ଆଇପିଏଲ୍‌ରେ କଡା ଟକ୍କର; ଦିଲ୍ଲୀଠାରୁ ପ୍ରତିଶୋଧ ଲକ୍ଷ୍ୟରେ ଆଜି ଓହ୍ଲାଇବ ଲକ୍ଷ୍ନୌ

ଆଇପିଏଲ୍‌ରେ ଚାଲିଛି କଡା ଟକ୍କର । ପ୍ରଥମ ରାଉଣ୍ଡରେ ଖେଳିଥିବା ଦୁଇ ଦଳଙ୍କ ମଧ୍ୟରେ ୨ୟ ରାଉଣ୍ଡ ମୁକାବିଲା ଚାଲିଛି।

ମଙ୍ଗଳବାର ଘରୋଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା ହେବ। ମାର୍ଚ୍ଚ ୨୪ରେ ଉଭୟ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ମିଚେଲ ମାର୍ଶ ଓ ନିକୋଲାସ୍ ପୂରନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ୨୦୯ ରନ୍‌ କରିବା ସତ୍ତ୍ବେ ଜିତି ପାରିନଥିଲା।

ଆଶୁତୋଷ ଶର୍ମା ମାତ୍ର ୩୧ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ଅପରାଜିତ ୬୬ ରନ୍‌କରି ଦିଲ୍ଲୀକୁ ୧ ୱିକେଟ୍‌ରେ ବିଜୟୀ କରିଥିଲେ। ଏହି ପରାଜୟ ଲକ୍ଷ୍ନୌ ପାଇଁ ଶକ୍ତ ଧକ୍କା ଥିଲା। ମଙ୍ଗଳବାର ଘରୋଇ ପଡ଼ିଆରେ ଦିଲ୍ଲୀକୁ ହରାଇ ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ ଖେଳିବ।
ଗତ ମ୍ୟାଚ୍‌ରେ ଉଭୟ ଦଳଙ୍କୁ ବିପରୀତ ଫଳାଫଳ ମିଳିଥିଲା। ଦିଲ୍ଲୀ କ୍ୟାପିଟାଲ୍‌ସ ୨୦୩ ରନ୍‌ କରିବା ସତ୍ତ୍ବେ ଗୁଜରାଟ ଟାଇଟାନ୍‌ସର ଜୋସ୍‌ ବଟ୍‌ଲରଙ୍କ ଅପରାଜିତ ୯୭ ରନ୍‌ ଯୋଗୁଁ ପରାସ୍ତ ହୋଇଥିଲା। ଶେଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସକୁ କଡ଼ା ମୁକାବିଲାରେ ଲକ୍ଷ୍ନୌ ପରାସ୍ତ କରିଛି। ରାଜସ୍ଥାନ ଭଲ ସ୍ଥିତିରେ ଥିବା ବେଳେ ଆଭେସ୍‌ ଖାଁଙ୍କ ବୋଲିଂ ସଫଳତା ବଳରେ ଲକ୍ଷ୍ନୌ ଜିତିଥିଲା। ଦିଲ୍ଲୀ ୭ଟି ମ୍ୟାଚ୍‌ରୁ ୫ଟି ଜିତି ଭଲ ସ୍ଥିତିରେ ରହିଛି। ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୮ମ ମ୍ୟାଚ୍‌ରେ ୫ମ ବିଜୟ ହାସଲ କରିଛି।

