IPL 2026: ନୂଆ ଜର୍ସି ଉନ୍ମୋଚିତ କଲା ରାଜସ୍ଥାନ ରୟାଲ୍ସର

ରାଜସ୍ଥାନ ରୟାଲ୍ସ ଆଗାମୀ ଆଇପିଏଲ୍‌ ଋତୁ ଲାଗି ନୂଆ ଜର୍ସି ଉନ୍ମୋଚନ କରିଛି। ୨୦୦୮ରେ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତିଥିବା ଏହି ଦଳ ଇନ୍‌‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଏହି ବିଷୟରେ ସୂଚନା ଦେଇଛି। ଜୟପୁରରେ ଆୟୋଜିତ ଏହି ଜର୍ସି ଉନ୍ମୋଚନ ଉତ୍ସବରେ ରାଜସ୍ଥାନ ରୟାଲ୍ସର ନୂଆ ଅଧିନାୟକ ରିୟାନ ପରାଗଙ୍କ ସହ ବୈଭବ ସୂର୍ଯ୍ୟବଂଶୀ ଓ ରବି ବି‌ଷ୍ଣୋଇ ଉପସ୍ଥିତ ରହି ଜର୍ସି ଦେଖାଇଥିଲେ। ଏହି ଅବସରରେ ଅଧିନାୟକ କହିଥିଲେ, 'ନୂଆ ଲୁକ୍‌, ସମାନ ହଲା ବୋଲ। ଜର୍ସି: ଆର୍‌ଆର୍‌ ଉନ୍ମୋଚିତ'।

ଗତବର୍ଷ ମିନି ନିଲାମରେ ୨୫ ବର୍ଷୀୟ ବିଷ୍ଣୋଇଙ୍କୁ ଆର୍‌ଆର୍‌ ୭.୨ କୋଟି ଟଙ୍କାରେ କିଣିଥିଲା। ଏହି ନୂଆ ଋତୁ ପୂର୍ବରୁ ଦଶ ବର୍ଷ ଧରି ଏହି ଫ୍ରାଞ୍ଚାଇଜି ସହ ଥିବା ସଞ୍ଜୁ ସାମ୍‌ସନ୍‌ଙ୍କୁ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଦେଇ ସାମ କରନ୍‌ ଓ ରବୀନ୍ଦ୍ର ଜାଡ଼େଜାକୁ ଆଣିଥିଲେ। ପୂର୍ବରୁ ‌ସେନ୍‌ ୱର୍ଣ୍ଣଙ୍କ ନେତୃତ୍ବରେ ଆଇପିଏଲ୍‌ ବିଜେତା ଆର୍‌ଆର୍‌ ଦଳର ସଦସ୍ୟ ଥିଲେ ଜାଡ଼େଜା। ସେ ଏହି ଦଳ ସହ ୨୦୦୯ ପର୍ଯ୍ୟନ୍ତ ଥିଲେ। ରାଜସ୍ଥାନ ରୟାଲ୍ସ ନିଜ ଘରୋଇ ପଡ଼ିଆ ଗୁଆହାଟୀରେ ୩୦ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ୨୬ ତାରିଖରେ ଗୁଆହାଟୀ ଯାତ୍ରା କରିବ।

Rajasthan Royals
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+