Get Updates
Get notified of breaking news, exclusive insights, and must-see stories!

କ୍ୱାଲିଫାୟର ମ୍ୟାଚରେ କିଏ କାହାକୁ ଭେଟିବ ? ଫାଇନାଲ ରାସ୍ତା ଜାଣନ୍ତୁ

ଆଇପିଏଲ ୨୦୨୫ର ଲିଗ୍ ପର୍ଯ୍ୟାୟ ଏବେ ଶେଷ ।୭୦ତମ ମ୍ୟାଚ୍ ମେ ୨୭ରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆରସିବି କେବଳ ଏଲଏସଜିକୁ ପରାସ୍ତ କରି ପ୍ଲେଅଫ୍ ରେ ନିଜର ସ୍ଥାନ ନିଶ୍ଚିତ କରିନଥିଲା, ବରଂ ଗୁଜରାଟ ଟାଇଟାନ୍ସର ଭାଗ୍ୟ ମଧ୍ୟ ସ୍ଥିର କରିଥିଲା।

ଏହି ହାଇ-ସ୍କୋରିଂ ମ୍ୟାଚ୍ ରେ, ବାଙ୍ଗାଲୋର ଲକ୍ଷ୍ନୌ ବିପକ୍ଷରେ ୨୨୮ ରନର ଟାର୍ଗେଟକୁ ପିଛା କରି ୬ ୱିକେଟରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷ ୨ ରେ ନିଜର ସ୍ଥାନ ନିଶ୍ଚିତ କରିଛି । ଏହି ବିଜୟ ସହିତ, ପ୍ଲେଅଫ୍ ର ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି। ଏହି ମ୍ୟାଚ ପରେ ପଞ୍ଜାବ କିଙ୍ଗ୍ସ- ଲିଗ୍ ପର୍ଯ୍ୟାୟରେ ଶୀର୍ଷ ସ୍ଥାନରେ ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ୱିତୀୟ ସ୍ଥାନରେ ରହିଛି । ଗୁଜୁରାଟ ଟାଇଟାନ୍ସ ତୃତୀୟ ସ୍ଥାନ ଓ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ସ୍ଥାନରେ ଅଛନ୍ତି ।

ipl 2025 Who will face whom in the qualifiers

ସେହିପରି ପ୍ଲେଅଫ୍ କାର୍ଯ୍ୟସୂଚୀ ଉପରେ ନଜର ପକାଇଲେ କ୍ୱାଲିଫାୟର୍-୧ ମ୍ୟାଚ, ମହାରାଜା ଯାଦବୀନ୍ଦ୍ର ସିଂହ ଆନ୍ତର୍ଜାତୀୟ ଷ୍ଟାଡିୟମ, ମୁଲାନପୁର, ଚଣ୍ଡିଗଡ଼ରେ ମେ ୨୯ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ । ଏହି ମ୍ୟାଚ୍ ଜିତିଥିବା ଦଳ ସିଧାସଳଖ ଆଇପିଏଲର ଫାଇନାଲରେ ପହଞ୍ଚିବ ।

ସେହିପରି ଏଲିମିନେଟର୍ ମ୍ୟାଚ ମେ ୩୦ରେ ଗୁଜୁରାଟ ଟାଇଟାନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ । ଏଥିରେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବ, ଯେତେବେଳେ ବିଜେତା ଦଳ କ୍ୱାଲିଫାୟର୍-୨ ରେ ଖେଳିବ। କ୍ୱାଲିଫାୟର-୨ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜୁନ ୧ରେ ଖେଳାଯିବ । ଏଥିରେ କ୍ୱାଲିଫାୟର-୧ ର ପରାଜିତ ଦଳ ବନାମ ଏଲିମିନେଟରର ବିଜେତା ଦଳ ମଧ୍ୟରେ ମ୍ୟାଚ ହେବ । ଫାଇନାଲ୍ ମ୍ୟାଚ ଜୁନ ୩ରେ ଖେଳାଯିବ । ଏଥିରେ କ୍ୱାଲିଫାୟର-୧ ଏବଂ କ୍ୱାଲିଫାୟର-୨ ର ବିଜେତା ଦଳ ମଧ୍ୟରେ ମ୍ୟାଚ ଖେଳାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+