Lucknow to take revenge on Delhi today

ତେଣୁ ଉଭୟ ଦଳଙ୍କର ପ୍ଲେଅଫ୍ ଖେଳିବା ଆଶା ବଜାୟ ଥିବା ବେଳେ କ୍ୟାପିଟାଲ୍‌ସ ଓ ସୁପର ଜାଏଣ୍ଟ୍‌ସ ସ୍ଥାନ ମଜ୍‌ଭୁତ କରିବାକୁ ପ୍ରୟାସ କରିବେ। କାଗଜରେ ଲକ୍ଷ୍ନୌ ବେଶ୍‌ ମଜ୍‌ଭୁତ ଲାଗୁଛି। ଚଳିତ ଆଇପିଏଲ୍‌ରେ ଅଧିକ ରନ୍‌ ସଂଗ୍ରହକାରୀ ତାଲିକାରେ ଲକ୍ଷ୍ନୌର ୩ ଜଣ ଅଛନ୍ତି ଏବଂ ତିନି ଜଣଯାକ ବିଦେଶୀ। ନିକୋଲାସ ପୂରନ୍‌ ୨୦୦ରୁ ଅଧିକ ଷ୍ଟ୍ରାଇକ୍‌ରେଟ୍‌ରେ ୪ଟି ଅର୍ଦ୍ଧଶତକ ସହ ୩୬୮ ରନ୍‌ କରିଛନ୍ତି। ମିଚେଲ ମାର୍ଶ ୪ଟି ଅର୍ଦ୍ଧଶତକ ସହ ୨୯୯ ଓ ଐଡେନ ମାର୍କରାମ ୩ଟି ଅର୍ଦ୍ଧଶତକ ସହ ୨୭୪ ରନ୍‌ କରିଛନ୍ତି। ଗତ ମ୍ୟାଚ୍‌ରେ ଆୟୁଷ ବଦୋନି ଲଢ଼ୁଆ ଅର୍ଦ୍ଧଶତକ ମାରିଥିଲେ। ଅବ୍‌ଦୁଲ ସମାଦ୍‌ ଫିନିସର ଭାବେ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ଆଇପିଏଲ୍‌ ଇତିହାସରେ ସବୁଠାରୁ ଦାମୀ ଖେଳାଳି ଅଧିନାୟକ ଋଷଭ ପନ୍ତ୍ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ମୋଟ ୧୦୬ ରନ୍‌ କରିଛନ୍ତି। ତାଙ୍କ ପୂର୍ବ ଦଳ କ୍ୟାପିଟାଲ୍‌ସ ବିପକ୍ଷରେ ଋଷଭ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ଆଭେସ୍ ଖାଁ ଆସିବା ପରଠାରୁ ଲକ୍ଷ୍ନୌର ବୋଲିଂ ମଜ୍‌ଭୁତ ହୋଇଛି। ଅଭିଜ୍ଞ ସାର୍ଦୁଳ ଠାକୁର ୧୨ଟି ଏବଂ ଆଭେସ୍ ଓ ରବି ବିଷ୍ଣୋଇ ୮ଟି ଲେଖାଏଁ ୱିକେଟ୍‌ ପାଇଛନ୍ତି।

ଲକ୍ଷ୍ନୌ ବୋଲରଙ୍କ ମଧ୍ୟରୁ ଦିଗ୍‌ବେଶ ରାଠି ସବୁଠାରୁ କମ୍ ରନ୍‌ ଦେଇଛନ୍ତି। ଲକ୍ଷ୍ନୌ ଓ ଦିଲ୍ଲୀ ମଧ୍ୟରେ ଗତ ୪ଟି ମ୍ୟାଚ୍‌ରୁ ଦିଲ୍ଲୀ ୩ଟି ଜିତିଛି। ଦଳଗତ ଭାବେ ଭଲ ପ୍ରଦର୍ଶନ କରିଥିବାରୁ ଦିଲ୍ଲୀ ୫ଟି ମ୍ୟାଚ୍‌ ଜିତିପାରିଛି। ଗତବର୍ଷ ଲକ୍ଷ୍ନୌ ପାଇଁ ଖେଳିଥିବା କେ.ଏଲ୍‌. ରାହୁଲ ଦିଲ୍ଲୀ ପାଇଁ ସର୍ବାଧିକ ୨୬୬ ରନ୍‌ କରିଛନ୍ତି। ଯୁବ ଓପ୍‌ନର ଅଭିଷେକ ପୋରେଲ, ଟ୍ରିଷ୍ଟାନ୍ ଷ୍ଟବ୍‌ସ, ଆଶୁତୋଶ ଶର୍ମା ଓ ଅଧିନାୟକ ଅକ୍ଷର ପଟେଲ ଭଲ ବ୍ୟାଟିଂ କରିଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍‌ସ ବୋଲିଂର ହିରୋ ହେଉଛନ୍ତି ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ। ସେ ୧୨ଟି ୱିକେଟ୍‌ ନେଇଥିବା ବେଳେ ଫାଷ୍ଟବୋଲର ମିଚେଲ ଷ୍ଟାର୍କ ୧୦ଟି ୱିକେଟ ପାଇଛନ୍ତି। ଲେଗ୍‌ସ୍ପିନର ବିପରାଜ ଶର୍ମା ଓ ମୁକେଶ କୁମାର ମଧ୍ୟ ଭଲ ବୋଲିଂ କରୁଛନ୍ତି। ତେଣୁ ମଙ୍ଗଳବାର ଫର୍ମରେ ଥିବା ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+