IPL 2025: କିଏ ସବୁଠାରୁ ଦାମୀ ଅନକ୍ୟାପଡ ଖେଳାଳି ?

ଆଇପିଏଲ ମେଗା ଅକ୍ସନରେ ଅନକ୍ୟାପଡ ଖେଳାଳିଙ୍କ ଚାହିଦା ବେଶ ଅଧିକ ରହିଛି । ସମସ୍ତ ଅନକ୍ୟାପଡ ବ୍ୟାଟରଙ୍କୁ ପଛରେ ପକାଇ ନମନ ଧୀର ସବୁଠାରୀ ଦାମୀ ଖେଳାଳି ବନିଛନ୍ତି। ସେହିପରି ବୋଲରଙ୍କ ମଧ୍ୟରେ ରଶିଖ ସଲାମ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

ନମନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଆରଟିଏମ ଦ୍ୱାରା ନିଜ ସହ ସାମିଲ କରିଛି। ୨୦୨୪ରେ ମଧ୍ୟ ସେ ମୁମ୍ବାଇ ପାଇଁ ଖେଳିଥିଲେ। ଏଥର ମୁମ୍ବାଇ ତାଙ୍କୁ ୫.୨୫ କୋଟି ଟଙ୍କାରେ କିଣିଛି। ସେହିପରି ସଲାମଙ୍କୁ ଆରସିବି ୬ କୋଟି ଟଙ୍କାରେ କିଣିଛି।

ନମନଙ୍କୁ ନେବା ପାଇଁ ପ୍ରଥମେ ଆରସିବି ଓ ମୁମ୍ବାଇ ମଧ୍ୟରେ ଟକ୍କର ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ପଞ୍ଜାବ ଓ ରାଜସ୍ଥାନ ବିଡ ୱାରରେ ସାମିଲ ହୋଇଥିଲେ। ରାଜସ୍ଥାନ ୩.୪୦ କୋଟିରେ ବିଡ ବନ୍ଦ କରିଥିଲେ। ଏହାପରେ ମୁମ୍ବାଇ ଆରଟିଏମ ବ୍ୟବହାର କରିବାରୁ ରାଜସ୍ଥାନ ନମନଙ୍କ ଦାମ ୫.୨୫ କୋଟିକୁ ବୃଦ୍ଧି କରିଥିଲା। ତଥାପି ମୁମ୍ବାଇ ତାଙ୍କୁ ନିଜ ସହ ରଖିଥିଲା।

IPL 2025

ସେହିପରି ପଞ୍ଜାବ କିଙ୍ଗସ ପାଇଁ ୨୦୨୪ରେ କମାଲ କରିଥିବା ଆଶୁତୋଷ ଶର୍ମାଙ୍କୁ ଏଥର ଦିଲ୍ଲୀ କ୍ୟାପିଟାଲ୍ସ ୩.୮୦ କୋଟିରେ କିଣିଛି। ବାମହାତୀ ବ୍ୟାଟର ମହିପାଲ ଲୋମରୋର ୨୦୨୪ରେ ଆରସିବି ପାଇଁ ନଜର ଆସିଥିଲେ। ତାଙ୍କୁ ଏଥର ଗୁଜରାଟ ଟାଇଟନ୍ସ ୧.୭୦ କୋଟି ଟଙ୍କାରେ କିଣିଛି।

ଏକଦା ଭାରତ ପାଇଁ ଦିନିକିଆ ଓ ଟି-୨୦ ଖେଳିଥିବା ଅଲରାଉଣ୍ଡ ବିଜୟ ଶଙ୍କର ୧.୨୦ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ ପାଖକୁ ଯାଇଛନ୍ତି। ବାମହାତୀ ସ୍ପିନର ହରପ୍ରୀତ ବ୍ରାର ପୁଣିଥରେ ପଞ୍ଜାବକୁ ଯାଇଛନ୍ତି। ତାଙ୍କୁ ପଞ୍ଜାବ ୧.୫୦ ଟଙ୍କାରେ ନିଜ ସହ ସାମିଲ କରିଛନ୍ତି।

ସନରାଇଜର୍ସ ହାଇଦ୍ରାବାଦର ବିସ୍ଫୋରକ ବ୍ୟାଟର ଅବଦୁଲ ସମଦଙ୍କୁ ନେବା ପାଇଁ ମଧ୍ୟ ଆରସିବି, ଲକ୍ଷ୍ନୌ ଓ ପଞ୍ଜାବ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଶେଷରେ ଲକ୍ଷ୍ନୌ ତାଙ୍କୁ ୪.୨୦ କୋଟି ଟଙ୍କାରେ କିଣିଛି।

