ଆଇପିଏଲ ଅକ୍ସନ 2023: ଜାଡ଼େଜାଙ୍କୁ ରଖିଲା ଚେନ୍ନାଇ, ପୋଲାର୍ଡଙ୍କୁ ଛାଡିଲା ମୁମ୍ୱାଇ; ଦେଖନ୍ତୁ ପୁରା ଲିଷ୍ଟ...
ଆଗାମୀ ଆଇପିଏଲ ସିଜନ (ଆଇପିଏଲ 2023) ପାଇଁ ଡିସେମ୍ବର 23ରେ ଆୟୋଜିତ ହେବ ଆଇପିଏଲ ମିନି ଅକ୍ସନ ( ଆଇପିଏଲ ଅକ୍ସନ 2023) । ଏହା ପୂର୍ବରୁ ଆସନ୍ତାକାଲି (ନଭେମ୍ବର 15) ସୁଦ୍ଧା ଫ୍ରାଞ୍ଚାଇଜ୍ ମାନଙ୍କୁ ସେମାନଙ୍କ ରିଟେନ୍ ଓ ରିଲିଜ ଖେଳାଳି ତାଲିକା ପ୍ରଦାନ କରିବାକୁ ସ
IPL Auction 2023, Retention and Released Player List: ଆଗାମୀ ଆଇପିଏଲ ସିଜନ (ଆଇପିଏଲ 2023) ପାଇଁ ଡିସେମ୍ବର 23ରେ ଆୟୋଜିତ ହେବ ଆଇପିଏଲ ମିନି ଅକ୍ସନ ( ଆଇପିଏଲ ଅକ୍ସନ 2023) । ଏହା ପୂର୍ବରୁ ଆସନ୍ତାକାଲି (ନଭେମ୍ବର 15) ସୁଦ୍ଧା ଫ୍ରାଞ୍ଚାଇଜ୍ ମାନଙ୍କୁ ସେମାନଙ୍କ ରିଟେନ୍ ଓ ରିଲିଜ ଖେଳାଳି ତାଲିକା ପ୍ରଦାନ କରିବାକୁ ସମୟ ସୀମା ଦେଇଥିଲା ବିସିସିଆଇ । ଯେଉଁଥିବା ପାଇଁ ବିଭିନ୍ନ ଦଳ ମାନେ ସେମାନଙ୍କର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି ।

ପ୍ରଥମ ଖବର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜୁରାଟ ଟାଇଟାନ୍ସରୁ ଆସିଥିଲା ଯେଉଁମାନେ ସେମାନଙ୍କର ଦୁଇ ଖେଳାଳି ରହମାନତୁଲ୍ଲା ଗୁରୁବାଜ ଏବଂ ଲକି ଫର୍ଗୁସନଙ୍କୁ କେକେଆରକୁ ଟ୍ରେଡ କରିଛନ୍ତି । ସେହିପରି କେକେଆର ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଶାର୍ଦ୍ଦୁଲ ଠାକୁରଙ୍କୁ
ଟ୍ରେଡ କରିଛି ।
ଏଥିସହିତ ଆରସିବି ଏବଂ ଚେନ୍ନାଇ ସୁପର କିଙ୍ଗ୍ସର କିଛି ଖେଳାଳିଙ୍କ ମୁକ୍ତି ଖବର ମଧ୍ୟ ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଆରସିବି ଡେଭିଡ ୱିଲି, ଶେରଫେନ ରାଉଟରଫୋର୍ଡ, ସିଦ୍ଧାର୍ଥ କୌଲ, ଆକାଶ ଦୀପ ଏବଂ କରନ ଶର୍ମାଙ୍କୁ ରିଲିଜ କରିଛି । ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ସିଏସକେ କ୍ରିସ ଜୋର୍ଡାନ, ଆଡାମ ମିଲନେ, ନାରାୟଣ ଜାଗାଦେସନ ଏବଂ ମିଚେଲ ସାଣ୍ଟନର୍ଙ୍କୁ ମୁକ୍ତ କରିଛି । କିଛି ସମୟ ପୂର୍ବରୁ CSK ରବୀନ୍ଦ୍ର ଜାଡେଜାଙ୍କୁ ମୁକ୍ତ କରିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା, କିନ୍ତୁ ଧୋନିଙ୍କ ନିର୍ଦ୍ଦେଶରେ ଦଳ ନିଷ୍ପତ୍ତି ବଦଳାଇଲା । କହିରଖୁ କି, ଗତବର୍ଷ ଜାଡେଜା ଅଧିନାୟକ CSK ପାଇଁ ଏକ ସୁଯୋଗ ପାଇଥିଲେ । କିନ୍ତୁ ମଧ୍ୟଭାଗରେ ଦଳର ଖରାପ ପ୍ରଦର୍ଶନ ପରେ ଜାଡେଜା ଅଧିନାୟକତ୍ୱ ଛାଡିଥିଲେ । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ସର୍ବପୁରାତନ ଖେଳାଳି କିରଣ ପୋଲାର୍ଜଙ୍କୁ ରିଲିଜ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।
ତେବେ ଆସନ୍ତୁ, ନଜର ପକାଇବା କେଉଁ ଦଳ କେଉଁ ଖେଳାଳିଙ୍କୁ ରଖିଲେ ଓ ଛାଡିଲେ ?
