IPL 2025: କିଏ ଏହି ପ୍ରିୟାଂଶ ଆର୍ଯ୍ୟ ? ୩.୮୦ କୋଟିରେ କିଣିଲା ପଞ୍ଜାବ କିଙ୍ଗସ

ଆଇପିଏଲ ଅକ୍ସନରେ ଅନକ୍ୟାପଡ ଭାରତୀୟ ଖେଳାଳିଙ୍କ ବେଶ ଦବଦବା ଦେଖିବାକୁ ମିଳିଛି । ଘରୋଇ ସୁପର ଲିଗରେ କମାଲ କରିଥିବା ବାମହାତୀ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟଙ୍କୁ ନେବା ପାଇଁ ଆଜି ଅକ୍ସନରେ ବଡ଼ଧରଣର ବିଡ ୱାର ଲାଗିଥିଲା। ଶେଷରେ ପଞ୍ଜାବ କିଙ୍ଗସ ତାଙ୍କୁ ୩.୮୦ କୋଟି ଟଙ୍କାରେ କିଣିଛି। ତାଙ୍କ ବେସ ପ୍ରାଇସ ୩୦ ଲକ୍ଷ ରହିଥିଲା । ପଞ୍ଜାବ ବ୍ୟତୀତ ଆରସିବି ମଧ୍ୟ ତାଙ୍କୁ ନେବାକୁ ଚାହିଁଥିଲେ ।

ଦିଲ୍ଲୀର ଏହି ରାଇଜିଂ ଷ୍ଟାର ଏକଦା ୬ ବଲରେ ୬ଟି ଛକା ମାରି ଚର୍ଚ୍ଚାକୁ ଆସିଥିଲେ । କେବଳ ସେ ୬ ବଲରେ ୬ ଛକା ମାରି ନଥିଲେ, ବରଂ ଶତକ ମଧ୍ୟ ହାସଲ କରିଛନ୍ତି । ଦିଲ୍ଲୀ ପ୍ରିମିୟର ଟି-୨୦ ଲିଗରେ ଆର୍ଯ୍ୟ ଏପରି କମାଲ କରିଥିଲେ । ଦକ୍ଷିଣ ଦିଲ୍ଲୀ ସୁପରଷ୍ଟାରଜ ଓ ଉତ୍ତର ଦିଲ୍ଲୀ ଷ୍ଟ୍ରାଇକର୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ୬ ଛକା ମାରିଥିବା ପ୍ରିୟାଂଶ ଆର୍ଯ୍ୟ ୫୦ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଥିଲେ ।

୧୨ ତମ ଓଭରରେ ବାମହାତୀ ବ୍ୟାଟର ପ୍ରିୟାଂଶ ଉତ୍ତର ଦିଲ୍ଲୀର ଜଣେ ବାମହାତୀ ସ୍ପିନରଙ୍କୁ ୬ ବଲରେ ୬ ଛକା ମାରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଏହାପରେ ମ୍ୟାଚ୍‌ର ୧୫ତମ ଓଭରରେ ସେ ଟୁର୍ଣ୍ଣାମେଣ୍ଟରେ ନିଜର ଦ୍ୱିତୀୟ ଶତକ ହାସଲ କରିଥିଲେ ।

IPL Auction 2025 Who is Priyansh Arya Batter bought by Punjab Kings for INR 3 80 crore

ଘରୋଇ ଟି-୨୦ରେ ପ୍ରିୟାଂଶଙ୍କ ପୂର୍ବରୁ ୨୦୧୭ରେ ରସ୍‌ ହ୍ୱାଟଲେ, ୨୦୧୮ରେ ହଜରତତୁଲ୍ଲା ଜଜାଇ ଓ ୨୦୨୦ରେ ଲିଓ କାର୍ଟର ଏପରି ୬ ବଲରେ ୬ ଛକା ମାରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଯୁବରାଜ ସିଂହ, କାଏରନ ପୋଲାର୍ଡ ଓ ଦିପେନ୍ଦର ସିଂହ ଅଇରୀ(ଦୁଇ ଥର) ଏପରି ରେକର୍ଡ କରିଛନ୍ତି ।

ପ୍ରିୟାଂଶ ମାତ୍ର ୫୦ ବଲରେ ୧୦ଟି ଚୌକା ଓ ୧୦ଟି ଛକା ବଳରେ ୧୨୦ ରନର ଇନିଂସ ଖେଳି ଚର୍ଚ୍ଚାକୁ ଆସିଥିଲେ । ଏବେ ସେ ଆଇପିଏଲରେ ମଧ୍ୟ ପଞ୍ଜାବ ପାଇଁ ଜଲୱା ଦେଖାଇବା ଲକ୍ଷ୍ୟରେ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+