IPL 2025: ବିରାଟ ପୁଣି ଆରସିବିର ଅଧିନାୟକ !
ଆଗକୁ ଆସୁଛି ଆଇପିଏଲ ୨୦୨୫ । ଯାହାକୁ ନେଇ ଏବେଠୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ତେବେ ବର୍ତ୍ତମାନ ବିରାଟ ପୁଣି ଅଧିନାୟକ ହେବା ଖବର ବେଶ୍ ଆଲୋଚନା ସୃଷ୍ଟି କରିଛି । ତାଙ୍କ ନାଁରେ ଅନେକ ରେକର୍ଡ ରହିଛି । ପଲ୍ଲୀଠୁ ଦିଲ୍ଲୀ ସବୁଠି ତାଙ୍କ ପ୍ରସଂଶକ ରହିଛନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କୁ ନେଇ ଆସିଛି ଏକ ବଡ଼ ଖବର ।
୨୦୨୫ରେ ଆରସିବିର ଅଧିନାୟକ ଭାବେ ରିଟର୍ଣ୍ଣ କରିବାକୁ ଯାଉଛନ୍ତି ବିରାଟ କୋହଲି । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଛି । ବିରାଟ କୋହଲି । ଭାରତୀୟ କ୍ରିକେଟ ଟିମର ଜଣେ ସଫଳ କ୍ରିକେଟର ।
କୋହଲିଙ୍କୁ ୨୦୧୩ ମସିହାରେ ଆରସିବିର ନେତୃତ୍ବ ମିଳିଥିଲା । ସେବେଠାରୁ ୯ଟି ସଂସ୍କରଣରେ RCBର ସେ ଅଧିନାୟକ ରହିଥିଲେ । କିନ୍ତୁ ୨୦୨୧ ସିଜିନ ପରେ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।

ଗତ ୩ଟି ସଂସ୍କରଣ ହେବ ବିରାଟଙ୍କ ସ୍ଥାନରେ ଫାପ୍ ଡୁପ୍ଲେସି RCBର ଅଧିନାୟକ ଦାୟିତ୍ବ ତୁଲାଇଥିଲେ । କୋହଲିଙ୍କ ନେତୃତ୍ବରେ RCB ଥରେ ମାତ୍ର IPLର ଫାଇନାଲକୁ ପହଞ୍ଚିଛି ।
କୋହଲି ଏନେଇ ସିଧାସଳଖ ମୁହଁ ଖୋଲିନାହାନ୍ତି, କିନ୍ତୁ ୨୦୨୫ରେ ଆରସିବିର ଅଧିନାୟକ ଭାବେ ରିଟର୍ଣ୍ଣ କରିବାକୁ ଯାଉଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।












Click it and Unblock the Notifications