ଆଇପିଏଲ: ପଏଣ୍ଟ ଟେବୁଲ ତଳେ ସବୁ ଚାମ୍ପିୟନ ଟିମ୍

ଆଇପିଏଲରେ ଏପ୍ରିଲ ୯ ଯାଏଁ ମୋଟ୍ ୨୩ ମ୍ୟାଚ ଖେଳା ହୋଇଛି । ଏହି ୨୩ ନମ୍ୱର ମ୍ୟାଚରେ ଗୁଜରାଟ ୫୮ ରନରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ବିଜୟୀ ହେବା ପରେ ଗୁଜରାଟ ୫ ମ୍ୟାଚରେ ୪ ବିଜୟ ଓ ୧ ପରାଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଯଦି ପଏଣ୍ଟ ଟେବୁଲ ଉପରେ ନଜର ପକାଇବା ତେବେ ପ୍ରଥମ ସ୍ଥାନରେ ଗୁଜରାଟ, ଦ୍ବିତୀୟରେ ଦିଲ୍ଲୀ, ତୃତୀୟରେ ବାଙ୍ଗାଲୋର, ଚତୁର୍ଥରେ ପଞ୍ଜାବ, ପଞ୍ଚମରେ ଲକ୍ଷ୍ନୌ ଟିମ ରହିଛି । ତେବେ ସବୁଠାରୁ ଗୁକୁତ୍ୱପୂର୍ଣ୍ଣ କଥା ହେଉଛି ଟପ ୫ରେ ଥିବା ଏହି ଦଳମାନଙ୍କ ମଧ୍ୟରେ କେବଳ ଗୁଜରାଟକୁ ଛାଡିଦେଲେ ଆଉ କୌଣସି ଦଳ ବିଜେତା ବନିନାହାନ୍ତି ।

ଷଷ୍ଠ ନମ୍ୱରରେ ଥିବା କୋଲକାତା ଆଇପିଏଲରେ ୩ ଥର ଚାମ୍ପିୟନ ହୋଇଛି । ସପ୍ତମ ନମ୍ୱରରେ ଥିବା ରାଜସ୍ଥାନ ଆଇପିଏଲର ପ୍ରଥମ ଚାମ୍ପିୟନ ହୋଇଥିଲା । ସେହିପରି ଅଷ୍ଟମ ଓ ନବମ ସ୍ଥାନରେ ଥିବା ମୁମ୍ୱାଇ, ଚେନ୍ନାଇ ୫-୫ଥର ଚାମ୍ପିୟନ ହୋଇଛନ୍ତି । ତେବେ ଚଳିତ ବର୍ଷ ସନରାଇଜର୍ସ ହାଇଦ୍ରାବାଦ ସବୁଠାରୁ ତଳେ ରହିଛି, ଯିଏକି ଗତ ବର୍ଷ ଚାମ୍ପିୟନ ହୋଇଥିଲା । ଆଉ ୨୦୧୬ରେ ଚାମ୍ପିୟନ ହୋଇଥିଲା ।

IPL All champion teams at the bottom of the points table

ତେବେ ଟପ ୫ରୁ ୪ ଟିମ ଏମିତି ରହିଛନ୍ତି ଯେଉଁ ଦଳ ଆଜି ଯାଏଁ ଚାମ୍ପିୟନ ହେବାର ସୌଭାଗ୍ୟ ପାଇନାହାନ୍ତି । ଦିଲ୍ଲୀ, ବାଙ୍ଗାଲୋର, ପଞ୍ଜାବ ଓ ଲଷ୍ନୌ ଦଳ ଆଜି ଯାଏଁ ଗୋଟିଏ ବି ଟ୍ରଫି ଜିତି ପାରିନାହାନ୍ତି । ତେବେ ଚଳିତ ଆଇପିଏଲରେ ଏହି ୪ ଦଳ ଭଲ ଫର୍ମରେ ରହିଛନ୍ତି । ତେବେ ଏହି ୪ ଦଳ ଭିତରୁ ଗୋଟିଏ ଦଳ ଚାମ୍ପିୟନ ହେଉ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+