ସିଏସକେ (CSK )-
- ରଖିଲା: ଏମଏସ ଧୋନି, ରବିନ୍ଦ୍ର ଜାଡେଜା, ମୋଏନ ଅଲ୍ଲୀ, ଶିବମ୍ ଦୁବେ, ଋତୁରାଜ ଗାଇକୱାଡ୍, ଡିଭନ୍ କନୱେ, ମୁକେଶ ଚୌଧରୀ, ଡ୍ୱାଇନ୍ ପ୍ରିଟୋରିୟସ୍, ଦୀପକ ଚହର ।
- ଛାଡିଲା: କ୍ରିସ୍ ଜୋର୍ଡାନ୍, ଆଡାମ ମିଲେ, ନାରାୟଣ ଜଗଦେସନ, ମିଚେଲ ସାଣ୍ଟନର୍ ।
ମୁମ୍ବାଇ ଇଣ୍ଡିଆନ୍ସ (MI)-
- ରଖିଲା: ରୋହିତ ଶର୍ମା, ଡିୱାଲ୍ଡ ବ୍ରେଭିସ୍, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଡାନିଏଲ ସାମସ, ଟିମ ଡେଭିଡ, ଜୋଫ୍ରା ଆର୍ଚର, ଜସପ୍ରୀତ ବୁମରା, ତ୍ରିଷ୍ଟାନ ଷ୍ଟବ୍ସ , ତିଲକ ବର୍ମା ।
- ଛାଡିଲା: ଫାବିଆନ୍ ଆଲେନ୍, କିରଣ ପୋଲାର୍ଡ, ଟାଇମାଲ୍ ମିଲ୍ସ, ମୟଙ୍କ ମାର୍କାଣ୍ଡେ, ହ୍ରିତିକ ଶେକେନ୍ ।
ଆରସିବି (RCB)-
- ରଖିଲା: ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ, ଫାଫ୍ ଡୁ ପ୍ଲେସିସ୍, ୱାନିନ୍ଦୁ ହାସରାଙ୍ଗା, ଦୀନେଶ କାର୍ତ୍ତିକ, ମହମ୍ମଦ ସିରାଜ, ହର୍ଷଲ ପଟେଲ, ଶାହବାଜ ଅହମ୍ମଦ, ରାଜତ ପାଟିଦାର।
- ଛାଡିଲା: ସିଦ୍ଧାର୍ଥ କୌଲ୍, କରନ ଶର୍ମା, ଡେଭିଡ୍ ୱିଲି, ଆକାଶ ଦୀପ ।
ଗୁଜୁରାଟ ଟାଇଟନ୍ସ-
- ରଖିଲା: ହାର୍ଦ୍ଦିକ ପାଣ୍ଡ୍ୟା, ଡେଭିଡ ମିଲର, ଶୁଭମନ ଗିଲ, ଅଭିନାଭ ମନୋହର, ରିଦ୍ଧିମାନ ସାହା, ରସିଦ ଖାନ, ମହମ୍ମଦ ଶାମି, ରାହୁଲ ତେୱାଟିଆ, ରହମାନୁଲ୍ଲା ଗୁରୁବାଜ ।
- ଛାଡିଲା: ମାଥ୍ୟୁ ୱେଡ, ବିଜୟ ଶଙ୍କର, ଗୁରୁକେରାତ ମନ ସିଂ, ଜୟନ୍ତ ଯାଦବ, ପ୍ରଦୀପ ସାଙ୍ଗୱାନ, ନୁର ଅହମ୍ମଦ, ସାଇ କିଶୋର ବରୁଣ ଆରୋନ ।
ଦିଲ୍ଲୀ କ୍ୟାପିଟାଲ୍ସ-
- ରଖିଲା: ଋଷଭ ପନ୍ତ, ଡେଭିଡ ୱାର୍ନର, ପୃଥ୍ୱୀ ଶ, ରୋଭମାନ ପାୱେଲ, ଅକ୍ସର ପଟେଲ, ମିଚେଲ ମାର୍ଶ, ସରଫରାଜ ଖାନ, ଅନ୍ରିଚ ନର୍ଟେଜେ, କୁଲଦୀପ ଯାଦବ।
- ଛାଡିଲା: ଶାର୍ଦ୍ଦୁଲ ଠାକୁର, ଟିମ୍ ସେଫର୍ଟ, କେଏସ୍ ଭରତ, ମନଦୀପ ସିଂ, ଅଶ୍ୱିନ୍ ହେବର ।












Click it and Unblock the Notifications