IPL Mega Auction 2025: ଶ୍ରେୟସ ଆୟର ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି, ୨୬.୭୫ କୋଟିରେ ଗଲେ ପଞ୍ଜାବ କିଙ୍ଗସ
ଶ୍ରେୟସ ଆୟର ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି, ୨୬.୭୫ କୋଟିରେ ଗଲେ ପଞ୍ଜାବ କିଙ୍ଗସ ।ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ୨୦୨୫ ମେଗା ଅକ୍ସନରେ ଶ୍ରେୟସ ଆୟର ତାଙ୍କୁ ପଛରେ ପକାଇ ଦେଇଛନ୍ତି।
ଶ୍ରେୟସ ଆୟରଙ୍କୁ ନେବା ପାଇଁ ଆରମ୍ଭରୁ ହିଁ ପଞ୍ଜାବ ଉଦ୍ୟମ କରିଥିଲା। ପଞ୍ଜାବ ସହ ଆରମ୍ଭରୁ କୋଲକାତା ମଧ୍ୟ ବିଡରେ ସାମିଲ ହୋଇଥିଲା। କିନ୍ତୁ ଆୟରଙ୍କ ପୂର୍ବତନ ଟିମ କେକେଆର ୭.୨୫ କୋଟି ଟଙ୍କା ପରେ ଓହରି ଯାଇଥିଲା। ଏହାପରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ ମଧ୍ୟ ଶ୍ରେୟସଙ୍କ ପାଇଁ ଲଢ଼େଇ ହୋଇଥିଲା।

ଚଳିତ ଆଇପିଏଲର ମେଗା ଅକ୍ସନ ପୂର୍ବରୁ ହାଇଦ୍ରାବାଦ ହେନରିଚ କ୍ଲାସେନଙ୍କୁ ରେକର୍ଡ ୨୩ କୋଟି ଟଙ୍କା ବଳରେ ରିଟେନ କରିଥିଲା। ହେଲେ ଅକ୍ସନରେ କେବେ ହେଲେ କୌଣସି ଖେଳାଳିଙ୍କ ଦାମ ୨୫ କୋଟି ପାର କରି ନଥିଲା। ଆୟର ଆଇପିଏଲ ଇତିହାସରେ ନୂଆ ରେକର୍ଡ କରିଛନ୍ତି। କିନ୍ତୁ ଆୟରଙ୍କ ପରେ ପନ୍ତ ଅକ୍ସନରେ ସାମିଲ ହେବେ। ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।












Click it and Unblock the Notifications