ଆଜି ସନରାଇଜର୍ସ ହାଇଦରାବାଦ ବନାମ ଗୁଜରାଟ ଟାଇଟାନ୍‌ସ

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) -୧୮ର ରବିବାର ୧୯ତମ ମ୍ୟାଚ ସନରାଇଜର୍ସ ହାଇଦରାବାଦ ଓ ଗୁଜରାଟ ଟାଇଟାନ୍‌ସ ମଧ୍ୟରେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମ ଉପଲରେ ଖେଳାଯିବ ।

ସନରାଇଜର୍ସ ହାଇଦରାବାଦ୍ ଶେଷ ୩ଟି ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟଧାରାକୁ ଫେରିବା ନେଇ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଗୁଜରାଟ ଟାଇଟାନ୍‌ସ ଶେଷ ଦୁଇ ମ୍ୟାଚ​‌ରେ ବିଜୟ ହାସଲ କରିଥିବାରୁ ଦଳର ମନୋବଳ ଉଚ୍ଚରେ ରହିଛି।

ଗୁଜରାଟ ଟାଇଟାନ୍‌ସ ୩ଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜିତ ହୋଇଛି। ଦଳ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ୧୧ରନରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୩୬ରନରେ ଓ ତୃତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୮ ୱିକେଟରେ ପରାସ୍ତ କରିଛି। ଓପନର ସାଇ ସୁଦର୍ଶନ , ଶୁବମନ ଗିଲ୍‌, ଜୋଶ ବଟ୍‌ଲର ଓ ରୋମାରିଓ ସେଫର୍ଟ ଚମତ୍କାର ଫର୍ମରେ ରହିଛନ୍ତି। ସୁଦର୍ଶନ ୩ଟି ମ୍ୟାଚରୁ ୧୮୬ରନ, ଗିଲ୍‌ ୮୫ରନ, ବଟ୍‌ଲର ୧୬୬ରନ କରିଛନ୍ତି। ବୋଲିଂରେ ମହମ୍ମଦ ସିରାଜ, ସାଇ କିଶୋର ଓ ଇଶାନ୍ତ ଶର୍ମା ମଧ୍ୟ ୱିକେଟ​‌ ନେଉଛନ୍ତି। ତାରକା ସ୍ପିନର ରସିଦ ଖାନ ମହଙ୍ଗା ସାବ୍ୟସ୍ତ ହେବା ଦଳକୁ ଚିନ୍ତାରେ ପକାଇଛି। ଦଳ ସନରାଇଜର୍ସ ହାଇଦରାବାଦ୍‌ ବିପକ୍ଷରେ ପ୍ରଦର୍ଶନକୁ ବଜାୟ ରଖିବା ସହ ତୃତୀୟ ବିଜୟ ଲକ୍ଷ୍ୟ ନେଇ ଖେଳିବ।

ଅନ୍ୟପକ୍ଷରେ ସନରାଇଜର୍ସ ହାଇଦରାବାଦ୍‌ ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜିତ ହୋଇଛି। ଦଳ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ୪୪ରନରେ ପରାସ୍ତ କରିଥିବାବେଳେ ଶେଷ ୩ ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ନିକଟରୁ ୫ ୱିକେଟରେ,ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ୭ ୱିକେଟରେ ଓ କଲକାତା ନାଇଟ୍‌ ରାଇଡର୍ସ ନିକଟରୁ ୮୦ରନରେ ପରାଜିତ ହୋଇଥିଲା। ଦଳରେ ଟ୍ରେଭିସ ହେଡ୍‌, ଈଶାନ କିଷନ, ଅଭିଷେକ ଶର୍ମା, ନୀତିଶ କୁମାର ରେଡ୍ଡି, କାମିନ୍ଦୁ ମେଣ୍ଡିସ ଓ ହେନରିକ କ୍ଳାସେନଙ୍କ ଭଳି ତାରକା ବ୍ୟାଟ୍‌ସମ୍ୟାନ ରହିଛନ୍ତି। ରାଜସ୍ଥାନ ବିପକ୍ଷ ମ୍ୟାଚକୁ ଛାଡ଼ି ଅନ୍ୟ ୩ଟି ମ୍ୟାଚରେ ଦଳର ବ୍ୟାଟିଂ ବିଫଳତା ଦେଖିବାକୁ ମିଳିଛି। ବ୍ୟାଟିଂ ବିଭାଗକୁ ଦଳକୁ ସୁଧାରିବାକୁ ପଡ଼ିବ। ବୋଲିଂରେ ପ୍ୟାଟ୍‌ କମିନ୍‌ସ , ହର୍ଶଲ ପଟେଲ ଓ ମହମ୍ମଦ ସାମି ମଧ୍ୟ ବିଫଳ ହେଉଛନ୍ତି। ଏହାଛଡ଼ା କାମିନ୍ଦୁ ମେଣ୍ଡିସ, ସିମରଜିତ ସିଂହ ମଧ୍ୟ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ବିଜୟ ଧାରାକୁ ଫେରିବାକୁ ହେଲେ ହାଇଦରାବାଦ୍‌କୁ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୪ଟି ମ୍ୟାଚରୁ ଗୁଜରାଟ ଟାଇଟାନ୍‌ସ ୩ଟି ଓ ସନରାଇଜର୍ସ ହାଇଦରାବାଦ୍‌ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+