Get Updates
Get notified of breaking news, exclusive insights, and must-see stories!

IPL 2026; ନିଲାମୀ ପାଇଁ ଆସିଲା ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ୧୯ ତମ ସିଜିନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । IPL 2026 ଲାଗି ନିଲାମୀ ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ଅନୁଷ୍ଠିତ ହେବ। ଏହି ନିଲାମୀ ପାଇଁ ସାରା ବିଶ୍ୱରୁ ୧୩୯୦ ଜଣ ଖେଳାଳି ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩୫୦ ଜଣଙ୍କୁ ମିନି ନିଲାମୀ ପାଇଁ ତାଲିକାଭୁକ୍ତ କରାଯାଇଛି। ଏଥିରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଷ୍ଟିଭ୍ ସ୍ମିଥ୍ ମଧ୍ୟ ଅଛନ୍ତି । ସେ ଗତ ସିଜିନର ମେଗା ନିଲାମୀରେ ବିକ୍ରି ହୋଇନଥିଲେ ।

IPL 2026

ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ମୋଟ ୩୫୦ ଜଣ କ୍ରିକେଟର ନିଲାମୀରେ ସାମିଲ ହେବେ । ଏଥିରେ ୨୪୦ ଜଣ ଭାରତୀୟ ଏବଂ ୧୧୦ ଜଣ ବିଦେଶୀ ଖେଳାଳି ସାମିଲ । ଦକ୍ଷିଣ ଆଫ୍ରିକାର ୱିକେଟକିପର-ବ୍ୟାଟର କ୍ୱିଣ୍ଟନ୍ ଡିକକ୍ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସାମିଲ ହୋଇଛନ୍ତି। ତାଙ୍କର ମୂଳ ମୂଲ୍ୟ ୧ କୋଟି ଟଙ୍କା । ଅଷ୍ଟ୍ରେଲୀୟ ବ୍ୟାଟର ଷ୍ଟିଭ୍ ସ୍ମିଥ୍ ମଧ୍ୟ ଏହି ତାଲିକାରେ ସାମିଲ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା । ସ୍ମିଥ୍ ଶେଷ ଥର ପାଇଁ ୨୦୨୧ ମସିହାରେ IPL ଖେଳିଥିଲେ।

ଆଇପିଏଲ ପ୍ରେସ୍ ରିଲିଜ୍ ଅନୁଯାୟୀ, ମିନି ଅକ୍ସନ ଲାଗି ମୋଟ ୧,୩୯୦ ଜଣ ଖେଳାଳି ପଞ୍ଜିକୃତ ହୋଇଥିଲେ । ପରେ ୧,୦୦୫ କୁ ହ୍ରାସ କରାଯାଇଥିଲା। ଏହି ଖେଳାଳିମାନଙ୍କ ମଧ୍ୟରୁ, ୩୫୦ ଜଣ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ୧୦ଟି ଆଇପିଏଲ ଫ୍ରାଞ୍ଚାଇଜ୍ ନିଲାମୀରେ ଏହି ୩୫୦ ଜଣ ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ୭୭ ଜଣ ଖେଳାଳିଙ୍କୁ କିଣିପାରିବେ ।

IPL 2026 ପାଇଁ ନିଲାମର ପ୍ରଥମ ସେଟ୍ରେ ଭାରତର ପୃଥ୍ୱୀ ଶ ଏବଂ ସରଫରାଜ ଖାନ ସାମିଲ ଅଛନ୍ତି। ଉଭୟଙ୍କର ବେସ୍ ପ୍ରାଇସ୍ ୭୫ ଲକ୍ଷ ଟଙ୍କା ରହିଛି । ପୃଥ୍ୱୀ ଶ ୨୦୧୮ ରୁ ୨୦୨୪ ପର୍ଯ୍ୟନ୍ତ IPL ଖେଳିଥିଲେ । କିନ୍ତୁ ଗତ ନିଲାମୀରେ ତାଙ୍କୁ ସୁଯୋଗ ମିଳିନଥିଲା । ଅନ୍ୟପକ୍ଷରେ, ସରଫରାଜ ୨୦୨୧ ପରଠାରୁ ଟୁର୍ଣ୍ଣାମେଣ୍ଟରେ ଖେଳି ନାହାନ୍ତି। ଆଇପିଏଲ ଦ୍ୱାରା ସେୟାର କରାଯାଇଥିବା ତାଲିକାରେ ଦୁଇ ଜଣ ଅଷ୍ଟ୍ରେଲୀୟ ଖେଳାଳି କାମେରନ ଗ୍ରୀନ ଏବଂ ଜାକ୍ ଫ୍ରେଜର-ମ୍ୟାକଗର୍କଙ୍କ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଓପନର ଡେଭନ କନୱେ ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ମଧ୍ୟ ଅଛନ୍ତି । ପ୍ରତ୍ୟେକଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା।

କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଦ୍ୱାରା ରିଲିଜ୍ ହୋଇଥିବା ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି । ସୟଦ ମୁସ୍ତାକ ଅଲି ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିବା କୁନାଲ ଚାଣ୍ଡେଲା ଏବଂ ଅଶୋକ କୁମାର ମଧ୍ୟ ଚୂଡ଼ାନ୍ତ ନିଲାମୀ ତାଲିକାରେ ସାମିଲ ହୋଇଛନ୍ତି। ତିନିଥର ଚାମ୍ପିଅନ୍ KKR ସର୍ବାଧିକ ୬୪.୩ ଟଙ୍କା ସହିତ ନିଲାମୀରେ ପ୍ରବେଶ କରିବ। ପାଞ୍ଚଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ୪୩.୪ କୋଟି ଟଙ୍କା ସହ ଦ୍ବିତୀୟ ସ୍ଥାନରେ ରହିଛି ।

ଚୂଡ଼ାନ୍ତ ନିଲାମୀ ତାଲିକାରେ ଇଂଲଣ୍ଡର ୨୧ ଜଣ ଖେଳାଳି ଅଛନ୍ତି। ଏଥିରେ ୱିକେଟକିପର-ବ୍ୟାଟର ଜେମି ସ୍ମିଥ୍, ଦ୍ରୁତ ବୋଲର ଗସ୍ ଆଟକିନସନ୍ ଏବଂ ଲିଆମ୍ ଲିଭିଂଷ୍ଟୋନ୍ ଏବଂ ଟେଷ୍ଟ ଓପନର୍ ବେନ୍ ଡକେଟ ସାମିଲ ଅଛନ୍ତି। କ୍ୟାମେରନ୍ ଗ୍ରୀନ୍ ନିଲାମୀରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି । ତାଲିକାରେ ମୋଟ ୧୯ ଜଣ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ସାମିଲ କରାଯାଇଛି। ଗ୍ରୀନଙ୍କ ବ୍ୟତୀତ, ଜୋଶ୍ ଇଙ୍ଗଲିସ୍, ମାଥ୍ୟୁ ସର୍ଟ, କୁପର୍ କନୋଲି ଏବଂ ବିଉ ୱେବଷ୍ଟରଙ୍କ ଉପରେ ମଧ୍ୟ ନଜର ରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+