IPL 2025 ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟକ୍କର

ଆଇପିଏଲ୍‌ରେ ଆଜି ୨୪ତମ ମ୍ୟାଚ ଏମ ଚିନ୍ନାସ୍ବାମୀ ଷ୍ଟାଡ଼ିୟମ ବେଙ୍ଗାଲୁରୁରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏକମାତ୍ର ଦଳ ଭାବେ ଏପର୍ଯ୍ୟନ୍ତ ଅପରାଜୟ ରହିଥିବା ଦିଲ୍ଲୀ ବିଜୟଧାରାକୁ ବଜାୟ ରଖିବା ନେଇ ଖେଳିବ ।

ଅକ୍ଷର ପଟେଲଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୬ ପଏଣ୍ଟ ପାଇଛି। ଦଳ ଲକ୍ଷ୍ନୌ ସୁପରଜିଆଣ୍ଟସ, ସନରାଇଜର୍ସ ହାଇଦରାବାଦ୍‌ ଓ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଛି। ବ୍ୟାଟିଂରେ ଜ୍ୟାକ୍ ଫ୍ରେଜର ମ୍ୟାକଗ୍ରୁକ, ଲୋକେଶ ରାହୁଲ, ଅଭିଷେକ ପୋରେଲ, ସମୀର ରିଜ୍‌ଭି, ଟ୍ରିଷ୍ଟାନ ଷ୍ଟବ୍‌ସ ଓ ଆଶୁତୋଷ ଶର୍ମା ରନ କରୁଛନ୍ତି। ବୋଲିଂରେ ମି​‌ଚେଲ ଷ୍ଟାର୍କ ୯ଟି ୱିକେଟ ନେଇ ଫର୍ମରେ ରହିଛନ୍ତି। ଏହାଛଡ଼ା ମୁକେଶ କୁମାର, ମୋହିତ ଶର୍ମା , କୁଳଦୀପ୍‌ ଯାଦବ, ବିପରାଜ ନିଗମ ଓ ଅକ୍ଷର ପଟେଲ ମଧ୍ୟ ୱିକେଟ ନେଉଛନ୍ତି। ଉଭୟ କ୍ଷେର୍ତ୍ରରେ ଦଳ ଭଲ ପ୍ରଦର୍ଶନ କରୁଛୁ। ଦଳ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ଉଦ୍ୟମ କରିବ।

IPL 2025 Today Delhi Capitals-Royal Challengers Bengaluru clash

ଅନ୍ୟପକ୍ଷରେ ରଜତ ପଟିଦାରଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜିତ ହୋଇଛି। ଦଳ କଲକାତା ନାଇଟ୍‌ ରାଇଡର୍ସ,ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ ନିକଟରୁ ପରାଜିତ ହୋଇଥିଲା। ଚତୁର୍ଥ ମ୍ୟାଚରେ ଦଳ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରିଛି। ବ୍ୟାଟିଂରେ ବିରାଟ କୋହଲି ୧୬୪ ଓ ରଜତ ପଟିଦାର ୧୬୧ରନ କରିଛନ୍ତି।ଏହାବାଦ୍‌ ଫିଲ୍‌ ସଲ୍‌ଟ, ଦେବଦତ୍ତ ପାଡ଼ିକଲ. ଜିତେଶ ଶର୍ମା ଓ ଲିୟାମ ଲିଭିଙ୍ଗଷ୍ଟୋନ ମଧ୍ୟ ରନ କରୁଛନ୍ତି। ବିରାଟଙ୍କ ଫର୍ମ ଦଳକୁ ବେଶ ସହାୟକ ହେଉଛି। ବୋଲିଂରେ ଜୋଶ ହାଜେଲଉଡ୍‌ ୮ଟି, କ୍ରୁନାଲ ପାଣ୍ଡ୍ୟା ୭ଟି, ୟଶ ଦୟାଲ ୫ଟି ୱିକେଟ ନେଇଛନ୍ତି। ଏହାବାଦ୍‌ ଭୁବନେଶ୍ବର କୁମାର ଓ ସୂୟାଶ ଶର୍ମା ମଧ୍ୟ ୱିକେଟ ନେଉଛନ୍ତି। ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଦଳ ଦଳଗତ ପ୍ରଦର୍ଶନ କରୁଛି। ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଦଳ ମଧ୍ୟ ଭଲ ପ୍ରଦର୍ଶନ କରି ବିଜୟ ନେଇ ଆଶାବାଦୀ ରହିଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪ଟି ଓ ଦିଲ୍ଲୀ କ୍ୟାପିଟାଲ୍‌ସ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ଦୁଇ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଥିବାରୁ ଆଉ ଏକ ବଡ଼ ସ୍କୋର ମ୍ୟାଚ ନେଇ ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+