For Quick Alerts
Turn On Notification  
For Daily Alerts
Oneindia App Download

ଭାଗ୍ୟ ଏମିତି ବଦଳେ : ଖେଳି ନାହାନ୍ତି ଗୋଟିଏ ବି ଆଇପିଏଲ୍ ତଥାପି କିଣା ହେଲେ 14 କୋଟି ଟଙ୍କାରେ

ଖେଳି ନାହାନ୍ତି ଗୋଟିଏ ବି ଆଇପିଏଲ୍ ତଥାପି କିଣା ହେଲେ 14 କୋଟି । ଜେ ରିଚାର୍ଡସନଙ୍କୁ କିଣଛି ପଞ୍ଜାବ ।

|

IPL Auction 2021 : ଆଇପିଏଲ୍ ସିଜିନ୍ - 14 ନିଲାମ ପାଇଁ କିଙ୍ଗସ ଏକାଦଶ ପଞ୍ଜାବ ହେଉଛି ସର୍ବାଧିକ ଅର୍ଥ ସଞ୍ଚୟକାରୀ ଦଳ । ଏଭଳି ପରିସ୍ଥିତିରେ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା କଙ୍ଗାରୁ ବୋଲରଙ୍କ ଉପରେ ଅଧିକ ଟଙ୍କା ବ୍ୟେୟ କରିଛନ୍ତି । ଯେଉଁ ବୋଲରଙ୍କ ଉପରେ ଅଧିକ ବିଶ୍ୱାସ କରାଯାଛି ସେ ଆଉ କେହି ନୁହନ୍ତି ଜେ ରିଚାର୍ଡସନ ।
କିଏ ଏହି ଜେ ରିଚାର୍ଡସନ ?
24 ବର୍ଷୀୟ ଯୁବକ ପ୍ରଥମଥର ପାଇଁ ଆଇପିଏଲ୍ ନିଲାମରେ ହାଜର ହୋଇଥିଲେ । ଯାହାର ମୂଳ ମୂଲ୍ୟ 1.50 କୋଟି ଥିଲା, କିନ୍ତୁ ରିଚାର୍ଡସନଙ୍କର ମୂଲ୍ୟ ଏବେ 14 କୋଟି ହୋଇଯାଇଛି । ରିଚାର୍ଡ ଜଣେ ଡାହାଣହାତୀ ଦ୍ରୁତ ବୋଲର, ଯିଏ ଅଷ୍ଟ୍ରେଲିଆ ବିପକ୍ଷରେ 2 ଟି ଟେଷ୍ଟ, 13 ଟି ODI ଏବଂ 9 ଟି -20 ଅନ୍ତର୍ଜାତୀୟ ଖେଳିଛନ୍ତି । ସେ ଟେଷ୍ଟରେ 6 ଟି, ODI ରେ 24 ଟି ଏବଂ ଟି -20 ରେ 9 ୱିକେଟ୍ ନେଇଛନ୍ତି । ତେବେ ଏହା ହେଉଛି ରାଚାର୍ଡଙ୍କର ପ୍ରଥମ ଆଇପିଏଲ୍ । ଏଭଳି ପରିସ୍ଥିତିରେ କିଙ୍ଗ୍ସ ଏକାଦଶ ମଧ୍ୟ ତାଙ୍କ ଠାରୁ ଏକ ଭଲ ପ୍ରଦର୍ଶନ ଆଶା କରିବ ।

ଆଇପିଏଲ୍ ଅକ୍ସନ

ରିଚାର୍ଡସନ ଉମେଶଙ୍କ ନିଅଣ୍ଟ ପୂରଣ କରିବେ ବୋଲି ଆଶା କରାଯାଉଛି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରିଚାର୍ଡସନ କିଣିବା ପାଇଁ ଟେଣ୍ଡର ଆରମ୍ଭ କରିଥିଲେ । ମୁମ୍ବାଇକୁ ହରାଇବା ପରେ ପଞ୍ଜାବ କିଙ୍ଗ୍ସ ଏଥିରେ ଆଗ୍ରହ ଦେଖାଇ ଶେଷ ପର୍ଯ୍ୟନ୍ତ କିଣିବା ପାଇଁ ସଂଘର୍ଷ କରିଥିଲା । ଶେଷରେ, ଏହି ଯୁବ ବୋଲର 14 କୋଟି ଟଙ୍କା ବ୍ୟୟବହୁଳ ପଞ୍ଜାବ ଦଳର ଏକ ଅଂଶ ହୋଇଥିଲେ । ସେ ବିପୁଳ ପରିମାଣର ଟଙ୍କା ପାଇବେ ବୋଲି କଳ୍ପନାଜଳ୍ପନା ଚାଲିଥିଲା । ସମ୍ପ୍ରତି ବିଗ୍ ବ୍ୟାସ୍ ଲିଗ୍ ର ଦଶମ ସିଜନରେ ରିଚାର୍ଡସନ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ 17 ଟି ମ୍ୟାଚରେ ସର୍ବାଧିକ 29 ୱିକେଟ୍ ନେଇଥିଲେ । ପର୍ଥ ସ୍କୋରର୍ସ ବିଗ୍ ବାସ୍ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଥିଲେ । ଏହି ସିଜିନରେ ଏହା ହେଉଛି ତୃତୀୟ ସର୍ବାଧିକ ବିଡ୍ । ଏହାପୂର୍ବରୁ କିସ୍ ମୋରିସ୍ ରାଜସ୍ଥାନ ରୟାଲ୍ସ ଦ୍ୱାରା 16.25 କୋଟିରେ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 14.25 କୋଟିରେ କିଣିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL Auction 2021 Jhye Richardson did not Play a Single IPL Match Now Sold for 14-crores
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X