ଆଜି କ୍ବାଲିଫାୟର୍‌-୧: ପଞ୍ଜାବ କିଙ୍ଗ୍ସ-ରୟାଲ ଚାଲେଞ୍ଜର୍ସ ବନାମ ଆର୍‌ସିବି

ଆଇପିଏଲ୍‌ ପ୍ଲେ ଅଫ୍‌ର ପ୍ରଥମ ଲଢ଼େଇ ଅର୍ଥାତ୍ ପ୍ରଥମ କ୍ବାଲିଫାୟର୍‌ରେ ପଞ୍ଜାବ କିଙ୍ଗ୍ସ-ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁ (ଆର୍‌ସିବି)ରୁ ମୁହାଁମୁହିଁ ହେବେ। ଉଭୟ ଦଳ ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବାରୁ ନିଜ ଜୟଯାତ୍ରାକୁ ଜାରି ରଖି ଫାଇନାଲ୍‌ ଟିକଟ ଏହି ମ୍ୟାଚ୍‌ରେ ହିଁ ହାସଲ କରିନେବା ଲକ୍ଷ୍ୟରେ ରହିବେ।

ପଏଣ୍ଟ୍ ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଥିବାରୁ ଦୁଇଟି ଯାକ ଦଳ ଅବଶ୍ୟ ଫାଇନାଲ୍‌କୁ ଯିବା ଲାଗି କ୍ବାଲିଫାୟର୍-୨ ଖେଳିବାର ସୁଯୋଗ ପାଇବେ। କ୍ବାଲିଫାୟର୍-୨ରେ କ୍ବାଲିଫାୟର-୧ର ପରାଜିତ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଶୁକ୍ରବାର ଖେଳାଯିବାକୁ ଥିବା ଏଲିମିନେଟର୍‌ ମ୍ୟାଚ୍‌ର ବିଜେତାକୁ ଭେଟିବ। କ୍ବାଲିଫାୟର-୧ର ବିଜେତା କିନ୍ତୁ ଆତ୍ମବିଶ୍ବାସର ସହ ଫାଇନାଲ୍ ଖେଳିବାର ମନସ୍ତାତ୍ବିକ ଫାଇଦାରେ ରହିବ।

ipl 2025 Today s Qualifier-1

ଶ୍ରେୟସ୍ ଆୟରଙ୍କ ବଳିଷ୍ଠ ନେତୃତ୍ବରେ ପଞ୍ଜାବ କିଙ୍ଗ୍ସ ୧୧ବର୍ଷ ପରେ ପ୍ଲେ ଅଫ୍‌କୁ ଯାଇଛି। ଅନ୍ୟପକ୍ଷରେ ୨୦୨୪ ସହ ମୋଟ ୯ଥର ପ୍ଲେ ଅଫ୍‌କୁ ଯାଇଥିଲେ ମଧ୍ୟ ଆର୍‌ସିବି କେବେ ବି ବିଜେତା ହେବାର ଗୌରବ ହାସଲ କରିନି। ଏଣୁ ଉଭୟ ଦଳ ପାଇଁ ଆସନ୍ତା କାଲିର ମ୍ୟାଚ୍ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି। ପୁଣି ଚଳିତ ଋତୁରେ ପରସ୍ପର ବିପକ୍ଷରେ ଖେଳିଥିବା ଦୁଇଟି ଲିଗ୍‌ ମ୍ୟାଚ୍‌ରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ କେହି କାହାରିକୁ ସହଜରେ ବାଟ ଛାଡ଼ିଲା ଭଳି ମନେ ହେଉନି। ଗତ ପାଞ୍ଚଟି ମ୍ୟାଚ୍‌ରୁ ଆର୍‌ସିବି ଚାରିଟି ଜିତିଥିବାରୁ ଅତୀତ ସଫଳତା ଏହି ଦଳ ସପକ୍ଷରେ ରହିଛି।

ରିକି ପଣ୍ଟିଂଙ୍କ ପ୍ରଶିକ୍ଷଣରେ ପଞ୍ଜାବ ନୂଆ ଉତ୍ସାହ ଓ ଆତ୍ମବିଶ୍ବାସର ସହ ପୂରା ଋତୁ ଖେଳିଥିଲା ବେଳେ ଆର୍‌ସିବିରେ ଅଷ୍ଟାଦଶ ଋତୁ ଖେଳୁଥିବା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଥମ ଟ୍ରଫି ଉପହାର ଦେବାକୁ ଆର୍‌ସିବି ଖେଳାଳିମାନେ ବ୍ୟଗ୍ର ଅଛନ୍ତି। ପଞ୍ଜାବ ପାଇଁ ସବୁଠୁ ବଡ଼ ଶକ୍ତି ପାଲଟିଛନ୍ତି ତାର ଚାରି ଅଣଅନ୍ତର୍ଜାତୀୟ ଘରୋଇ ଖେଳାଳି। ପ୍ରଭସିମରନ୍ ସିଂହ, ପ୍ରିୟାଂଶ ଆର୍ଯ୍ୟ, ଶାଶଙ୍କ ସିଂହ ଓ ନେହଲ ୱାଢ଼େରା। ସେହିଭଳି ଅଧିନାୟକ ଶ୍ରେୟସ୍ ଆୟର ଚମତ୍କାର ଫର୍ମରେ ରହିବା ଆର୍‌ସିବିକୁ ପରୀକ୍ଷାରେ ପକାଇପାରେ। ଆର୍‌ସିବି ବ୍ୟାଟିଂ ବାହିନୀ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ। କୋହଲି ଚମତ୍କା‌ର ଫର୍ମରେ ଥିଲା ବେଳେ ଜିତେଶ ଶର୍ମା ନିଜ ଦକ୍ଷତାର ପରିଚୟ ଲକ୍ଷ୍ନୌ ସୁପରକିଙ୍ଗ୍ସ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ଦେଇ ସାରିଛନ୍ତି। ଯୁବ ଅଧିନାୟକ ରଜତ ପଟିଦାର, ଫିଲ୍ ସଲ୍‌ଟ, ମୟଙ୍କ ଅଗ୍ରୱାଲ, କ୍ରୁନାଲ ପାଣ୍ଡ୍ୟାଙ୍କ ଭଳି ଖେଳାଳି ପଞ୍ଜାବକୁ ପାଣି ପିଆଇବାର ଦକ୍ଷତା ରଖନ୍ତି। ଲିଆମ ଲିଭିଂଷ୍ଟୋନଙ୍କ କ୍ରମାଗତ ବିଫଳତା କିନ୍ତୁ ଆର୍‌ସିବି ପାଇଁ ଚିନ୍ତାର କାରଣ ହୋଇପାରେ।

ପଞ୍ଜାବ କିଙ୍ଗ୍ସ ଗତ ମ୍ୟାଚ୍‌ରେ କାଇଲ ଜାମିସନ୍ ଓ ମାର୍କୋ ୟାନସନଙ୍କୁ ଖେଳାଇଥିଲା। ୟାନସେନ୍ ଏହି ମ୍ୟାଚ୍ ପାଇଁ ଉପଲବ୍ଧ ହେଉ ନଥିବାରୁ ଅଜମାତୁଲ୍ଲା ଓମାରଜାଇ, ଜାଭିୟର୍ ବାର୍ଟଲେଟ୍ ଓ ବିଜୟ କୁମାର ବୈଶାକଙ୍କ ମଧ୍ୟରୁ ଜଣକୁ ଖେଳାଇବାର ବିକଳ୍ପ ପଞ୍ଜବା ପାଖ‌ରେ ଖୋଲା ରହିବ। ଅନ୍ୟପକ୍ଷରେ ଆର୍‌ସିବି ନୂଆନ ତୁଷାରାଙ୍କ ସ୍ଥାନରେ ଜୋସ୍ ହାଡେଲଉଡ୍‌ଙ୍କୁ ଖେଳାଇବା ଏକପ୍ରକାର ନିଶ୍ଚିତ। ମୁଲାନପୁର ଚାରିଟି ଆଇପିଏଲ୍‌ ମ୍ୟାଚ୍‌ର ଆୟୋଜନ କରିଛି। ପ୍ରଥମ ଦୁଇଟିରେ ତିନିଟି ୨୦୦ରୁ ଅଧିକ ରନ୍ ଦେଖିବାକୁ ମିଳିଥିଲା। ତେବେ ୧୧୧ ଓ ୯୫ ରନ୍ ଭଳି କମ୍ ସ୍କୋର୍ ମଧ୍ୟ ଏଠାରେ ହୋଇସାରିଛି। ଏଣୁ ଏଠାକାର ପିଚ୍‌ରେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଦେଖିଚାହିଁ ଖେଳିବାକୁ ହେବ।

ସମ୍ଭାବ୍ୟ ପଞ୍ଜାବ କିଙ୍ଗ୍ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ୍ ସିଂହ (ୱିକେଟ୍‌ରକ୍ଷକ), ଜୋସ୍ ଇଙ୍ଗ୍‌ଲିସ୍, ଶ୍ରେୟସ୍ ଆୟର (ଅଧିନାୟକ) ନେହଲ ୱାଢ଼େରା, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ୍, ଅଜମାତୁଲ୍ଲା ଓମାରଜାଇ, କାଇଲ ଜାମିସନ୍, ହରପ୍ରୀତ ବ୍ରାର୍, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।

ସମ୍ଭାବ୍ୟ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ: ବିରାଟ କୋହଲି, ଫିଲ୍ ସଲ୍‌ଟ, ମୟଙ୍କ ଅଗ୍ରୱାଲ, ରଜତ ପଟିଦାର (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), କ୍ରୁନାଲ ପାଣ୍ଡ୍ୟା, ଲିଆମ ଲିଭିଂଷ୍ଟୋନ୍, ରୋମାରିଓ ସେଫର୍ଡ, ଭୁବନେଶ୍ବର କୁମାର, ୟଶ ଦୟାଲ, ଜୋସ୍ ହାଜେଲଉଡ୍, ସୂୟାଶ ଶର୍ମା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+