IPL 2025: ୪ ଅଧିନାୟକଙ୍କୁ ଭରସା କଲାନି ଦଳ, ରିଲିଜ ହେଲେ ଏହି ୪ କ୍ୟାପଟେନ

ଆଇପିଏଲ ୨୦୨୫ ସିଜିନ ପାଇଁ ଖେଳାଳୀ ରିଟେନ ହୋଇଛନ୍ତି । ମହେନ୍ଦ୍ର ସିଂ ଧୋନି ଏବଂ ରୋହିତ ଶର୍ମାଙ୍କୁ ଦଳ ରିଟେନ ରଖିଛି । ୧୦ଟି ଦଳର କ୍ୟାପଟେନଙ୍କ ମଧ୍ୟରୁ ୪ଜଣ କ୍ୟାପଟେନଙ୍କୁ ଏଥର ଦଳ ଛାଡିଛନ୍ତି । ଲକ୍ଷ୍ମୌ ସୁପର ଜାଏଣ୍ଟସର କ୍ୟାପଟେନ ଲୋକେଶ ରାହୁଲ , କେକେଆର ଅଧିନାୟକ ଶ୍ରେୟସ୍ ଆୟାର , ଆରସିବିର କ୍ୟାପେଟନ ଡୁପ୍ଲେସିସ୍ , ଦିଲ୍ଲୀର ଅଧିନାୟକ ରିଷବ ପନ୍ତଙ୍କୁ ଦଳ ଛାଡ଼ିଛି ।

ଏଥର ବିରାଟ କୋହଲି ପୁଣି ଥରେ ବେଙ୍ଗାଳୁରୁର ମଙ୍ଗ ଧରିପାରନ୍ତି ବୋଲି ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି ।

ରିଷଭ ପନ୍ତ: ୨୦୧୬ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ରିଷଭ ପନ୍ତ ତାଙ୍କ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ସେବେଠାରୁ ସେ ଦିଲ୍ଲୀ ଟିମ ସହିତ ରହି ଆସିଥିଲେ । ଏପରିକି ୨୦୨୧ରେ ତାଙ୍କୁ ଦଳର ନେତୃତ୍ୱ ମଧ୍ୟ ପ୍ରଦାନ କରାଯାଇଥିଲା । ଏବେ ଦଳ ତାଙ୍କୁ ରିଟେନ କରି ନ ଥିବାରୁ ସେ ନିଲାମରେ ଉପଲବ୍ଧ ହେବେ ।

IPL 2025

କେଏଲ ରାହୁଲ: ଲକ୍ଷ୍ନୌ ସୁପର ଜ୍ୟାଂଟସ କେଏଲ ରାହୁଲଙ୍କୁ ରିଲିଜ କରି ଦେଇଛି । ଲକ୍ଷ୍ନୌ ତାଙ୍କୁ ରିଟେନ ନ କରିବାର କାରଣ ବୁଝା ପଡୁ ନାହିଁ । ୨୦୨୨ରେ ସେ ଦଳର ନେତୃତ୍ୱ ନେଇଥିଲେ । ମେଗା ନିଲାମରେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଶ୍ରେୟସ ଆୟର: ୨୦୨୪ରେ କୋଲକାତା ନାଇଟ ରାଇଡର୍ସକୁ ଚାମ୍ପିୟନ କରାଇଥିବା ଶ୍ରେୟାଶ ଆୟାରଙ୍କୁ ଦଳ ପୂନର୍ବାର ରିଟେନ କରିନି । ୨୦୨୨ରୁ ସେ ଦଳ ସହିତ ଅଧିନାୟକ ଭାବେ ଯୋଡି ହୋଇଥିଲେ ।

ଡୁପ୍ଲେସିସ୍ : ଡୁପ୍ଲେସିସ୍ ଆରସିବିର ଅଧିନାୟକ ଥିଲେ । ତେବେ ଦଳ ତାଙ୍କୁ ଭରସା କରିନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+