IPL 2025: PBKS-KKR ମ୍ୟାଚରେ ବର୍ଷା ସାଜିଲା ଭିଲିଆନ, ଭାଗ ହେଲା ପଏଣ୍ଟ

ବର୍ଷା ସାଜିଲା ବାଧକ । ସ୍ଥଗିତ ରହିଲା ଆଇପିଏଲର 44 ତମ ମୁକାବିଲା । କୋଲକାତାର ଇଡେନ ଗାଡେନ୍ସରେ ପ୍ରବଳ ବର୍ଷା ଯୋଗୁଁ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହୋଇପାରିଲା ନାହିଁ । ଫଳରେ ଅଧାରୁ ମ୍ୟାଚ ଅଟକିବାରୁ ଦୁଇ ଦଳ ମଧ୍ୟରେ ପଏଣ୍ଟ ଭାଗ କରାଯାଇଛି । 11 ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥରେ ପଞ୍ଜାବ ଓ 7 ପଏଣ୍ଟ ସହ ସପ୍ତମ ସ୍ଥାନରେ କେକେଆର ରହିଛି ।

କୋଲକାତାର ଇଡେନ ଗାଡେନ୍ସରେ ଆଜି କୋଲକତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ରୋମାଞ୍ଚକର ମୁକାବିଲା ଦେଖିବାକୁ ଦର୍ଶକ ଅନାଇ ବସିଥିଲେ । ମ୍ୟାଚ ଆରମ୍ଭ ହେବା ସତ କିନ୍ତୁ ବର୍ଷା ଯୋଗୁଁ ଫଳାଫଳ ଆସିପାରିଲା ନାହିଁ । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା କେକେଆର । 20 ଓଭରରେ ଦଳ 4 ଓ୍ବିକେଟ ହରାଇ 201 ରନ କରିଥିଲା । 202 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ । ମାତ୍ର 1 ଓଭର ବ୍ୟାଟିଂ ସରିଥିବା ବେଳେ ଦଳୀୟ ସ୍କୋର 7 ରନ ହୋଇଥିଲା, ଏହାପରେ ବର୍ଷା ଆରମ୍ଭ ହୋଇଥିଲା । କିଛି ସମୟ ମ୍ୟାଚ ବନ୍ଦ ରହିଥିଲା । ବର୍ଷା ନଛାଡିବାରୁ ଶେଷରେ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

PBKS-KKR match

ପଞ୍ଜାବ ପକ୍ଷରୁ ଆଜି ପ୍ରଭାସିମରନ ଓ ପ୍ରିୟାନଂଶ ଆରିୟ ଦମଦାର ବ୍ୟାଟିଂ କରିଥିଲେ । ଉଭୟ ଓପନିଂ ଜୋଡି ଭାବେ ପଡିଆକୁ ଓହ୍ଲାଇ ଆରମ୍ଭରୁ କେଲକାତା ବୋଲରଙ୍କୁ ଧୋଇଥିଲେ । ଦଳୀୟ ସ୍କୋର 120 ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । 4 ଛକା, 8 ଚୌକା ବଳରେ 35 ବଲେର 69 ରନ କରିଥିଲେ ପ୍ରିୟାନଂଶ । ପରେ ପ୍ରଭାସିମରନ 49 ବଲରେ 83 ରନ କରି ପାଭିଲିୟମକୁ ଫେରିଥିଲେ । ଏଥିରେ 6 ଚୌକା ଓ 6ଟି ଛକା ସାମିଲ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଆୟର ଅପରାଜିତ 25 ରନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+