ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଲେ କ୍ରିସ୍ ମୋରିସ୍ : ଭାଙ୍ଗିଲେ ଏହି ଭାରତୀୟଙ୍କ ରେକର୍ଡ
ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲିଂ ଅଲରାଉଣ୍ଡର କ୍ରିସ୍ ମୋରିସ୍ ଆଇପିଏଲ୍ ଇତିହାସରେ ସର୍ବାଧିକ ବିକ୍ରି ଖେଳାଳି ହୋଇଛନ୍ତି ।
IPL 2021 Auction: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲିଂ ଅଲରାଉଣ୍ଡର କ୍ରିସ୍ ମୋରିସ୍ ଆଇପିଏଲ୍ ଇତିହାସରେ ସର୍ବାଧିକ ବିକ୍ରି ଖେଳାଳି ହୋଇଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ୍ସ 16.25 କୋଟିରେ କିଣିଛି । ଏହାପୂର୍ବରୁ ଯୁବରାଜ ସିଂ (16 କୋଟି) ଆଇପିଏଲ ଇତିହାସରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଥିଲେ । ମୋରିସ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଂଶ ଥିଲେ । ତାଙ୍କୁ ଆଇପିଏଲ୍ 2020 ନିଲାମରେ ଆରସିବି 10 କୋଟି ଟଙ୍କାରେ କିଣିଥିଲା । ଏଥି ସହିତ ଭାରତର ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କୁ ରାଜସ୍ଥାନ ରୟାଲ୍ସ 4.40 କୋଟିରେ କିଣିଛି । ଶିବମ୍ ଆଇପିଏଲ୍ 2020 ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦଳର ଅଂଶ ଥିଲେ । ଶିବମ୍ ଭାରତ ପାଇଁ ଗୋଟିଏ ODI ଏବଂ 12 ଟି -20 ଅନ୍ତର୍ଜାତୀୟ ଖେଳିଛନ୍ତି ।

ଇଂଲଣ୍ଡର ସ୍ପିନ୍ ଅଲରାଉଣ୍ଡର ମୋଇନ୍ ଅଲିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ସାତ କୋଟି ଟଙ୍କାରେ କିଣିଛି । ମୋଇନ୍ ଆଇପିଏଲ୍ 2020 ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଂଶ ଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଖେଳୁଥିବା ଦେଖିବାକୁ ମିଳିବ। ଏଥି ସହିତ ବାଂଲାଦେଶ ସ୍ପିନ୍ ଅଲରାଉଣ୍ଡର ଶାକିବ ଅଲ ହାସନଙ୍କୁ କୋଲକାତା ନାଇଟ୍ ରାଇଡର୍ସ 3.20 କୋଟିରେ କିଣିଛନ୍ତି । ଗତ ବର୍ଷ ଶାକିବ ଏହି ଲିଗର ଅଂଶ ହୋଇନଥିଲେ। ଶାକିବଙ୍କ ବେସ୍ ପ୍ରାଇସ୍ ଥିଲା ଦୁଇ କୋଟି ଟଙ୍କା । ଶାକିବଙ୍କ ପୂର୍ବରୁ ଅଷ୍ଟ୍ରେଲୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 14.25 କୋଟିରେ କିଣିଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାକ୍ସୱେଲ କିଣିବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ନିର୍ଦ୍ଧିରିତ ଟଙ୍କା ଅଭାବରୁ ସେ ଏହି ଖେଳାଳି କିଣି ପାରିନଥିଲେ । ଏହାପୂର୍ବରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ 2.20 କୋଟିରେ କିଣିଥିଲା । ସ୍ମିଥ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଦଳର ଅଂଶ ଥିଲେ।












Click it and Unblock the Notifications