ଆଇପିଏଲ ଅକ୍ସନ 2023: ମୁମ୍ବାଇ କ୍ୟାମ୍ପରେ ବିଦେଶୀ ପାୱାରହିଟର୍, ପୋଲାର୍ଡ-ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି...
ମୁମ୍ବାଇ କ୍ୟାମ୍ପରେ ବିଦେଶୀ ପାୱାରହିଟର୍ । ଆଇପିଏଲ 2023 ଟ୍ରଫି ଜିତିବା ଏବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସହଜ । କିରନ୍ ପୋଲାର୍ଡ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି ।
IPL Auction 2023: ମୁମ୍ବାଇ କ୍ୟାମ୍ପରେ ବିଦେଶୀ ପାୱାରହିଟର୍ । ଆଇପିଏଲ 2023 ଟ୍ରଫି ଜିତିବା ଏବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସହଜ । କିରନ୍ ପୋଲାର୍ଡ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି ।

କହିରଖୁ କି, କିରନ୍ ପୋଲାର୍ଡ ଆଇପିଏଲରୁ ଅବସର ନେଇ ସାରିଛନ୍ତି । ସେହିଭଳି ଆଇପିଏଲ 2021 ସିଜନ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ଜୀବନ କହୁଯାଉଥିବା ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଅଛନ୍ତି । ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ଟିକେ ଦୁର୍ବଳ ହୋଇଯାଇଥିଲା । ମାତ୍ର ଏବେ ଏହି ବିସ୍ଫୋରକ ହିଟର ମାନହ୍କୁ କିଣି ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ସଶକ୍ତ କରିଛି ।
ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ 2023 ଋତୁ ପାଇଁ ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନଙ୍କୁ 17.25 କୋଟି ଟଙ୍କାରେ କିଣିଛି । ଅଷ୍ଟ୍ରେଲୀୟ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ଆଇପିଏଲ୍ ଇତିହାସରେ ଦ୍ୱିତୀୟ ମହଙ୍ଗା ଖେଳାଳି। ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ଅତ୍ୟଧିକ ବିସ୍ଫୋରକ ବ୍ୟାଟିଂ ଏବଂ ଘାତକ ଫାଷ୍ଟ ବୋଲିଂରେ ବିଶେଷଜ୍ଞ ରଖନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ଯେତେବେଳେ ଅଷ୍ଟ୍ରେଲିଆ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ଖେଳିବା ପାଇଁ ଭାରତ ଗସ୍ତରେ ଆସିଥିଲା । କ୍ୟାମେରନ୍ ଗ୍ରୀନ୍ ତାଙ୍କ ବିସ୍ଫୋରକ ବ୍ୟାଟିଂ ସହିତ ଝଡ଼ ସୃଷ୍ଟି କରିଥିଲେ।
20 ସେପ୍ଟେମ୍ବରରେ ମୋହାଲିରେ ଭାରତ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି -20 ମ୍ୟାଚରେ କ୍ୟାମେରନ୍ ଗ୍ରୀନ୍ 30ଟି ବଲରେ 61 ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ 8 ଟି ଚୌକା ଓ 4ଟି ଛକା ସାମିଲ ଥିଲା । ଏହି ମ୍ୟାଚରେ କ୍ୟାମେରନ୍ ଗ୍ରୀନ୍ ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ ।
ଏହା ପରେ, 25 ସେପ୍ଟେମ୍ବରରେ ହାଇଦ୍ରାବାଦରେ ଖେଳା ଯାଇଥିବା ତୃତୀୟ ଟି-20 ମ୍ୟାଚରେ କ୍ୟାମେରନ୍ ଗ୍ରୀନ୍ 21ଟି ବଲରେ 52 ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ 7 ଚୌକା ଓ 3 ଛକା ଅନ୍ତର୍ଭୁକ୍ତ ଥିଲା । ଭାରତୀୟ ପିଚରେ କ୍ୟାମେରନ୍ ଗ୍ରୀନ୍ଙ୍କ ଭୟଙ୍କର ରୂପ ଦେଖି ସମସ୍ତ ଆଇପିଏଲ ଦଳ ତାଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିଥିଲେ । ମାତ୍ରା ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ 17.25 କୋଟି ଟଙ୍କାରେ କିଣି ରେକର୍ଡ ସୃଷ୍ଟି କରିଛି ।
ତେବେ ଆଇପିଏଲ 2023 ପାଇଁ ମୁମ୍ବାଇ ପାଖରେ କ୍ୟାମେରନ୍ ଗ୍ରୀନଙ୍କ ବ୍ୟତୀୟ ଟିମ୍ ଡେଭିଡ୍, ଡିୱାଲ୍ଡ ବ୍ରେଭିସ୍ ଏବଂ ଟ୍ରାଇଷ୍ଟାନ୍ ଷ୍ଟବ୍ସ୍ ଙ୍କ ଭଳି ବିଦେଶୀ ପାୱାରହିଟର୍ ରହିଛନ୍ତି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications