Get Updates
Get notified of breaking news, exclusive insights, and must-see stories!

IPL Auction 2021 LIVE: ଶେଷ ହେଲା ଆଇପିଏଲ 14 ନିଲାମ ପ୍ରକ୍ରିୟା, ବିକ୍ରି ହେଲେ ମୋଟ 57 ଖେଳାଳି

ବିଶ୍ବର ଏହି ବିତ୍ତଶାଳୀ ଲିଗ ପୂର୍ବରୁ ଶେଷ ହେଲା ନିଲାମ ପ୍ରକ୍ରିୟା । ବିକ୍ରି ହେଲେ ମୋଟ 57 ଖେଳାଳି

ମୁମ୍ବାଇ: ଆରମ୍ଭ ହୋଇଛି ଆଇପିଏଲର 14 ତମ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ବା ଆଇପିଏଲ ଅକ୍ସନ 2021 । ବିଶ୍ବର ଏହି ବିତ୍ତଶାଳୀ ଲିଗ ପୂର୍ବରୁ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମେଗା ନିଲାମ ପ୍ରକ୍ରିୟା ଉପରେ ରହିଛି ସାରା ବିଶ୍ବର ନଜର । କିଏ ହେବ ଚଳିତ ଆଇପିଏଲର ସବୁଠାରୁ ଧନୀ ଖେଳାଳି ଓ କିଏ ହେବେ ନିରାଶ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା।

ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ଆପଣ ନିଲାମ ପ୍ରକ୍ରିୟାର ଲାଇଭ୍ ଦେଖିପାରିବେ । ସେହିପରି ଲାଇଭ୍ ଷ୍ଟ୍ରିମିଂ ଡିସ୍ନି + ହଟଷ୍ଟାରରେ ଏବଂ ଜିଓ ଟିଭି ଗ୍ରାହକମାନେ ମଧ୍ୟ ଦେଖି ପାରିବେ । ତେବେ ଆପଣ ଆମ ୱାନ ଇଣ୍ଡିଆ ଓଡିଆ ୱେବସାଇଚରେ ମଧ୍ୟ ଆଇପିଏଲ ଅକ୍ସନର ଟିକିନିକି ନିଲାମି ପ୍ରକ୍ରିୟାର ଅପଡେଟ ଜାଣି ପାରିବେ ।

  IPL Auction 2021 LIVE

Feb 18, 2021, 8:55 pm IST

ଶେଷ ହେଲା ଅକ୍ସନ

ଆଇପିଏଲ୍ ନିଲାମ 2021: 8 ଫ୍ରାଞ୍ଚାଇଜ୍ 57 ଖେଳାଳିଙ୍କ ପାଇଁ 145,30,00,000 ଟଙ୍କା ଖର୍ଚ୍ଚ କଲେ । ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ ମୋରିସ ସବୁଠାରୁ ମହଙ୍ଗା ଖେଳାଳି । ତାଙ୍କୁ 16.25 କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ । ସେହିପରି ମହଙ୍ଗା ଘରୋଇ ଭାରତୀୟ ଖେଳାଳି ଭାବେ ଚେନ୍ନାଇ ସୁପର କିଙ୍ଗ୍ସ କେ ଗୋଥାମଙ୍କୁ 9.75 କୋଟିରେ କିଣିଛି । ତେବେ ପଞ୍ଜିକୃତ ହୋଇଥିବା 291 ଖେଳାଳିଙ୍କ ମଧ୍ୟରୁ ମାତ୍ର 57 ଖେଳାଳି ନିଲାମ ପ୍ରକ୍ରିୟାରେ ବିକ୍ରି ହୋଇପାରିଲେ । ବାକି ଖେଳାଳି ନିରାଶ । ସେହିପରି ଓଡିଶାର ଦୁଇ ଖେଳାଳିଙ୍କ ନାମ ମଧ୍ୟ ନିଲାମରେ ଡକା ଗଲା ନାହିଁ । ଏତିକିରେ ଶେଷ ହେଲା ଆଇପିଏଲ ଅକ୍ସନ 2021 । ଏବେ ଅପେକ୍ଷା ଏପ୍ରିଲେ ଆୟୋଜିତ ହେବାକୁ ଯାଉଥିବା ବିଶ୍ବର ବିତ୍ତଶାଳୀ ଲିଗ ଆଇପିଏଲର ଗ୍ରାଣ୍ଡ ଓପନିଂ ପାଇଁ ।
Feb 18, 2021, 8:32 pm IST

ଆଇପିଏଲ ଅକ୍ସନ 2021 ବିବରଣୀ

ସମୁଦାୟ ଖେଳାଳି ବିକ୍ରୟ: 57 । ବିଦେଶୀ ଖେଳାଳି: 22 । ବାକି ରହିଲା 61 ସ୍ଲଟ ।
Feb 18, 2021, 8:30 pm IST

ଶେଷ ହେଲା ଆଇପିଏଲ ଅକ୍ସନ 2021

ସମାପ୍ତ ହେଲା ବିତ୍ତଶାଳୀ ଲିଗ ଆଇପିଏଲ 2021ର ନିଲାମି ପ୍ରକ୍ରିୟା (ଆଇପିଏଲ ଅକ୍ସନ 2021) ।
Feb 18, 2021, 8:18 pm IST

ମୁମ୍ବାଇ ଗଲେ ଅର୍ଜୁନ

ମୁମ୍ବାଇ ଗଲେ ଅର୍ଜୁନ
ବେସ ପ୍ରାଇସ 20 ଲକ୍ଷ ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସକୁ ବିକ୍ରି ହେଲେ ଅର୍ଜୁନ ତେନ୍ଦୁଲକର ।
Feb 18, 2021, 8:15 pm IST

ଦ୍ୱିତୀୟ ଥରରେ କେକେଆରକୁ 50 ଲକ୍ଷରେ ବିକ୍ରି ହେଲେ ପୱନ୍ ନେଗି ।
Feb 18, 2021, 8:09 pm IST

ବେନ୍ କଟିଙ୍ଗ୍ କେକେଆରକୁ 75 ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଲେ
Feb 18, 2021, 8:08 pm IST

ବେନ୍ କଟିଙ୍ଗ୍ କେକେଆରକୁ 75 ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଲେ
Feb 18, 2021, 8:07 pm IST

ହରଭଜନ ସିଂ 2 କୋଟି ଟଙ୍କା ବେସ ପ୍ରାଇସରେ କିଣିଲା କେକେଆର । ଏଥର ଇଡେନ୍ ଗାର୍ଡେନ୍ ଟର୍ବୋନେଟରଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ।
Feb 18, 2021, 8:06 pm IST

ସନରାଇଜର୍ସ ହାଇଦ୍ରାବାଦ ମୁଜିବ ଉର ରେହମାନଙ୍କୁ 1.50 କୋଟି ଟଙ୍କା ମୂଲ୍ୟରେ କିଣିଲା ।
Feb 18, 2021, 8:01 pm IST

ସାମ୍ ବିଲିଙ୍ଗସ୍ 2 କୋଟି ଟଙ୍କା ମୂଲ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଗଲେ ।
Feb 18, 2021, 8:01 pm IST

ହାଇଦ୍ରାବାଦ ଗଲେ କେଦାର

କେଦାର ଯାଦବଙ୍କୁ ମୂଳ ମୂଲ୍ୟରେ 2 କୋଟି ଟଙ୍କାରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ ।
Feb 18, 2021, 7:59 pm IST

ଦ୍ୱିତୀୟ ପର୍ଯ୍ୟାୟରେ କରୁଣ ନାୟର କୋଲକାତା ନାଇଟ୍ ରାଇଡର୍ସକୁ 50 ଲକ୍ଷ ଟଙ୍କାରେ ବିକ୍ରି ହେଲେ ।
Feb 18, 2021, 7:58 pm IST

ସୌରଭ କୁମାର ମୂଳ ମୂଲ୍ୟ 20 ଲକ୍ଷ ଟଙ୍କାରେ ପଞ୍ଜାବକୁ ବିକ୍ରି ହେଲେ ।
Feb 18, 2021, 7:47 pm IST

ଜେମ୍ସ ନିଶାମ ମୁମ୍ବାଇ ଇଣ୍ଡିଆନ୍ସକୁ ମୂଳ ମୂଲ୍ୟରେ 50 ଲକ୍ଷ ଟଙ୍କା ବିକ୍ରି ହେଲେ।
Feb 18, 2021, 7:40 pm IST

ସିଆନ ଆବଟ୍ଟ ଅନସୋଲ୍ଡ ।
Feb 18, 2021, 7:35 pm IST

ବୈଭବ ଆରୋରା, ବେସ ପ୍ରାଇସ: 20 ଲକ୍ଷ ଟଙ୍କା, ମୂଳ ମୂଲ୍ୟରେ କେକେଆରକୁ ବିକ୍ରି ହେଲେ ।
Feb 18, 2021, 7:33 pm IST

କର୍ଣ୍ଣ ଶର୍ମା, ବେସ ପ୍ରାଇସ: 20 ଲକ୍ଷ ଟଙ୍କା, ଅନସୋଲ୍ଡ ।
Feb 18, 2021, 7:26 pm IST

ଆଇପିଏଲକୁ 7 ବର୍ଷ ପରେ ଫେରିଲେ ପୂଜାରା

ଚେନ୍ନାଇ ସୁପର କିଙ୍ଗ୍ସ ଚେତେଶ୍ବର ପୂଜାରଙ୍କୁ 50 ଲକ୍ଷ ଟଙ୍କାରେ କିଣିଛନ୍ତି । ପୂଜାରା 2014ରେ ପଞ୍ଜାବ ପକ୍ଷରୁ ଶେଷ ଥର ଆଇପିଏଲ ଖେଳିଥିଲେ । ଯେଉଁ ବର୍ଷ ସେମାନେ ଫାଇନାଲରେ ପ୍ରବେଶ କରିଥିଲେ ।
Feb 18, 2021, 7:18 pm IST

ଆଇପିଏଲ ଅକ୍ସନ 2021: ଟପ-5 ମହଙ୍ଗା ଖେଳାଳି

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇପିଏଲ ନିଲାମି ପ୍ରକ୍ରିୟା । ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ ମୋରିସ 16.25 କୋଟିରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଖେଳାଳି । ତାଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ । ସେହିପରି ମହଙ୍ଗା ଘରୋଇ ଭାରତୀୟ ଖେଳାଳି ଭାବେ ଚେନ୍ନାଇ ସୁପର କିଙ୍ଗ୍ସ କେ ଗୋଥାମଙ୍କୁ 9.75 କୋଟିରେ କିଣିଛି ।
Feb 18, 2021, 6:39 pm IST

3 ଘଣ୍ଟାରୁ ଉର୍ଦ୍ଧ୍ବ ବିତିଲା ନିଲାମ ପ୍ରକ୍ରିୟା

ଏପର୍ଯ୍ୟନ୍ତ ବିକ୍ରି ହୋଇଛନ୍ତି 32 ଖେଳାଳି । 126.15 କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି ।
Feb 18, 2021, 6:35 pm IST

ଚେନ୍ନାଇ ଗଲେ ଚେତେଶ୍ୱର ପୂଜାର

ଚେନ୍ନାଇ ଗଲେ ଚେତେଶ୍ୱର ପୂଜାର
Feb 18, 2021, 6:18 pm IST

ଆରସିବିର ବିଗ ବୟ !

ନିଲାମ ପ୍ରକ୍ରିୟାରେ ଦ୍ୱିତୀୟ ମହଙ୍ଗା କ୍ରୟ କେଲି ଜାମିସନଙ୍କୁ 15 କୋଟି ଟଙ୍କାରେ କିଣିଲା ଆରସିବି ।
Feb 18, 2021, 6:16 pm IST

ମାର୍ଟିନ ଗପ୍ଟିଲ ଅନସୋଲ୍ଡ ।
Feb 18, 2021, 6:15 pm IST

ଧୋନିଙ୍କ ପାଖକୁ ଗଲେ ପୂଜାର

ଧୋନିଙ୍କ ପାଖକୁ ଗଲେ ପୂଜାର
ଭାରତୀୟ ଟେଷ୍ଟ ସ୍ପେସାଲିଷ୍ଟ ଚେତେଶ୍ୱର ପୂଜାରଙ୍କୁ ବେସ ପ୍ରାଇସ 50 ଲକ୍ଷ ଟଙ୍କାରେ କିଣିଲା ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ।
Feb 18, 2021, 6:13 pm IST

ଡାରେନ୍ ବ୍ରାଭୋ, ବେସ ପ୍ରାଇସ: 75 ଲକ୍ଷ, ଅନସୋଲ୍ଡ ।
Feb 18, 2021, 6:01 pm IST

କେ ସି କାରିଆପ୍ପା 20 ଲକ୍ଷ ଟଙ୍କାରେ ରାଜସ୍ଥାନ ରୟାଲକୁ ବିକ୍ରି ହେଲେ ।
Feb 18, 2021, 5:59 pm IST

ଶନ୍ ମାର୍ଶ ଏବଂ କୋରି ଆଣ୍ଡରସନ୍ ଅନସୋଲ୍ଡ ।
Feb 18, 2021, 5:58 pm IST

ରିଲେ ମେରେଡିଥଙ୍କ ପାଇଁ ବଡ ମୂଲ୍ୟ ଦେଲା ପଞ୍ଜାବ କିଙ୍ଗ୍ସ

ଅଷ୍ଟ୍ରେଲିଆର ଘରୋଇ ଦ୍ରୁତ ବୋଲର ରିଲେ ମେରେଡିଥ ପଞ୍ଜାବ କିଙ୍ଗ୍ସକୁ 8 କୋଟିରେ ବିକ୍ରି ହୋଇଛନ୍ତି।
Feb 18, 2021, 5:47 pm IST

ଆଇପିଏଲ୍ ଇତିହାସରେ କ୍ରିଷ୍ଣପା ଗୋଥାମ ସବୁଠାରୁ ମହଙ୍ଗା ଅନକ୍ୟାପ ଖେଳାଳି

ଆଇପିଏଲ୍ ଇତିହାସରେ କ୍ରିଷ୍ଣପା ଗୋଥାମ ସବୁଠାରୁ ମହଙ୍ଗା ଅନକ୍ୟାପ ଖେଳାଳି
ଚେନ୍ନାଇ ସୁପର କିଙ୍ଗ୍ସ କେ ଗୋଥାମଙ୍କୁ 9.75 କୋଟିରେ କିଣିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ନିଲାମରେ ସବୁଠାରୁ ମହଙ୍ଗା ଭାରତୀୟ କ୍ରୟ । କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ଲେଗ୍ ସ୍ପିନର ଅଲରାଉଣ୍ଡର ପ୍ରତି ଆଗ୍ରହ ଦେଖାଇଥିଲେ ।
Feb 18, 2021, 5:35 pm IST

ଚେତନ ସାକାରିଆ ରାଜସ୍ଥାନ ରୟାଲ୍ସକୁ 1.2 କୋଟିରେ ବିକ୍ରି ହେଲେ ।
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+