IPL 2025: ଆଜି ଗୁଜରାଟ-ଦିଲ୍ଲୀ, ରାଜସ୍ଥାନ-ଲକ୍ଷ୍ନୌ ମୁକାବିଲା
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୫ର ଆଜି ଦୁଇଟି ମ୍ୟାଚ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଅପରାହ୍ଣ ୩ଟା ୩୦ରେ ଗୁଜରାଟ ଟାଇଟାନ୍ସ -ଦିଲ୍ଲୀ କ୍ୟାପିଟାଲ୍ସକୁ ଓ ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ରାତି ୭ଟା୩୦ରେ ଦ୍ବିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜିଆଣ୍ଟ୍ସକୁ ଭେଟିବ।

ଗୁଜରାଟ ଟାଇଟାନ୍ସ ୬ଟି ମ୍ୟାଚରୁ ୪ଟି ବିଜୟ ଓ ଦୁଇଟି ପରାଜୟ ସହ ୮ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ନିକଟରୁ ୬ ୱିକେଟରେ ପରାଜିତ ହୋଇଥିଲା। ଓପନର ସାଇ ସୁଦର୍ଶନ ଓ ଅଧିନାୟକ ଶୁଭମନ ଗିଲ୍ ଚମତ୍କାର ଫର୍ମରେ ରହିଥିବାବେଳେ ଜୋଶ ବଟ୍ଲର . ୱାଶିଂଟନ ସୁନ୍ଦର, ସିରିଫାନେ ରୁଦରଫୋର୍ଡ ମଧ୍ୟ ରନ କରୁଛନ୍ତି। ମହମ୍ମଦ ସିରାଜ, ଅର୍ଶଦ ଖାନ, ପ୍ରସିଦ୍ଧ କ୍ରିଷ୍ଣା , ରସିଦ ଖାନ ଓ ଆର ସାଇ କିଶୋର ରହିଛନ୍ତି।
ଲକ୍ଷ୍ନୌ ବିପକ୍ଷରେ ବୋଲରମାନଙ୍କ ବିଫଳତା ପାଇଁ ଦଳ ପରାଜିତ ହୋଇଥିଲା। ଦିଲ୍ଲୀ ବିପକ୍ଷରେ ଦଳ ବୋଲିଂ ତ୍ରୁଟିକୁ ସୁଧାରିବାକୁ ପ୍ରୟସ କରିବ। ଦିଲ୍ଲୀ କ୍ୟାପିଟାଲ୍ସ ୬ଟି ମ୍ୟାଚରୁ ୫ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇଛି।
ଦଳ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସୁପରଓଭରରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଦଳ ଉକ୍ତ ପ୍ରଦର୍ଶନକୁ ଗୁଜରାଟ ବିପକ୍ଷରେ ବଜାୟ ରଖିବାକୁ ଉଦ୍ୟମ କରିବ ।
ଜ୍ୟାକ ଫ୍ରେଜର ମ୍ୟାକଗ୍ରୁକ, ଅଭିଷେକ ପୋରେଲ, ତ୍ରିଷ୍ଟାନ ଷ୍ଟବ୍ସ ,ଲୋକେଶ ରାହୁଲ, ଶଶାଙ୍କ ସିଂହ ଓ କରୁଣ ନାୟର ରନ କରୁଛନ୍ତି। ମିଚେଲ ଷ୍ଟାର୍କଙ୍କ ସହ ମୁକେଶ କୁମାର, ମୋହିତ ଶର୍ମା, ଅକ୍ଷର ପଟେଲ,. ବିପରାଜ ନିଗମ ଓ କୁଳଦୀପ୍ ଯାଦବ ବୋଲିଂ ଦାୟିତ୍ବ ତୁଲାଉଛନ୍ତି।
ସେହିପରି ରାଜସ୍ଥାନ ରୟାଲ୍ସ ୭ଟି ମ୍ୟାଚରୁ ୨ଟି ବିଜୟ ଓ ୫ଟି ପରାଜିତ ହୋଇଛି। ଦଳ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବିଜୟ ନିକଟତର ହୋଇ ମଧ୍ୟ ସୁପର ଓଭରରେ ପରାଜିତ ହୋଇଥିଲା। ବ୍ୟାଟିଂରେ ଯଶସ୍ବୀ ଜୟସୱାଲ ଶେଷ ଦୁଇ ମ୍ୟାଚରେ ରନ କରୁଥିବାବେଳେ ଅନ୍ୟ ପଟୁ ସହଯୋଗ ମିଳୁନାହିଁ। ଯାହା ଫଳରେ ଦଳ ବିଜୟ ହାସଲ କରିବାରେ ବିଫଳ ହେଉଛି। ସଞ୍ଜୁ ସାମସନ, ରିୟାନ ପରାଗ, ସିମରନ ହେତମେୟାର ବଡ଼ ଇନିଂସ ଖେଳିବାକୁ ବିଫଳ ହେଉଛନ୍ତି। ବୋଲିଂରେ ଜେଫ୍ରା ଆର୍ଚର, ତୁଷାର ଦେଶପାଣ୍ଡେ, ସନ୍ଦୀପ ଶର୍ମା,ମହେଶ ତୀକ୍ଷଣା ଓ ୱାନିନ୍ଦୁ ହାସରଙ୍ଗା ରହିଥିଲେ ମଧ୍ୟ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରୁନାହାନ୍ତି।
ଦଳକୁ ଲକ୍ଷ୍ନୌ ବିପକ୍ଷରେ ଜିତିବାକୁ ହେଲେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଲକ୍ଷ୍ନୌ ସୁପରଜି୍ରାଣ୍ଟ୍ସ ୭ଟି ମ୍ୟାଚରୁ ୪ଟି ବିଜୟ ଓ ୩ଟି ପରାଜିତ ହୋଇଛି। ଦଳ ଶେଷ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍ସ ନିକଟରୁ ପରାଜିତ ହୋଇଥିଲା। ତାରକା ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ଓ ମିଚେଲ ମାର୍ଶ ଚେନ୍ନଇ ବିପକ୍ଷରେ ବିଫଳ ହେବାରୁ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। କ୍ରମାଗତ ବିଫଳତା ପରେ ଚେନ୍ନଇ ବିପକ୍ଷରେ ଅଧିନାୟକ ଋଷଭ ପନ୍ତ ରନ କରିଥିଲେ।
ଯାହା ଦଳକୁ କିଛି ମାତ୍ରାରେ ଆଶ୍ବସ୍ତି କରିଛି। ପୁରନ, ମାର୍ଶ ଓ ପନ୍ତଙ୍କ ଛଡ଼ା ଆୟୁଷ ବାଦୋନି, ଅବଦୁଲ ସାମଦ ଓ ଡେଭିଡ୍ ମିଲରଙ୍କ ଭଳି ବ୍ୟାଟ୍ସମ୍ୟାନ ମଧ୍ୟ ଦଳ ନିକଟରେ ରହିଛନ୍ତି। ବୋଲିଂରେ ସାର୍ଦୁଳ ଠାକୁର, ଦିଗବେଶ ରାଠି ନିୟମିତ ୱିକେଟ ନେଉଥିବାବେଳେ ଆକାଶ ଦୀପ୍, ଆଭେଶ ଖାନ ରବି ବିଷ୍ଣୋୟି ମଧ୍ୟ ଭଲ ବୋଲିଂ କରୁଛନ୍ତି। ମୟଙ୍କ ଯାଦବ ସୁସ୍ଥ ହେବା ପରେ ଦଳ ସହିତ ଯୋଗ ଦେଇଛନ୍ତି। ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବା ନେଇ ଆଶା କରାଯାଉଛି।












Click it and Unblock the Notifications