IPL Auction 2025: ନୂଆ ଦଳକୁ ଗଲେ ବିଶ୍ଵକପ ଷ୍ଟାର ସାମି, କୁଆଡେ ଗଲେ ଷ୍ଟ୍ରାକ

ଆଇପିଏଲ-୨୦୨୫ ପାଇଁ ଷ୍ଟାର ବୋଲର ମହମ୍ମଦ ଶାମୀଙ୍କୁ ମିଳିଛି ନୂଆ ପରିଚୟ । ଆଗାମି ସିଜିନ ପାଇଁ ନୂଆ ଦଳରେ ସାମିଲ ହୋଇଛନ୍ତି ଶାମୀ । ୧୦ କୋଟି ଟଙ୍କା ଖର୍ଚ୍ଚରେ ଶାମୀ ସନରାଇଜର୍ସ ହାଇଦ୍ରାବାଦ ଦଳରେ ସାମିଲ ହୋଇଛନ୍ତି । ଗୁଜରାଟ ଟାଇଟନ୍ସ ରାଇଟ ଟୁ ମ୍ୟାଚ୍ ଏହାକୁ ଶାମୀଙ୍କ ପାଇଁ ବ୍ୟବହାର କରିନାହିଁ । ଫଳରେ ଶାମୀଙ୍କୁ ହାଇଦ୍ରାବାଦ ନିଜ ଦଳରେ ସାମିଲ କରିଛି ।

ସେହିପରି ଇଂଲଣ୍ଡର ଜୋଶ ବଟଲରଙ୍କୁ ଗୁଜରାଟ ଟାଇଟନ୍ସ ନିଜ ସହ ସାମିଲ କରିଛି। ଗୁଜରାଟ ୧୫.୭୫ କୋଟି ଟଙ୍କାରେ ବଟଲରଙ୍କୁ ନିଜ ସହ ସାମିଲ କରିଛି। ତାଙ୍କୁ ନେବା ପାଇଁ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ଆଗ୍ରହ ଦେଖାଇଥିଲେ। ୧୩.୫୦ କୋଟି ଟଙ୍କା ବଳରେ ଲକ୍ଷ୍ନୌ ମଧ୍ୟ ବଟଲରଙ୍କୁ କିଣିବାକୁ ଚାହିଁଥିଲା। ହେଲେ ଗୁଜରାଟ ତାଙ୍କୁ ୧୫.୭୫ ଟଙ୍କାରେ ନେଇଛି।

IPL Auction 2025

ଅନ୍ୟପକ୍ଷରେ ମିଚେଲ ଷ୍ଟାର୍କ ୨୦୨୪ ଅକ୍ସନ ତୁଳନାରେ ଯଥେଷ୍ଟ କମ ଦାମରେ ବିକ୍ରି ହୋଇଛନ୍ତି। ୨୦୨୪ରେ କୋଲକାତା ତାଙ୍କୁ ରେକର୍ଡ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ଏଥର ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି। ଦିଲ୍ଲୀ ସହ ଆରସିବି ମଧ୍ୟ ଷ୍ଟାର୍କଙ୍କୁ ନେବାକୁ ଚାହିଁଥିଲା।

ସେହିପରି କେକେଆର ମଧ୍ୟ ୧୦.୭୫ କୋଟିରେ ଷ୍ଟାର୍କଙ୍କୁ ନେବାକୁ ଆଗ୍ରହ ଦେଖାଇଥିଲା। ହେଲେ ସମସ୍ତଙ୍କୁ ମାତ ଦେଇ ଦିଲ୍ଲୀ ତାଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+