୨୦୨୨ରେ ଚେନ୍ନାଇ ଅଧିକ ଦାମ ଦେଇ କିଣିଥିବା ସମୀର ରିଜଭୀଙ୍କ ଦାମ ଏଥର ହ୍ରାସ ପାଇଛି। ତାଙ୍କୁ ଦିଲ୍ଲୀ ମାତ୍ର ୯୫ ଲକ୍ଷ ଟଙ୍କାରେ କିଣିଛି। ନିଶାନ୍ତ ସାନ୍ଧୁ ୩୦ ଲକ୍ଷ ଟଙ୍କାରେ ଗୁଜରାଟ ପାଖକୁ ଯାଇଛନ୍ତି। ଗୁଜରାଟ ଟାଇଟନ୍ସ ସହ ୨୦୨୪ରେ ରହିଥିବା ଅଭିନବ ମନୋହର ଏଥର ୩.୨୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଛି।

ଯୁବ ବ୍ୟାଟର ୟଶ ଧୂଳଙ୍କୁ କେହି କିଣି ନଥିବା ବେଳେ କରୁଣ ନାଏର ୫୦ ଲକ୍ଷ ଟଙ୍କାରେ ଦିଲ୍ଲୀ ପାଖକୁ ଯାଇଛନ୍ତି। ଅଙ୍ଗକ୍ରିଶ ରଘୁବଂଶୀଙ୍କୁ କେକେଆର ୩ କୋଟି ଟଙ୍କା ଦେଇ ପୁଣି ନିଜ ପାଖରେ ରଖିଛି।

ନେହାଲ ୱାଦ୍ଧେରାଙ୍କୁ ପଞ୍ଜାବ ୪.୨୦ କୋଟି ଟଙ୍କାରେ କିଣିଛି। ୨୦୨୪ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ସହ ଦମଦାର ବ୍ୟାଟିଂ କରିଥିଲେ। ଅନମୋଲ ପ୍ରୀତଙ୍କୁ କେହି କିଣି ନଥିବା ବେଳେ ଅଥର୍ବ ଟାଇଡେ ୩୦ ଲକ୍ଷ ଟଙ୍କାରେ ହାଇଦ୍ରାବାଦ ପାଖକୁ ଯାଇଛନ୍ତି।

ଅନ୍ୟପକ୍ଷରେ ଅନକ୍ୟାପଡ ୱିକେଟ କିପରଙ୍କ ମଧ୍ୟରେ ବିଷ୍ଣୁ ବିନୋଦ ସର୍ବାଧିକ ୯୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ପଞ୍ଜାବ କିଣିଛି। ଆର୍ଯ୍ୟନ ଜୁଏଲ ୩୦ ଲକ୍ଷ ଟଙ୍କାରେ ଲକ୍ଷ୍ନୌ, ଅନୁଜ ରାୱତ ୩୦ ଲକ୍ଷ ଟଙ୍କାରେ ଗୁଜରାଟ, ରବିନ ମିଞ୍ଜଙ୍କୁ ୬୫ ଲକ୍ଷରେ ମୁମ୍ବାଇ, ଓ କୁମାର କୁଶଗ୍ରାଙ୍କୁ ଗୁଜରାଟ ୬୫ ଲକ୍ଷ ଟଙ୍କାରେ କିଣିଛି।

ଅନକ୍ୟାପଡ ଦ୍ରୁତ ବୋଲରଙ୍କ ମଧ୍ୟରେ ୨୦୨୪ରେ ଦିଲ୍ଲୀ ପାଇଁ ଖେଳିଥିବା ଜମ୍ମୁ-କଶ୍ମୀର ରଶିଖ ସଲାମ ସର୍ବାଧିକ ୬ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ଆରସିବି ନିଜ ସହ ସାମିଲ କରିଛି। ତାଙ୍କ ଦାମ ୨ କୋଟି ଟଙ୍କା ଥିବା ବେଳେ ଦିଲ୍ଲୀ ଆରଟିଏମ ବ୍ୟବହାର କରିଥିଲେ। ହେଲେ ଆରସିବି ୬ କୋଟିରେ ତାଙ୍କୁ ନିଜ ସହ ସାମିଲ କରିଛି।

ମୁମ୍ବାଇ ପାଇଁ ଦମଦାର ପ୍ରଦର୍ଶନ କରିଥିବା ଆକାଶ ମାଧୱଲ ମାତ୍ର ୧.୨୦ କୋଟି ଟଙ୍କାରେ ରାଜସ୍ଥାନ ପାଖକୁ ଯାଇଛନ୍ତି। ୨୦୨୩ ଓ ୨୦୨୪ରେ ଗୁଜରାଟ ପାଇଁ ସର୍ବାଧିକ ୱିକେଟ ନେଇଥିବା ମୋହିତ ଶର୍ମାଙ୍କୁ ୨.୨୦ କୋଟି ଟଙ୍କା ଦେଇ ଦିଲ୍ଲୀ ନିଜ ସହ ସାମିଲ କରିଛି। ଆରସିବି ପାଇଁ ୨୦୨୪ରେ ନଜର ଆସିଥିବା ବିଜୟ ବୈଶାଖ ୧.୮୦ କୋଟି ଟଙ୍କାରେ ପଞ୍ଜାବ ପାଖକୁ ଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+