IPL 2025: ନଭେମ୍ବର ୨୪-୨୫ରେ ମେଗା ଅକ୍ସନ ଆରମ୍ଭ, ଜାଣନ୍ତୁ କେଉଁଠି ଦେଖିପାରିବେ Live

IPL auction 2025: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ଆଇପିଏଲ୍ 2025 ର 18 ତମ ସିଜନ୍ ପାଇଁ ବାଜିଲା ବିଗୁଲ୍ । 18 ତମ ସିଜନର ମେଗା ନିଲାମ ଦୁଇ ଦିନ ପରେ ହେବ । ଆଇପିଏଲ୍ 2025 ର ମେଗା ନିଲାମ 24 ଏବଂ 25 ନଭେମ୍ବରରେ ସାଉଦି ଆରବର ଜେଡ୍ଡା ଠାରେ ଅନୁଷ୍ଠିତ ହେବ । ତେବେ ଚାଲନ୍ତୁ ଜାଣିବା କେତେ ବେଳେ ନିଲାମ ଆରମ୍ଭ ହେବ ଏବଂ ଆପଣ ଏହାକୁ କେଉଁଠି ଲାଇଭ୍ ଦେଖିପାରିବେ ।

IPL Auction 2025

ଆଇପିଏଲ୍ 2025 ର ମେଗା ନିଲାମ ପାଇଁ ମୋଟ 574 ଖେଳାଳିଙ୍କୁ ଚୟନ କରାଯାଇଛି । ଏଥିରେ 366 ଭାରତୀୟ ଏବଂ 208 ବିଦେଶୀ ଖେଳାଳିଙ୍କ ନାଁ ରହିଛି । ହେଲେ ନିଲାମରେ ମାତ୍ର 104 ଖେଳାଳି ବିକ୍ରି ହୋଇପାରିବେ ଅବଶିଷ୍ଟ ଖେଳାଳୀ ଅନସୋଲ୍ଡ ହୋଇ ରହିଯିବେ । ଏହା ପୂର୍ବରୁ ସମସ୍ତ ଦଳ ସେମାନଙ୍କ ଖେଳାଳିଙ୍କ ତାଲିକା ପ୍ରକାଶ କରି ସାରିଛି ।

ଆଇପିଏଲ 2025 ନିଲାମ ପାଇଁ 13 ଟି ଦେଶରୁ ମୋଟ 574 ଖେଳାଳିଙ୍କୁ ସର୍ଟଲିଷ୍ଟ କରାଯାଇଛି । ଏଥିରେ ସ୍କଟଲ୍ୟାଣ୍ଡର ଜଣେ ଖେଳାଳି ଏବଂ ଜିମ୍ବାୱେରୁ 3 ଖେଳାଳିଙ୍କ ନାଁ ରହିଛି । ଏହି ମେଗା ନିଲାମରେ 81 ଖେଳାଳିଙ୍କ ମୂଳ ମୂଲ୍ୟ 2 କୋଟି ଟଙ୍କା ହୋଇଥିବାବେଳେ 27 ଖେଳାଳିଙ୍କ ମୂଳ ମୂଲ୍ୟ ହେଉଛି 1.50 କୋଟି ଟଙ୍କା। ଏଥି ସହିତ, ଏହି ତାଲିକାରେ 18 ଜଣ ଖେଳାଳି ଅଛନ୍ତି, ଯାହାର ମୂଳ ମୂଲ୍ୟ 1.25 କୋଟି ଟଙ୍କା ।

ଆଇପିଏଲ 2025 ର ମେଗା ନିଲାମ ସାଉଦି ଆରବ ସମୟ ଦିନ 12:30 ରେ ଆରମ୍ଭ ହେବ ଅର୍ଥାତ୍ ଭାରତରେ ଆପଣ ଦିନ 3 ଟାରୁ ମେଗା ନିଲାମ ଦେଖିପାରିବେ । 24 ଏବଂ 25 ନଭେମ୍ବର ଉଭୟ ଦିନର ସମୟ ସମାନ ରହିବ । ଆପଣ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କର ଟିଭିରେ IPL 2025 ର ମେଗା ନିଲାମ ଦେଖିପାରିବେ । ସେହିପରି ମୋବାଇଲରେ ନିଲାମ ଷ୍ଟ୍ରିମିଂ ଜିଓ ସିନେମାରେ ଦେଖିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+