓ୍ବିକେଟ ନେଇଥିଲେ ।

ଜବାବରେ ଲକ୍ଷ୍ନୌର ଆରମ୍ଭରୁ ହିଁ ବିପର୍ଯ୍ୟୟ ଘଟିଥିଲା । ମୁମ୍ବାଇ ବୋଲରମାନେ ଲକ୍ଷ୍ନୌକୁ ବଡ଼ ସ୍କୋର କରିବାକୁ ଦେଇ ନଥିଲେ । ତେବେ ମୁମ୍ବାଇ ପକ୍ଷରୁ ଆଜି ଜବରଦସ୍ତ ପ୍ରଦର୍ଶନ କରିଥିଲେ ଆକାଶ ମଧୱାଲ । ସେ ସର୍ବାଧିକ ୫ ୱିକେଟ୍ ନେଇଥିବା ବେଳେ କ୍ରିସ୍ ଡର୍ଡାନ ଓ ପିୟୁଷ ଚାୱଲା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+